Categories: ଫୁରସତ

ଓଲଟି ପଡ଼ିଲା ମଦ ଭର୍ତ୍ତି ଟ୍ରକ, ଆଉ ତା ପରେ…

ଓଲଟିପଡ଼ିଲା ମଦ ଭର୍ତ୍ତି ଟ୍ରକ। ଗୋଟିଏ ପରେ ଗୋଟିଏ ପେଟି ବୋହିନେଲେ ଲୋକେ। ଆସାମର ସେପୋନ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ଅଞ୍ଚଳଦେଇ ଯାଉଥିବା ଏକ ମଦଭର୍ତ୍ତୀ ଟ୍ରକ ଓଲଟିପଡ଼ିଥିଲା। ଏହାପରେ ଲୁଟପାଟ ଦେଖିବାକୁ ମିଳିଥିଲା। ଯାହାକୁ ମଉକା ମିଳିଲା, ସେ ବୋହିନେଲା। କିଛି ଘଣ୍ଟା ମଧ୍ୟରେ ସବୁ ସଫା। କିଛି ଲୋକ ଘଟଣାର ଭିଡିଓ କରି ଛାଡ଼ିବା ପରେ ଏହା ଭାଇରାଲ ହେଉଛି।

Share