ଚାଇନାକୁ ରୋକିବାକୁ କେବଳ ଭାରତ ସକ୍ଷମ, କହିଲା ଆମେରିକା…

ଓ୍ବାଶିଂଟନ, ୧୧।୬ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ଶକ୍ତି ପ୍ରଦର୍ଶନ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦେଶ ଭାରତର ପଦକ୍ଷେପ ନେଇ ଚାହିଁ ରହିଛନ୍ତି। ବହୁ ଦେଶ ବିଶ୍ୱାସ କରନ୍ତି ଯେ କେବଳ ଭାରତ ଏସିଆରେ ଶକ୍ତି ସନ୍ତୁଳନ ପ୍ରତିଷ୍ଠା କରିପାରିବ।

ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ସିଙ୍ଗାପୁରର ଶାଙ୍ଗରି ଲୋ ଡାଏଲଗରେ ସେ କହିଛନ୍ତି ଯେ ଭାରତର ବଢୁଥିବା ଶକ୍ତି ଦ୍ୱାରା ହିଁ କେବଳ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ପ୍ରତିଷ୍ଠା ହୋଇପାରିବ। ସେ କହିଛନ୍ତି ଯେ ଆମେରିକା ବିଶ୍ୱାସ କରୁଛି ଯେ ଭାରତର ସାମରିକ ସାମର୍ଥ୍ୟ ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଅଞ୍ଚଳରେ ଏକ ସ୍ଥିରତା ସୃଷ୍ଟି କରିବାକୂ ସକ୍ଷମ। ଏହି କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନା ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି ଏବଂ ଏହାର ସାମୁଦ୍ରିକ କ୍ଷମତାକୁ ବେଆଇନ ଭାବେ ବୃଦ୍ଧି କରୁଛି। ଚାଇନାକୁ ରୋକିବା ପାଇଁ ଭାରତ ସକ୍ଷମ ହୋଇ ପାରିବ ବୋଲି ସୂଚିତ କରିଛନ୍ତି।

ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଚାଇନା ତାଇୱାନକୁ ଏହାର ଅଂଶ ବୋଲି ବିବେଚନା କରୁଛି। ଏହା ବ୍ୟତୀତ ଅନ୍ୟ ଦେଶର କିଛି ଅଂଶ ଉପରେ ନିଜର ଦାବି ମଧ୍ୟ ଚାଇନା ରଖିଛି ଏବଂ ଏଥିପାଇଁ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟ ଗ୍ରହଣ କରୁଛି। ଅଷ୍ଟିନ କହିଛନ୍ତି, ଦକ୍ଷିଣ ଚାଇନା ସାଗରରେ ଚାଇନା ଏକ ଆକ୍ରମଣାତ୍ମକ ତଥା ବେଆଇନ ବିସ୍ତାରବାଦୀ ମନୋଭାବ ଗ୍ରହଣ କରୁଛି। ଏଭଳି ପରିସ୍ଥିତିରେ ଆମେରିକା ତାର ସହଯୋଗୀମାନଙ୍କ ସହ ଛିଡା ହୋଇଛି। ସେ କହିଛନ୍ତି ଯେ ଆମର ପାରସ୍ପରିକ ପ୍ରତିରକ୍ଷା ପ୍ରତିଶ୍ରୁତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି, ଚାଇନା ଏକ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରୁଛି। ଭାରତ ସହିତ ଏହାର ସୀମା ବିବାଦ ମଧ୍ୟ ରହିଛି ଏବଂ ଲଦାଖ ସେକ୍ଟରରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି।

ଏହା ବ୍ୟତୀତ ଏହା ଭିଏତନାମ, ତାଇୱାନ, ଫିଲିପାଇନ୍ସ, ବ୍ରୁନେଇ, ମାଲେସିଆର କିଛି ଅଂଶ ମଧ୍ୟ ଚାଇନା ନିଜର ବୋଲି ଦାବି କରୁଛି। ଏଭଳି ପରିସ୍ଥିତିରେ ଆମେରିକାର ଭବିଷ୍ୟତର ଆକ୍ରୋଶକୁ ରୋକିବା ଏବଂ ପରାସ୍ତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ମଧ୍ୟ ଆମର ବନ୍ଧୁ ଦେଶମାନଙ୍କ ସହିତ ଛିଡା ହୋଇ ଆମର ସୁରକ୍ଷା ଭିତ୍ତିଭୂମିକୁ ସ୍ବଚ୍ଛ ଏବଂ ଅଧିକସୁଦୃଢ଼ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri