ଓପେକ ଦେଶ ତୈଳ ଉତ୍ପାଦନ କମାଇବାକୁ କଲେ ଘୋଷଣା, ଦିନକୁ ଦୁଇ ନିୟୁତ ବ୍ୟାରେଲ ହେବ ହ୍ରାସ…

ଭିଏନା,୬।୧୦ : କରୋନା ମହାମାରୀର ଅଢ଼େଇ ବର୍ଷ ଓପେକ ସଦସ୍ୟ ଦେଶର ପ୍ରତିନିଧୀମାନେ ଭିଏନାରେ ଏକାଠି ହୋଇ ତୈଳ ଉତ୍ପାଦନ ପରିମାଣକୁ ପ୍ରତିଦିନ ଦୁଇ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ସହମତି ହୋଇଛନ୍ତି। ଉତ୍ପାଦନ ହ୍ରାସ କରିବାର ଏହି ନିଷ୍ପତ୍ତି ନଭେମ୍ବର ଠାରୁ ପ୍ରଯୁଜ୍ୟ ହେବ।
ଏହି ପଦକ୍ଷେପ ବିଶ୍ୱର ଅର୍ଥନୀତିକୁ ପୁଣି ସଙ୍କଟ ମଧ୍ୟକୁ ଠେଲି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ଏବଂ ଏହାର ସହଯୋଗୀ ସଦସ୍ୟଙ୍କ ତୈଳ ଉତ୍ପାଦନ କୋଟା ହ୍ରାସକୁ ନେଇ ହ୍ବାଇଟ ହାଉସ ନିରାଶ ହୋଇଛି।

ଓପେକ ଏବଂ ସହଯୋଗୀମାନଙ୍କ ଦ୍ୱାରା ହୋଇଥିବା କଟକଣାକୁ ସମାଲୋଚନା କରି ହ୍ବାଇଟ ହାଉସ ଏହା ଏକ ଅଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛି। ହ୍ବାଇଟ ହାଉସର ମୁଖପାତ୍ର କରାଇନ ଜିନ-ପିୟରେ ଏୟାରଫୋର୍ଓ ୱାନରେ ଗଣମାଧ୍ୟମକୁ କହିଛନ୍ତି ଏହା ସ୍ପଷ୍ଟ ଯେ ଓପେକ ଏବଂ ସହଯୋଗୀମାନେ ରୁଷିଆ ସହ ମିଶିଛନ୍ତି।

ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ ଏବଂ ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ବ୍ରାଏନ ଡିଜ ଏକ ବିବୃତ୍ତିରେ କହିଛନ୍ତି ଯେ ଭ୍ଲାଡିମିର ପୁଟିନଙ୍କ ଆକ୍ରମଣ ଯୋଗୁ ବିଶ୍ୱ ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପଡିଥିବା ବେଳେ ଓପେକ ଦେଶଗୁଡିକର ଏଭଳି କାର୍ଯ୍ୟ ନେଇ ରାଷ୍ଟ୍ରପତି ଜୋ ବାଇଡେନ ନିରାଶ ହୋଇଛନ୍ତି।

ଏହା ଦ୍ୱାରା ମଧ୍ୟମ ଆୟକାରୀ ଦେଶ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇବ। ସେମାନେ ପୂର୍ବରୁ ଉଚ୍ଚ ଶକ୍ତି ମୂଲ୍ୟ ସହ ସଂଗ୍ରାମ କରୁଛନ୍ତି। ଏହା ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri