ବିରୋଧୀ ସକ୍ରିୟ, ବିଦ୍ରୋହୀ ମାଳ ମାଳ

ଭଦ୍ରକ ଅଫିସ, ୧୨ ।୩ ଭଦ୍ରକ ପୌରାଧ୍ୟକ୍ଷା ପଦ ପାଇଁ ଏବେ ୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୌରପାଳିକାର ୪ ନଂ. ୱାର୍ଡ ନିର୍ବାଚନ କୋର୍ଟରେ ବିଚାରାଧୀନ ଥିବାରୁ ଅନ୍ୟ ୨୯ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ରଣକୌଶଳ ପ୍ରସ୍ତୁତ ସରିଛି। ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ମନାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପୌରାଧ୍ୟକ୍ଷ ପଦବୀ ସିଧାସଳଖ ନିର୍ବାଚନ ହେଉଥିବା ଓ ଏହା ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଚଳିତ ନିର୍ବାଚନ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।
ଜଗନ୍ନାଥପୁରର ଜଣାଶୁଣା ସାମାଜିକ କର୍ମୀ ଅଞ୍ଜନା ମିଶ୍ର ନାମାଙ୍କନ ଦାଖଲ କରିଥିବା ବେଳେ ବାଲିଓରଡ଼ାର ସବ୍‌ନା ପରୱିନ, କୁଆଁସର ଅମିତାବାଳା ଆଚାର୍ଯ୍ୟ, ଚରମ୍ପା ଅଞ୍ଚଳର ସମିତା ମିଶ୍ର, ନରିପୁରର ଗୀତାଞ୍ଜଳି ପଢ଼ିଆରୀ, ମିର୍ଜାପୁରର ଗୁଲମକୀ ଦଲାୱାଜି, ମିର୍ଜାପୁରର ତହିଦ ତବସୁମ ନିର୍ବାଚନ ଲଢ଼ିବେ। ଏମାନଙ୍କ ମଧ୍ୟରୁ ସମିତା ବିଜେଡି ପକ୍ଷରୁ ନାମାଙ୍କନ ଦାଖଲ କରିଥିବା ବେଳେ ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିବା ଅମିତା ପ୍ରଚାର ଆରମ୍ଭ କରିଛନ୍ତି। ସେହିଭଳି ଭାଜପା ପକ୍ଷରୁ ଗୀତାଞ୍ଜଳି ପ୍ରାର୍ଥୀ ହୋଇଥିବା ବେଳେ ନିକଟରେ ବିଜେଡିରୁ ଟିକେଟ ନ ମିଳିବାରୁ ସ୍ବାଧୀନ ଭାବେ ବିଦ୍ରୋହୀ ହୋଇ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି ପୁରୁଣାବଜାର ଅଞ୍ଚଳର ଗୁଲମକୀ ଦଲାୱାଜି। ଏଣୁ ବିଜେଡି ପାଇଁ ସ୍ବାଧୀନ ପ୍ରାର୍ଥୀ ଅଡୁଆ ସୃଷ୍ଟି କରିବେ ବୋଲି ସହରର ସଚେତନ ଭୋଟରମାନେ ପ୍ରତିକ୍ରିୟା ରଖିଛନ୍ତି। ଯଦିଓ ପୌରପାଳିକା ବିଜେଡି ଦଖଲରେ ରହିଥିଲା କିନ୍ତୁ ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀ ହାତେଇବା ପାଇଁ ବିଦ୍ରୋହୀମାନେ ମାଳ ମାଳ ହେଉଥିବାରୁ ଏହା ବିଭିନ୍ନ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri