ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା ଚାଷୀ ଓ ନିଶା ବେପାରୀଙ୍କ ଟେର୍‌ ପାଉନି ପୋଲିସ କିମ୍ବା ଅବକାରୀ ବିଭାଗ। ଅନ୍ୟପକ୍ଷରେ ନିଶା ବେପାରୀଙ୍କ ପ୍ରଲୋଭନର ବଶବର୍ତ୍ତୀ ହୋଇ ନୀରିହ ଆଦିବାସୀ ଅକଳରେ ପଡ଼ିବା ସହ ଦଣ୍ଡିତ ହେବାକୁ ବସିଛନ୍ତି। କେତେକ ସ୍ଥାନରେ ଚଢ଼ାଉ ପରେ ପୋଲିସ ଓ ଅବକାରୀ ବିଭାଗ ହାତ ବାନ୍ଧି ବସିିଛି। ଶିମିଳିପାଳ ମଧ୍ୟରେ ଥିବା ୯ଟି ଗ୍ରାମର ୧୩ଟି ସ୍ଥାନରେ ପ୍ରାୟ ୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଅଫିମ ଚାଷ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ଜିଲା ପୋଲିସକୁ ସୂଚନା ପ୍ରଦାନ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଅଫିମ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ ନ କଲେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବରେହିପାଣି, ଅସ୍ତକୁଅଁାରୀ ଓ ଗୁଡୁଗୁଡ଼ିଆ ପଞ୍ଚାୟତରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଆସୁଛନ୍ତି। ଏହି ପଞ୍ଚାୟତଗୁଡ଼ିକ ଅଧୀନରେ ଥିବା ଅସନବଣୀ, ଯଜଗଡ଼ା, ଝାଟିପାଣି, ଚାକୁଣ୍ଡାକଚା, ସାରୁଡ଼ା, ବୁଢ଼ାବଳଙ୍ଗ, କୁକୁରଭୁକା ଓ ଖେଜୁରୀ ଗ୍ରାମରେ ବ୍ୟାପକ ଭାବେ ଅଫିମ ଚାଷ କରାଯାଇଛି। ପ୍ରତି ଗ୍ରାମରେ ହେକ୍ଟର ହେକ୍ଟର ଜମିରେ ଏହି ଚାଷ କରି ଅଫିମ ସଂଗ୍ରହ କରାଯାଉଛି। ବୁଢ଼ାବଳଙ୍ଗ ଗ୍ରାମର ୩ଟି ସ୍ଥାନରେ ୧୦ ହେକ୍ଟର, କୁକୁରଭୁକା ଗ୍ରାମରେ ୧୦ ହେକ୍ଟର, ଖେଜୁରୀ ଗ୍ରାମରେ ୫ହେକ୍ଟର ଏବଂ ଅନ୍ୟ ଗ୍ରାମଗୁଡ଼ିକୁ ମିଶାଇ ମୋଟ ୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଅଫିମ ଚାଷ କରାଯାଇଛି ବୋଲି ବାରିପଦା କ୍ଷେତ୍ର ନିର୍ଦ୍ଦେଶକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା.ପ୍ରକାଶ ଚାନ୍ଦ ଗୋଗିନେନି ପ୍ରକାଶ କରିଛନ୍ତି। ବନ ବିଭାଗ ଉକ୍ତ ସ୍ଥାନଗୁଡ଼ିକ ଚିହ୍ନଟ କରି ଜିଲା ପୋଲିସ ମୁଖ୍ୟାଳୟକୁ ଅବଗତ କରାଇଛି।
ଇତିମଧ୍ୟରେ ପୋଲିସ ୩ ଥର ଚଢ଼ାଉ କରି ମୋଟ ୧୪ କୋଟି ୩୨ଲକ୍ଷ ଟଙ୍କା ମୂଲ୍ୟର ୭ଲକ୍ଷ ୮ହଜାର ଅଫିମ ଗଛକୁ ଓପାଡ଼ି ନଷ୍ଟ କରିସାରିଲାଣି। ଏହି ଘଟଣାରେ ୬ଟି ମାମଲା ରୁଜୁ କରାଯାଇଥିବା ବେଳେ ଏହାର ଚେର କେତେଦୂର ଲମ୍ବିଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଏଥିରେ ଆନ୍ତଃରାଜ୍ୟ ର଼୍ୟାକେଟର ସମ୍ପୃକ୍ତି ଥିତ୍ବା ଦିଗରେ ମଧ୍ୟ ତଦନ୍ତ ଚାଲିଛି ଓ ଚାଷ ହୋଇଥିବା ଜମି ଗୁଡ଼ିକର ମାଲିକାନା ସମ୍ପର୍କରେ ଯାଞ୍ଚ ଜାରି ରହିଛି ବୋଲି ଅତିରିକ୍ତ ଏସ୍‌ପି ଉମାଶଙ୍କର ମହାରଣା କହିିଛନ୍ତି। ସେହିପରି ଅବକାରୀ ବିଭାଗ ଚଢ଼ାଉ କରି ୭ କୋଟି ୭୦ଲକ୍ଷ ଟଙ୍କା ମୂଲ୍ୟର ୩ ଲକ୍ଷ ୮୫ହଜାର ଅଫିମ ଗଛକୁ ପୋଡ଼ି ନଷ୍ଟ କରିଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅଦ୍ୟାବଧି ମୋଟ ୨୨ କୋଟି ୨ଲକ୍ଷ ଟଙ୍କା ମୂଲ୍ୟର ୧୦ଲକ୍ଷ ୯୩ ହଜାର ଅଫିମ ଗଛ ନଷ୍ଟ କରାଯାଇଛି।
କେବେଠାରୁ ଏହି ଚାଷ ଚାଲିଛି ତାହାର କୌଣସି ସୂଚନା ଅଦ୍ୟାବଧି ମିଳିପାରୁ ନାହଁି। ଫଳରେ ମାଓବାଦୀ କିମ୍ବା ଆତଙ୍କବାଦୀଙ୍କ ଏଥିରେ ସମ୍ପୃକ୍ତ ଥାଇ ପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ୨୦୦୯ ମାର୍ଚ୍ଚ ମାସରେ ମାଓବାଦୀମାନେ ଶିମିଳିପାଳ ମଧ୍ୟରେ ରହି ଆତଙ୍କରାଜ ଚଳାଇଥିଲେ। ଫଳରେ ୯ମାସ ଧରି ପୋଲିସ କିମ୍ବା ବନ ବିଭାଗ କର୍ମଚାରୀମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରି ନ ଥିଲେ। ମାଓବାଦୀଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ଲୋକଙ୍କ ଦ୍ୱାରା ଏଭଳି ଚାଷକାର୍ଯ୍ୟ କରାଯାଉଥିବା ସନ୍ଦେହ କରାଯାଉଛି। ସେହିପରି ପଡ଼ୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ଆସି ଗଛ କାଟୁଥିବା ଲୋକମାନେ ଶିମିଳିପାଳ ମଧ୍ୟରେ ସ୍ଥାୟୀ ବସବାସ କରି ରହିଛନ୍ତି। ଶତକଡ଼ା ୧୦ ପ୍ରତିଶତ ଲୋକ ମୂଳ ଅଧିବାସୀ ହୋଇଥିବା ବେଳେ ଅନ୍ୟ ସମସ୍ତେ ବାହାର ରାଜ୍ୟରୁ ଆସି ସ୍ଥାୟୀ ଭାବେ ବସବାସ କରୁଛନ୍ତିି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତେଇ ଚାଲିଛନ୍ତି। ଏହି ଚାଷ ୩ ବର୍ଷ ହେଲା ହେଉଥିବା ନେଇ ସ୍ଥାନୀୟ ଲୋକେ ଏବେ ମୁହଁ ଖୋଲିଛନ୍ତି। ସରକାରୀ ଅଧିକାରୀ, ଆଇଟିଡିଏ ବିଭାଗ, କୃଷି ଏବଂ ଏନ୍‌ଜିଓ କର୍ମଚାରୀମାନେ ଶିମିଳିପାଳ ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ଯାଉଥିବା ବେଳେ ଅଫିମ ଚାଷ ସମ୍ପର୍କରେ କିପରି ସୂଚନା ପାଇପାରୁ ନାହାନ୍ତି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ମାଓବାଦୀମାନେ ଶିମିଳିପାଳ ମଧ୍ୟରେ ରହି ଆଧିପତ୍ୟ ବିସ୍ତାର କରିବାରେ ଲାଗିଥିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପରେ। ଶିକାରୀ ଓ ନିଶା ବେପାରୀଙ୍କ କବଳରୁ ଶିମିଳିପାଳକୁ ଉଦ୍ଧାର କରା ନ ଗଲେ ଆଗାମୀ ଦିନରେ ବିଶ୍ୱ ପରିଚିତ ଶିମିଳିପାଳର ଚିତ୍ର ଓଲଟା ହୋଇପଡ଼ିବ ବୋଲି ଆଚାର୍ଯ୍ୟ କହିଛନ୍ତି। ତେବେ ଜିଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପରି ଚାଷକୁ ବନ୍ଦ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଜିଲାବାସୀ ସ୍ବର ଉଠାଇବା ଆରମ୍ଭ କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri