Operation Sindoor 2.0: ଭାରତକୁ ଆମେରିକା କହିଲା, Thank U India, ଏବେ ହୋଇଛି ନ୍ୟାୟ

ଇସଲାମାବାଦ/ନୂଆଦିଲ୍ଲୀ,୯।୫: ଭାରତ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଅବଦୁଲ ରଉଫ ଆଝାରକୁ ନିପାତ କରିଛି।
ଭାରତର ଏହି କାର୍ଯ୍ୟାନୁଷ୍ଠାନର ବିଶ୍ୱବ୍ୟାପୀ ପ୍ରଭାବ ଏବେ ଦୃଶ୍ୟମାନ ହେଉଛି ଏବଂ ଅବଦୁଲ ଆଝାରର ମୃତ୍ୟୁ ପାଇଁ ଆମେରିକା ମଧ୍ୟ ସାର୍ବଜନୀନ ଭାବରେ ଭାରତକୁ ଧନ୍ୟବାଦ ଦେଇଛି। ମାସୁଦ ଆଝାରର ଭାଇ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଜୈଶର ମୁଖ୍ୟ ଅପରେସନାଲ ମାଷ୍ଟରମାଇଣ୍ଡ ଅବଦୁଲ ଆଝାରର ମୃତ୍ୟୁରେ ଆମେରିକା ଖୁସି ବ୍ୟକ୍ତ କରିଥିବା ମନେ ହେଉଛି।
ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ଜାଲମେ ଖଲିଲଜାଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି, ‘ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତ ନିଷ୍ଠୁର ଆତଙ୍କବାଦୀ ଅବଦୁଲ ରଉଫ ଆଝାରକୁ ହତ୍ୟା କରିଛି। ଏହି ବ୍ୟକ୍ତି ଜଣକ ୨୦୦୨ମସିହାରେ ୟିହୁଦୀ ସାମ୍ବାଦିକ ଡାନିଏଲ ପର୍ଲର ମୁଣ୍ଡ କାଟି ହତ୍ୟା କରିଥିଲେ। ଆଜି ନ୍ୟାୟ ହୋଇଛି। ଭାରତକୁ ଧନ୍ୟବାଦ।’
ଭାରତ ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ଅବଦୁଲ ରଉଫଙ୍କ ମୃତ୍ୟୁକୁ ଆମେରିକା ‘ନ୍ୟାୟ ପ୍ରଦାନ’ ବା ‘ଜଷ୍ଟିଶ ଡେଳିଭର୍ଡ’ ବୋଲି କହିଛି। ଏହି କୁଖ୍ୟାତ ଆତଙ୍କବାଦୀଙ୍କ ମୃତ୍ୟୁରେ ଆମେରିକା ଏବଂ ୟିହୁଦୀ ସମ୍ପ୍ରଦାୟ ବହୁତ ସନ୍ତୁଷ୍ଟ ଥିବା ପରି ମନେ ହେଉଛି।
୨୦୦୨ ମସିହାରେ ପାକିସ୍ତାନରେ ଏକ ବିଭତ୍ସ ହତ୍ୟାକାଣ୍ଡରେ, ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ବରିଷ୍ଠ ସାମ୍ବାଦିକ ଡାନିଏଲ ପର୍ଲଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଅବଦୁଲ ରଉଫ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ଏବଂ ଆମେରିକୀୟ ଏଜେନ୍ସିଗୁଡ଼ିକ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲେ।
ଜଣେ ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞ ଏଲି କୋହାନିମ ମଧ୍ୟ ଅବଦୁଲ ରଉଫ ଆଝାରଙ୍କ ମୃତ୍ୟୁ ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO India)କୁ ଟ୍ୟାଗ କରି ସେ ଲେଖିଛନ୍ତି, ‘ଆମେ ବହୁତ ଦିନ ଧରି ଡାନିଏଲ ପର୍ଲଙ୍କ ପାଇଁ ନ୍ୟାୟ ପାଇଁ ଅପେକ୍ଷା କରିଥିଲୁ। ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ମୁଁ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ ପ୍ରତି କୃତଜ୍ଞ।’
ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଇସ୍ରାଏଲୀ ଖବରକାଗଜ ‘ଦି ଜେରୁସାଲେମ ପୋଷ୍ଟ’ ପ୍ରମୁଖ ଭାବରେ ପ୍ରକାଶ କରିଥିଲା ଏବଂ ଏହାର ରିପୋର୍ଟରେ କୁହାଯାଇଥିଲା ଯେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ବିଶ୍ୱର ୟିହୁଦୀ ସମ୍ପ୍ରଦାୟ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ବିଶ୍ୱବ୍ୟାପୀ ସମର୍ଥନ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?