ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା ଚାଷୀ ଓ ନିଶା ବେପାରୀଙ୍କ ଟେର୍‌ ପାଉନି ପୋଲିସ କିମ୍ବା ଅବକାରୀ ବିଭାଗ। ଅନ୍ୟପକ୍ଷରେ ନିଶା ବେପାରୀଙ୍କ ପ୍ରଲୋଭନର ବଶବର୍ତ୍ତୀ ହୋଇ ନୀରିହ ଆଦିବାସୀ ଅକଳରେ ପଡ଼ିବା ସହ ଦଣ୍ଡିତ ହେବାକୁ ବସିଛନ୍ତି। କେତେକ ସ୍ଥାନରେ ଚଢ଼ାଉ ପରେ ପୋଲିସ ଓ ଅବକାରୀ ବିଭାଗ ହାତ ବାନ୍ଧି ବସିିଛି। ଶିମିଳିପାଳ ମଧ୍ୟରେ ଥିବା ୯ଟି ଗ୍ରାମର ୧୩ଟି ସ୍ଥାନରେ ପ୍ରାୟ ୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଅଫିମ ଚାଷ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ଜିଲା ପୋଲିସକୁ ସୂଚନା ପ୍ରଦାନ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଅଫିମ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ ନ କଲେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବରେହିପାଣି, ଅସ୍ତକୁଅଁାରୀ ଓ ଗୁଡୁଗୁଡ଼ିଆ ପଞ୍ଚାୟତରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଆସୁଛନ୍ତି। ଏହି ପଞ୍ଚାୟତଗୁଡ଼ିକ ଅଧୀନରେ ଥିବା ଅସନବଣୀ, ଯଜଗଡ଼ା, ଝାଟିପାଣି, ଚାକୁଣ୍ଡାକଚା, ସାରୁଡ଼ା, ବୁଢ଼ାବଳଙ୍ଗ, କୁକୁରଭୁକା ଓ ଖେଜୁରୀ ଗ୍ରାମରେ ବ୍ୟାପକ ଭାବେ ଅଫିମ ଚାଷ କରାଯାଇଛି। ପ୍ରତି ଗ୍ରାମରେ ହେକ୍ଟର ହେକ୍ଟର ଜମିରେ ଏହି ଚାଷ କରି ଅଫିମ ସଂଗ୍ରହ କରାଯାଉଛି। ବୁଢ଼ାବଳଙ୍ଗ ଗ୍ରାମର ୩ଟି ସ୍ଥାନରେ ୧୦ ହେକ୍ଟର, କୁକୁରଭୁକା ଗ୍ରାମରେ ୧୦ ହେକ୍ଟର, ଖେଜୁରୀ ଗ୍ରାମରେ ୫ହେକ୍ଟର ଏବଂ ଅନ୍ୟ ଗ୍ରାମଗୁଡ଼ିକୁ ମିଶାଇ ମୋଟ ୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଅଫିମ ଚାଷ କରାଯାଇଛି ବୋଲି ବାରିପଦା କ୍ଷେତ୍ର ନିର୍ଦ୍ଦେଶକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା.ପ୍ରକାଶ ଚାନ୍ଦ ଗୋଗିନେନି ପ୍ରକାଶ କରିଛନ୍ତି। ବନ ବିଭାଗ ଉକ୍ତ ସ୍ଥାନଗୁଡ଼ିକ ଚିହ୍ନଟ କରି ଜିଲା ପୋଲିସ ମୁଖ୍ୟାଳୟକୁ ଅବଗତ କରାଇଛି।
ଇତିମଧ୍ୟରେ ପୋଲିସ ୩ ଥର ଚଢ଼ାଉ କରି ମୋଟ ୧୪ କୋଟି ୩୨ଲକ୍ଷ ଟଙ୍କା ମୂଲ୍ୟର ୭ଲକ୍ଷ ୮ହଜାର ଅଫିମ ଗଛକୁ ଓପାଡ଼ି ନଷ୍ଟ କରିସାରିଲାଣି। ଏହି ଘଟଣାରେ ୬ଟି ମାମଲା ରୁଜୁ କରାଯାଇଥିବା ବେଳେ ଏହାର ଚେର କେତେଦୂର ଲମ୍ବିଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଏଥିରେ ଆନ୍ତଃରାଜ୍ୟ ର଼୍ୟାକେଟର ସମ୍ପୃକ୍ତି ଥିତ୍ବା ଦିଗରେ ମଧ୍ୟ ତଦନ୍ତ ଚାଲିଛି ଓ ଚାଷ ହୋଇଥିବା ଜମି ଗୁଡ଼ିକର ମାଲିକାନା ସମ୍ପର୍କରେ ଯାଞ୍ଚ ଜାରି ରହିଛି ବୋଲି ଅତିରିକ୍ତ ଏସ୍‌ପି ଉମାଶଙ୍କର ମହାରଣା କହିିଛନ୍ତି। ସେହିପରି ଅବକାରୀ ବିଭାଗ ଚଢ଼ାଉ କରି ୭ କୋଟି ୭୦ଲକ୍ଷ ଟଙ୍କା ମୂଲ୍ୟର ୩ ଲକ୍ଷ ୮୫ହଜାର ଅଫିମ ଗଛକୁ ପୋଡ଼ି ନଷ୍ଟ କରିଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅଦ୍ୟାବଧି ମୋଟ ୨୨ କୋଟି ୨ଲକ୍ଷ ଟଙ୍କା ମୂଲ୍ୟର ୧୦ଲକ୍ଷ ୯୩ ହଜାର ଅଫିମ ଗଛ ନଷ୍ଟ କରାଯାଇଛି।
କେବେଠାରୁ ଏହି ଚାଷ ଚାଲିଛି ତାହାର କୌଣସି ସୂଚନା ଅଦ୍ୟାବଧି ମିଳିପାରୁ ନାହଁି। ଫଳରେ ମାଓବାଦୀ କିମ୍ବା ଆତଙ୍କବାଦୀଙ୍କ ଏଥିରେ ସମ୍ପୃକ୍ତ ଥାଇ ପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ୨୦୦୯ ମାର୍ଚ୍ଚ ମାସରେ ମାଓବାଦୀମାନେ ଶିମିଳିପାଳ ମଧ୍ୟରେ ରହି ଆତଙ୍କରାଜ ଚଳାଇଥିଲେ। ଫଳରେ ୯ମାସ ଧରି ପୋଲିସ କିମ୍ବା ବନ ବିଭାଗ କର୍ମଚାରୀମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରି ନ ଥିଲେ। ମାଓବାଦୀଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ଲୋକଙ୍କ ଦ୍ୱାରା ଏଭଳି ଚାଷକାର୍ଯ୍ୟ କରାଯାଉଥିବା ସନ୍ଦେହ କରାଯାଉଛି। ସେହିପରି ପଡ଼ୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ଆସି ଗଛ କାଟୁଥିବା ଲୋକମାନେ ଶିମିଳିପାଳ ମଧ୍ୟରେ ସ୍ଥାୟୀ ବସବାସ କରି ରହିଛନ୍ତି। ଶତକଡ଼ା ୧୦ ପ୍ରତିଶତ ଲୋକ ମୂଳ ଅଧିବାସୀ ହୋଇଥିବା ବେଳେ ଅନ୍ୟ ସମସ୍ତେ ବାହାର ରାଜ୍ୟରୁ ଆସି ସ୍ଥାୟୀ ଭାବେ ବସବାସ କରୁଛନ୍ତିି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତେଇ ଚାଲିଛନ୍ତି। ଏହି ଚାଷ ୩ ବର୍ଷ ହେଲା ହେଉଥିବା ନେଇ ସ୍ଥାନୀୟ ଲୋକେ ଏବେ ମୁହଁ ଖୋଲିଛନ୍ତି। ସରକାରୀ ଅଧିକାରୀ, ଆଇଟିଡିଏ ବିଭାଗ, କୃଷି ଏବଂ ଏନ୍‌ଜିଓ କର୍ମଚାରୀମାନେ ଶିମିଳିପାଳ ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ଯାଉଥିବା ବେଳେ ଅଫିମ ଚାଷ ସମ୍ପର୍କରେ କିପରି ସୂଚନା ପାଇପାରୁ ନାହାନ୍ତି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ମାଓବାଦୀମାନେ ଶିମିଳିପାଳ ମଧ୍ୟରେ ରହି ଆଧିପତ୍ୟ ବିସ୍ତାର କରିବାରେ ଲାଗିଥିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପରେ। ଶିକାରୀ ଓ ନିଶା ବେପାରୀଙ୍କ କବଳରୁ ଶିମିଳିପାଳକୁ ଉଦ୍ଧାର କରା ନ ଗଲେ ଆଗାମୀ ଦିନରେ ବିଶ୍ୱ ପରିଚିତ ଶିମିଳିପାଳର ଚିତ୍ର ଓଲଟା ହୋଇପଡ଼ିବ ବୋଲି ଆଚାର୍ଯ୍ୟ କହିଛନ୍ତି। ତେବେ ଜିଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପରି ଚାଷକୁ ବନ୍ଦ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଜିଲାବାସୀ ସ୍ବର ଉଠାଇବା ଆରମ୍ଭ କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri