ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାରିଲେ ମାଓବାଦୀ

ଫୁଲବାଣୀ ଅଫିସ/କୋଟଗଡ, ୧୮ା୧୨: ବିଗତ ଦିନରେ ପୋଲିସ ମାଓବାଦୀଙ୍କୁ ମାରିବା ଏବଂ ଦୁଇ ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ ବିବାହ ବନ୍ଧନରେ ବାନ୍ଧିବା ଘଟଣାକୁ ସହଜରେ ନେଇ ପାରି ନାହାନ୍ତି ମାଓବାଦୀ । ରବିବାର ସ୍ପଷ୍ଟ ଦିବା ଲୋକରେ ଜଣେ ଠିକାଦାର/ବଢ଼େଇଙ୍କୁ ସର୍ବ ସମ୍ମୁଖରେ ସେମାନେ ହତ୍ୟା କରି ପୋଲିସକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି । ମୃତ ଠିକାଦାର/ବଢ଼େଇ ହେଲେ କଳାହାଣ୍ଡି ଜିଲା ଆଣ୍ଡ୍ରିଂ ଗ୍ରାମର ରମେଶ ନାୟକ। ଏଥିସହ ଆଉ ୫ ଜଣଙ୍କୁ ପୋଲିସ ଇନଫର୍ମର ଲାଗି ହତ୍ୟା କରିବାକୁ ଘଟଣାସ୍ଥଳରେ ପୋଷ୍ଟର ମାରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ଏ ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଂଚି ନାହିଁ ।

ମିଳିଥିବା ସୁଚନା ଅନୁସାରେ କୋଟଗଡ ବ୍ଲକ ଦୁର୍ଗାପାଂଗା ପଂଚାୟତ ବଣ୍ଡାପିପିଲି ଗ୍ରାମରେ ରବିବାର ଜନଜାତି ସାପ୍ତାହିକୀ ହାଟ ବସିଥିଲା । ପ୍ରାୟ ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୁଇ ବନ୍ଧୁକ ଧାରୀ ସେଠାରେ ଆସି ପହଂଚି ରମେଶଙ୍କୁ ଖୋଜିଥିଲେ । ରମେଶଙ୍କ ଘର ହାଟ ଯେଉଥିବା ଜାଗା ସମ୍ମୁଖରେ । ମାଓବାଦୀଙ୍କୁ ଦେଖି ରମେଶ ଦୌଡି ପଳାଉଥିଲେ ।

ଏହି ସମୟରେ ସେମାନେ ପିଛା କରି ମାତ୍ର ୩୦ ମିଟର ଦୂରରେ ରମେଶଙ୍କୁ ଗୁଳି କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ସ୍ଥାନରେ ଆଉ ୫ ଜଣ କ୍ୱାର୍କ ବିଭୂତି ମଣ୍ଡଳ, ଚୌକିଦାର ଟିକି, କପିଳ, ପଙ୍କଜ ମୁଣ୍ଡା, ଯୁଗେନ୍ଦ୍ର ମୁଣ୍ଡା ପୋଲିସ ଇନଫର୍ମର ସାଜିଥିବାରୁ ସେମାନଙ୍କୁ ହତ୍ୟା କରାଯିବ । କାରଣ ସେମାନେ ସାଧାରଣ କୁଟିଆ ଆଦିବାସୀଙ୍କୁ କିଛି ଟଂକା, ମୋବାଇଲ ଲୋଭ ଦେଖାଇ ପୋଲିସକୁ ଖବର ଦେଉଛନ୍ତି । ଏମାନଙ୍କୁ ରମେଶ ଭଳି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଂଶଧାରା ଡିଭିଜନ ପୋଷ୍ଟର ତଳେ ଉଲ୍ଲେଖ ରହିଛି । ଅପରପକ୍ଷେ ରମେଶଙ୍କ ଦୁଇ ଜଣ ସ୍ତ୍ରୀ ଅଛନ୍ତି । ପ୍ରଥମ ସ୍ତ୍ରୀଙ୍କର ଦୁଇଟି ପୁଅ ଥିବା ବେଳେ ଦ୍ୱିତୀୟ ସ୍ତ୍ରୀଙ୍କ ଗୋଟିଏ ପୁଅ ରହିଛନ୍ତି । ରମେଶ ଗତ ୧୦ ବର୍ଷ ହେବ କଳାହାଣ୍ଡିରୁ ଏଠାକୁ ଆସି ଠିକାଦାରୀ କରିବା ସହ ବଢ଼େଇ କାମ କରୁଥିଲେ । ସୁଚନାଯୋଗ୍ୟ, ମାଓବାଦୀମାନେ ଗତ କିଛି ଦିନ ହେବ କନ୍ଧମାଳ ଜିଲାର ପରିବେଶକୁ ଅଶାନ୍ତ କରି ରଖିଛନ୍ତି । ସେମାନେ ପ୍ରତିଶୋଧ ପରାୟଣ ହୋଇ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଉଛନ୍ତି । ଗତ ଫେବୃୟାରୀ ୧୫ରେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଭଣ୍ଡରଙ୍ଗି ପଂଚାୟତ ଗୁମି ଗ୍ରାମରେ ପୋଲିସ ଇନର୍ଫମର ସନ୍ଦେହରେ କପିଳ ମାଝି(୩୨)ଙ୍କୁ ହତ୍ୟା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri