ବିଜେଡି ଲହରରେ ବିରୋଧୀ ଧରାଶାୟୀ

ଢେଙ୍କାନାଳ ଅଫିସ୍‌, ୨।୩ ଢେଙ୍କାନାଳ ଜିଲାରେ ବିଜେଡି ସପକ୍ଷରେ ଯାଇଛି ପଞ୍ଚାୟତ ନିର୍ବାଚନ ଜନାଦେଶ। ଜିଲା ପରିଷଦ ନିର୍ବାଚନରେ ଧରାଶାୟୀ ହୋଇଯାଇଛନ୍ତି ପ୍ରମୁଖ ବିରୋଧୀ ଭାଜପା ଏବଂ କଂଗ୍ରେସ। ମୋଟ ୨୭ ଜୋନ୍‌ ମଧ୍ୟରୁ ୨୬ଟିରେ ଶାସକ ଦଳ ଏକତରଫା ବିଜୟ ହାସଲ କରିଛି। ମାତ୍ର ଗୋଟିଏ ଆସନରେ ଭାଜପାକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ୨୦୧୭ ଭଳି ଏଥର ବି ମୂଳପୋଛ ହୋଇଯାଇଛି କଂଗ୍ରେସ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ନିଜ ଗଡ଼ରେ ପ୍ରଭୂତ କ୍ଷତି ସହିଛି। ପୂର୍ବଥର ଦଳ ଅକ୍ତିଆର କରିଥିବା ୧୨ ଆସନ ମଧ୍ୟରୁ ୧୧ଟି କରଛଡ଼ା ହୋଇଛି। ଏଭଳି ଅପ୍ରତ୍ୟାଶିତ ଫଳାଫଳ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ଏବେଠାରୁ ଆକଳନ କରିଛନ୍ତି।
ସଦ୍ୟ ନିର୍ବାଚନକୁ ଦେଖିଲେ ଭୁବନର ୨୧ନଂ. ଜୋନ୍‌ ହିଁ ଭାଜପା ଖାତାକୁ ଯାଇଛି। ଏଠାରୁ ଭାଜପାର ସିଲାରାଣୀ ସାହୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁଭଦ୍ରା ପାତ୍ରଙ୍କୁ ପରାସ୍ତ କରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ବିଜୟ ବ୍ୟବଧାନ ରହିଛି ମାତ୍ର ୩୫୭। ତେଣୁ ଭାଜପା ପାଇଁ ଏହା ସେତେଟା ଆଶ୍ୱାସନା ଆଣିପାରିନି। ଅନ୍ୟ ସବୁ ଜୋନ୍‌ ମଧ୍ୟରୁ ଅଧିକାଂଶରେ ବିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟ ବ୍ୟବଧାନରେ ବିରୋଧୀଙ୍କୁ ପରାସ୍ତ କରିଛନ୍ତି। ସବୁଠାରୁ ବଡ଼କଥା ଏକଦା କଂଗ୍ରେସର ଗଡ଼ ରହିଥିବା ଢେଙ୍କାନାଳ ଜିଲାରେ ଦଳର ଫ୍ଲପ୍‌ ଶୋ’ ଜାରି ରହିଛି। ୨୦୧୭ରେ ଜିଲା ପରିଷଦ ଆସନରେ ଦଳ ଦୁର୍ବଳ ପ୍ରଦର୍ଶନ କରିଥିଲା। ଭାଜପା-ବିଜେଡି ମଧ୍ୟରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଏଥର ବି ଦଳକୁ ସମାନ ଦଶା ଭୋଗିବାକୁ ପଡ଼ିଛି। ରାଜ୍ୟ ନେତୃତ୍ୱଙ୍କ ଅଣଦେଖା, ସ୍ଥାନୀୟ ମଙ୍ଗୁଆଳଙ୍କ ରଣନୀତିର ଅଭାବ ଏବଂ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିଛି।
ବିଜେଡି ପକ୍ଷରୁ ନିର୍ବାଚନ ପ୍ରସ୍ତୁତି, ପ୍ରଚାର ଏବଂ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯୋଜନାବଦ୍ଧ ପ୍ରସ୍ତୁତି କରାଯାଇଥିଲା। ଜିଲାରେ ବିଜେଡିର ୪ ବିଧାୟକ ନିଜ ନିଜ ଅଞ୍ଚଳରେ ସାଙ୍ଗଠନିକ ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହୋଇଥିଲେ। ଏହାର ଫଳ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି। ହେଲେ ଭାଜପା ପକ୍ଷରୁ ଏକାଠି ହୋଇ ଲଢ଼ିବାର ମାନସିକତାର ଅଭାବ ପରିଲକ୍ଷିତ ହୋଇଥିଲା। ଦଳୀୟ ରାଜ୍ୟ ସଭାପତି ମାତ୍ର ୨ଦିନ ଓଡ଼ାପଡ଼ା ଓ ଗଁଦିଆ ବ୍ଲକରେ ନିର୍ବାଚନ ପ୍ରଚାର କରିଥିଲେ। ଅନ୍ୟ ଜୋନ୍‌ରେ ପ୍ରାର୍ଥୀମାନେ ନିଜ ପାଇଁ ନିଜେ ନ୍ୟାୟରେ ଲଢ଼ିଥିଲେ। ସେହିପରି ପ୍ରାର୍ଥୀ ଚୟନ ବେଳେ ଭଲ ଭାବମୂର୍ତ୍ତି ଥିବା ନେତାଙ୍କୁ ଗୁରୁତ୍ୱ ଦିଆଗଲାନାହିଁ। ଅସନ୍ତୁଷ୍ଟମାନେ ନିଜକୁ ପ୍ରଚାରରୁ ଦୂରେଇ ରଖିଥିଲେ। ଫଳରେ ଭାଜପା ହାତରୁ ୧୧ ଜୋନ୍‌ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ଜିଲା ପରିଷଦ ଗଠନ ଲାଗି ଆବଶ୍ୟକ ସଂଖ୍ୟା ଥିବାରୁ ଏହାକୁ ନେଇ ବିଜେଡି ଶିବିର ବେଶ୍‌ ଉତ୍ସାହିତ ରହିଛି। ବିଜେଡିର ଏଭଳି ଲହର ବିରୋଧୀଙ୍କୁ ମଧ୍ୟ ଚକିତ କରିଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ଏକତରଫା ହେବା ପରେ ବିରୋଧୀମାନେ ଶାସକ ଦଳରେ ସାମିଲ ହୋଇ ଭବିଷ୍ୟତ ବଞ୍ଚାଇବା କଥା ଚିନ୍ତା କଲେଣି। ପୌର ନିର୍ବାଚନକୁ ନଜରରେ ରଖି ଦଳଡ଼ଇଁା ମଧ୍ୟ ଆରମ୍ଭ ହୋଇସାରିଲାଣି, ଯାହାକୁ ନେଇ ଜିଲା ରାଜନୈତିକ ବାତାବରଣ ସରଗରମ ହୋଇଛି।
ଏ ସଂକ୍ରାନ୍ତରେ ଭାଜପା ଜିଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା କୁହନ୍ତି, ଜନମତକୁ ଆମେ ସମ୍ମାନ ଦେଉଛୁ ା ଚଳିତ ନିର୍ବାଚନରେ ଭାଜପା ୩୦% ଭୋଟ ପାଇଛି ା ଅର୍ଥବଳ ଓ ସରକାରୀ କଳର ବ୍ୟବହାର ହୋଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ସାଧାରଣ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ। ଆଗକୁ ଆମେ ଭଲ କରିବୁ ବୋଲି ଆଶା କରୁଛୁ। ଜିଲା କଂଗ୍ରେସ ସଭାପତି ସରୋଜ କୁମାର ପଟ୍ଟନାୟକ କୁହନ୍ତି, ପରାଜୟକୁ ଆମେ ଗ୍ରହଣ କରୁଛୁ ା ସବୁଠି ଦଳ ପକ୍ଷରୁ ନୂଆ ପ୍ରାର୍ଥୀ ଦିଆଯାଇଥିଲା। ଅର୍ଥବଳ ଆଗରେ ଆମେ ହାର ମାନିଛୁ ା ଆଗାମୀ ଦିନରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ଉଦ୍ୟମ ଜାରି ରହିବ। ବିଜେଡି ଜିଲା ସଭାପତି ପ୍ରଫୁଲ୍ଲ କୁମାର ମଲ୍ଲିକ କୁହନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ, ବିକାଶମୂଳକ କାର୍ଯ୍ୟ ଏବଂ ସାମାଜିକ ସୁରକ୍ଷା ହିଁ ଦଳର ଏଭଳି ବୃହତ୍‌ ବିଜୟର ପ୍ରମୁଖ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri