ଖୋଲାଖୋଲି ଅପେରା ପ୍ରଦର୍ଶନ: ତେଜିଲା ଅସନ୍ତୋଷ

ବରଗଡ଼/ଭେଡ଼େନ,୮।୯(ପ୍ରେମାନନ୍ଦ ଖମାରୀ/ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନଖୁଣ୍ଟୁଲିପାଲିରେ ଅପେରା(ଯାତ୍ରାପାର୍ଟି) ପୋଷ୍ଟର ଚିରା ଏବଂ ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି । ପୋଷ୍ଟର ଚିରା ଘଟଣାରେ ଗିରଫ ହୋଇ କୋଶଲ ସେନାର ଦୁଇ କର୍ମୀ ବରଗଡ଼ ସବ୍‌ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଅନ୍ୟପଟେ ମିଥ୍ୟା ଅଭିଯୋଗରେ ପୋଲିସ ସଙ୍ଗୀନ ଦଫା ଲଗାଇ ସେମାନଙ୍କୁ ଗିରଫ କରିଥିବା ଏବଂ କୋଶଲ ସଂଗ୍ରାମୀଙ୍କୁ ମରଣାନ୍ତକ ଆକ୍ରମଣ ହେବା ସତ୍ତ୍ବେ ପୋଲିସ ମାମଲା ରୁଜୁ ନ କରିବା ପ୍ରତିବାଦରେ କୋଶଲ ସେନା ଆହ୍ବାନରେ ବରଗଡ଼ ଏସ୍‌ପି ଅଫିସ ଆଗରେ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା। ଏହାସତ୍ତ୍ବେ ଖୁଣ୍ଟୁଲିପାଲି ସରକାରୀ ଜମି ଉପରେ ଟେଣ୍ଟ ପକାଇ ଗତ ୫ତାରିଖରୁ ରାତିରେ ଟିକେଟ୍‌ ଅପେରା ପ୍ରଦର୍ଶନ ଏବଂ ସେଥିପ୍ରତି ପୋଲିସ, ପ୍ରଶାସନ ନୀରବ ଦର୍ଶକ ସାଜିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

କେବଳ ସେତିକି ନୁହେଁ, ଅପେରା ପ୍ରଦର୍ଶନ ପାଇ ଅନୁମତି ଦିଆଯାଇ ନାହିଁ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଥିବା ବେଳେ ରାତିରେ ଅପେରାସ୍ଥଳୀରେ ପୋଲିସ ସୁରକ୍ଷାକୁ ନେଇ ଅପେରା ବିରୋଧରେ ଦୀର୍ଘ ଦିନରୁ କୁହୁଳୁ ଥିବା ଅସନ୍ତୋଷ ଆଉ ଏକ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି କ୍ରମରେ କୋଶଲ ସେନାର ବିରବଲ ମହାକୁଡ଼ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲାପାଳ ଲଲାଟ କୁମାର ଲୁହାଙ୍କୁ ଭେଟି ଘଟଣାର ଦୃଷ୍ଟି ଆକର୍ଷଣ କରିବା ସହିତ ବିହିତ କାର୍ଯାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।

ସେହିପରି ବରଗଡ଼ ଜିଲା ଓକିଲ ସଂଘ, ବରଗଡ଼ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଂଗଠନକୁ ଭେଟି ପୋଲିସ, ପ୍ରଶାସନର ଜ୍ଞାତସାରରେ ଜିଲାରେ ହେଉଥିବା ଟିକେଟ୍‌ ଅପେରା ପ୍ରଦର୍ଶନ ବନ୍ଦ ଦାବିରେ ସହଯୋଗ କରିବାକୁ କୋଶଲ ସେନା ଅନୁରୋଧ କରିଛି। ଏହି ସମ୍ପର୍କରେ ଭେଡ଼େନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ପଚାରିବରୁ ଅପେରା ପ୍ରଦର୍ଶନ ଅନୁମତି ସମ୍ପର୍କୀତ କୌଣସି ଚିଠି ସେ ଦେଇ ନ ଥିବା କିମ୍ବା ତାଙ୍କୁ ଚିଠି ମିଳି ନ ଥିବା କହିଛନ୍ତି। ସେହିପରି ଭେଡ଼େନ ଥାନା ଆଇଆଇସି ପ୍ରେମଜିତ୍‌ ଦାଶ କହିଛନ୍ତି, ଅପେରା ପ୍ରଦର୍ଶନ ପାଇଁ ତାଙ୍କ ପାଖରେ କିଛି ଅର୍ଡ଼ର ନାହିଁ । କିନ୍ତୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୋଲିସ ମୁତୟନ ରହିଥିବା ସେ କହିଛନ୍ତି।

ଅପରପକ୍ଷେ କୋଶଲ ସେନା ସମେତ ଜିଲାର ବିଭିନ୍ନ ସଂଗଠନର ବିରୋଧ ସତ୍ତ୍ବେ ପୋଲିସ ଉପସ୍ଥିତିରେ ଜିଲାରେ ଟିକେଟ୍‌ ଅପେରା ପ୍ରଦର୍ଶନ ହେବା ଜିଲା ପୋଲିସ, ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ଟିକେଟ୍‌ ଅପେରା ଯୋଗୁ ଘୁଡ଼ୁଘୁଡ଼ୁ ପଟି, ଜୁଆଖେଳ, ଚୋରି, ଡକାୟତି ଭଳି ଅପରାଧ ବୃଦ୍ଧି ପାଇବା ଏବଂ ସେତେବେଳେ ଚାଷୀ ଆତ୍ମହତ୍ୟା ଘଟଣା ଘଟିବାରୁ ଗତ ୨୦୦୫ରୁ ବରଗଡ଼ ଜିଲାରେ ଟିକେଟ୍‌ ଅପେରା ପ୍ରଦର୍ଶନ ନେଇ ଜିଲା ପ୍ରଶାସନ କଟକଣା ଲାଗୁ କରିଥିଲା। ସେହିବର୍ଷରୁ ଜିଲାରେ ଟିକେଟ୍‌ ଅପେରା ବନ୍ଦ ରହିଥିବା ବେଳେ ବିଭିନ୍ନ ସମୟରେ ଜିଲାର କାଁ ଭାଁ କେଉଁଠି ଟିକେଟ୍‌ ଅପେରା ପ୍ରଦର୍ଶନ ହେବା ଜଣାପଡ଼ିବା ପରେ ସଚେତନ ନାଗରିକମାନେ ତାକୁ ବିରୋଧ କରି ଆସୁଛନ୍ତି।

ଏପରିକି ଜିଲା ଓକିଲ ସଂଘ ମଧ୍ୟ ଜିଲାରେ ଟିକେଟ୍‌ ଅପେରା ପ୍ରଦର୍ଶନ ପାଇଁ ଅନୁମତି ନ ଦେବାକୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛି । ସେହିପରି ରାତି ୧୦ଟା ପରେ ଅପେରା ପ୍ରଦର୍ଶନ ନ କରିବା ତଥା ଏହାକୁ ଅବମାନନା କଲେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଏକ ରାୟରେ ହାଇକୋର୍ଟ ଆଦେଶ କରିଛନ୍ତି। ତେବେ ହାଇକୋର୍ଟଙ୍କ ଏଭଳି ରାୟ ତଥା ଖୁଣ୍ଟୁଲିପାଲିରେ ଅପେରା ପ୍ରଦର୍ଶନ ନ ହେଉଣୁ ତାକୁ ନେଇ ତୁମୁଳକାଣ୍ଡ ଘଟିଥିବା ସତ୍ତ୍ବେ ସେଠାରେ ଖୋଲାଖୋଲି ଅପେରା ପ୍ରଦର୍ଶନ ହେବା ଏବେ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ରାଜନୈତିକ ଚାପରେ ପୋଲିସ, ପ୍ରଶାସନ ନିଜେ ଆଇନ ଭାଙ୍ଗୁଛନ୍ତି ଏବଂ ଆଗାମୀ ଦିନରେ ଏହାର ଉଚିତ୍‌ ଜବାବ୍‌ ଦିଆଯିବ ବୋଲି କୋଶଲ ସେନାର କୋଶଲ ସଂଗ୍ରାମୀ ମହାକୁଡ଼ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

‘ନୋ କିଙ୍ଗସ୍‌’ ଆନ୍ଦୋଳନରେ ଦୋହଲି ଗଲାଣି ଆମେରିକା, ଗାଦିଚ୍ୟୁତ ହେବେ ଟ୍ରମ୍ପ!

ଓ୍ବାଶିଂଟନ,୨୯।୩: ଆମେରିକା ବର୍ତ୍ତମାନ ଦୁଇଟି ପ୍ରମୁଖ ମୋର୍ଚ୍ଚା ସହିତ ସଂଘର୍ଷ କରୁଛି। ଗୋଟିଏ ପଟେ, ପଶ୍ଚିମ ଏସିଆରେ ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷରେ ହଜାର ହଜାର ଲୋକଙ୍କ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଫର୍ମ ପୂରଣ କରିବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri