ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଟଙ୍କଧର: କହିଲେ ନୂଆପଡ଼ାରୁ ମିଳିଲା ଜବାବ

ଭୁବନେଶ୍ୱର,୨୪।୨: ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୋଲା ଆହ୍ବାନ ଦେଇଛନ୍ତି। ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ବୋଲି ଟଙ୍କଧର ଆହ୍ବାନ ଦେଇଛନ୍ତି। ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ହେଇଛି ନା ନାହିଁ କୁହନ୍ତୁ ବୋଲି ସେ କହିଛନ୍ତି। ବିରୋଧୀଦଳ ନେତା ଚଷୀଙ୍କ ପାଇଁ ଗୃହରେ ୧୫ ମିନିଟ କହିପାରିନାହାନ୍ତି।
‘ନୂଆପଡ଼ା ଉପନିବାର୍ଚନରେ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ବିଧାୟକ ତ୍ରିପାଠୀ କହିଛନ୍ତିି।

ଚାଷୀ ସମସ୍ୟା ନେଇ ବିଜେଡି ବିକ୍ଷୋଭ ଚଳାଇଛି । ଭୁବନେଶ୍ବର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ ଆରମ୍ଭ ହୋଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ଗର୍ଜିଛନ୍ତି  । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ବିରୋଧୀ ଦଳ ନେତା ।

ନବୀନ କହିଛନ୍ତି, ଖୁବ ଶୀଘ୍ର ଏ ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଛି । ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହୁଥିଲେ, କିନ୍ତୁ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିଲା ।କିନ୍ତୁ ଡବଲ ଇଞ୍ଜିନ ସରକାର କିଛି କରିନି । ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି । ଯେଉଁ ଚାଷୀମାନେ ଅଭିଯୋଗ କରୁଛନ୍ତି ସେମାନଙ୍କୁ ମିଛ ବୋଲି କହୁଛନ୍ତି ସରକାର ।  ବିଜେଡି ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରଖିବ।”

୭୨ ଘଣ୍ଟାରେ ଧାନ କିଣା ଯାଉ।  ୪୮ଘଣ୍ଟାରେ DBT ମାଧ୍ୟମରେ ଚାଷୀଙ୍କୁ ଦିଆଯାଉ । ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ  । ସରକାରଙ୍କ ନିଦ ହଜାଇଦେବୁ ବୋଲି ଚେତାବନୀ ଦେଇଛନ୍ତି ନବୀନ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମ କାଳବୈଶାଖୀ: ଅଧାରେ ଅଟକିଲା ବାଳି ବଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧକ ସାଜିଲା ବର୍ଷା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ ୨୩ |୨(ଅରୁଣ ସାହୁ/ମନୋରଞ୍ଜନ ରଣା ): ଶୀତ ଦିନ ପରେ ଧୀରେଧୀରେ ପାଗରେ ପରିବର୍ତ୍ତନ ସହ ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା ମଙ୍ଗଳବାର ପ୍ରଥମ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ମହିଳା ସୁରକ୍ଷା ଆଇନ, ବାଲ୍ୟବିବାହ, ଶିଶୁ ଶ୍ରମିକ ଆଇନକୁ ଗୁରୁତ୍ୱ 

ଦାରିଙ୍ଗବାଡି,୨୪।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସାରିଙ୍ଗିଇର୍ପି ଠାରେ ରହିଥିବା ପାଳକ ସଙ୍ଘର ସଭାଗୃହଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲା…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

ପ୍ରାଇଭେଟ କର୍ମଚାରୀଙ୍କ ମଉଜ, ଏତେ ବଢିକି ଆସିବ ଦରମା…

ନୂଆଦିଲ୍ଲୀ,୨୪।୨: ଘରୋଇ କର୍ମଚାରୀଙ୍କ ପାଇଁ ଖୁସି ଖବର। ଭାରତରେ ଦରମା ବୃଦ୍ଧି 2026 ରେ 9.1% ହେବ ବୋଲି ଆକଳନ କରାଯାଇଛି, ଯାହା 2025 ରେ ରେକର୍ଡ…

ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସିଥିଲେ , ୩ ଲକ୍ଷ ଟଙ୍କାର ସୁନା ନେଇ ପ୍ରେମିକ ସାଙ୍ଗରେ ଫେରାର

ବଲାଙ୍ଗୀର,୨୪।୨(ସୁନିଲ କୁମାର ମହାନ୍ତି): ବାହାଘରର ୧୦ ଦିନ ପରେ ପ୍ରେମିକ ସହ ନବବଧୂ ଫେରାର। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ । ବାହାଘରର…

ଭିନ୍ନକ୍ଷମ ଯୁବତୀ ୬ ମାସର ଗର୍ଭବତୀ

କୁଆଁରମୁଣ୍ଡା,୨୪ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ଗାଈ ଚରାଳି ଭିନ୍ନକ୍ଷମ ୧୯ ବର୍ଷୀୟା ଯୁବତୀ ୬ ମାସର ଗର୍ଭବତୀ ହେବା ଅଭିଯୋଗରେ…

ଟୁଇନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା : ୩ ଘଣ୍ଟିଆ ୱାର୍ନିଂ

ଭୁବନେଶ୍ୱର,୨୪।୨: ଟୁଇନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ନିଂ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତିି। ଅନ୍ୟପକ୍ଷେ ପୁରୀ, ମୟୂରଭଞ୍ଜ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri