Posted inଜାତୀୟ

ମୁଖ୍ୟମନ୍ତ୍ରୀ ପଦରେ ୯୪୩ ଦିନ ରହିଲେ ଉଦ୍ଧବ, ଏବେ ପର୍ଯ୍ୟନ୍ତ ୨ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ୫ ବର୍ଷ

ମୁମ୍ବାଇ,୩୦ ।୬: ମହାରାଷ୍ଟ୍ରରେ ୨୦୧୯ ନଭେମ୍ବର ୨୮ରେ ଆରମ୍ଭ ହୋଇଥିବା ଉଦ୍ଧବ ରାଜ ଏବେ ଶେଷ ହୋଇଛି । ଗତ ୧୦ ଦିନ ହେବ ଲାଗି ରହିଥିବା ରାଜନୈତିକ ସଙ୍କଟ ଶେଷରେ ଶେଷ ହୋଇଛି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କେବଳ ସେତିକି ନୁହେଁ ଉଦ୍ଧବ ତାଙ୍କ ବିଧାନ ପରିଷଦ ସଦସ୍ୟତାରୁ ବି ଇସ୍ତଫା ଦେଇଛନ୍ତି । ଉଦ୍ଧବ ଠାକରେ ପ୍ରାୟ ୯୪୩ ଦିନ ମୁଖ୍ୟମନ୍ତ୍ରୀ ରହିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ ଉଦ୍ଧବଙ୍କ ଇସ୍ତଫାକୁ ନେଇ ଆଲୋଚନା ଯୋର ଧରିଲା । ଆଉ ଏହାର ଠିକ୍ ୩୦ ମିନିଟ ପରେ ଉଦ୍ଧବ ଇସ୍ତଫା ଦେଇଦେଲେ ।
ତେବେ ମହାରାଷ୍ଟ୍ରର ରାଜନୀତି ବଡ ରୋଚକ । ଗୋଟିଏ ପଟେ ଉଦ୍ଧବ ଠାକରେ ୯୪୩ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଏଠାରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ୨ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନେ ଉଦ୍ଧବଙ୍କ ଭଳି ଅଧାରୁ ବିଦା ହୋଇଛନ୍ତି । ତେବେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନବିଶ ଓ ବସନ୍ତରାଜ ନାଇକ । ୧୯୬୦ରେ ମହାରାଷ୍ଟ୍ର ଅଲଗା ରାଜ୍ୟ ହେବା ପରେ ବସନ୍ତରାଜ ନାଇକ ୧୯୬୩-୧୯୬୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିଥିଲେ । ଏହାପରେ ୧୯୬୭ରେ ଦ୍ୱିତୀୟ ଥର ବସନ୍ତରାଜ ବି ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାପରେ ୨୦୧୪ରେ ଭାରତୀୟ ଜନତା ପାର୍ଟି(ଭଜାପା) ଶିବସେନା ମେଣ୍ଟରେ ମୁଖ୍ୟମନ୍ତ୍ରୀ ହୋଇଥିବା ଦେବେନ୍ଦ୍ର ଫଡନବିଶ ବି ୫ ବର୍ଷ କାର୍ଯ୍ୟକାଳ ପୁରଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri