Posted inଜାତୀୟ

କେବଳ ଏହି କାରଣ ପାଇଁ ରାହୁଲ୍ ବସିଲେ ପଛରେ, ସ୍ପଷ୍ଟୀକରଣ ରଖିଲେ ପ୍ରତିରକ୍ଷା ମନ୍ତ୍ରାଳୟ କହିଲେ

ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ କ୍ରମାଗତ ଏକାଦଶ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ମି ରାହୁଲ ଗାନ୍ଧୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ସ୍ବାଧୀନତା ଦିବସ ପାଳନ ସମୟରେ ରାହୁଲ ଗାନ୍ଧୀ ଅଲିମ୍ପିକ ପଦକ ବିଜେତାମାନଙ୍କ ସହିତ ଶେଷ ଧାଡିରେ ବସିଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ମଧ୍ୟ ଏହା ଉପରେ ଅନେକ ଆଲୋଚନା ହେଉଛି। ରାହୁଲଙ୍କ ବସିବା ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ପଚାରିଛି।ବିରୋଧୀ ଦଳର ନେତା ହେଇ ବି, ରାହୁଲ ଗାନ୍ଧୀଙ୍କୁ କାହିଁକି ପଛ ଧାଡିରେ ବସାଗଲା ତାକୁ ନେଇ ବିବାଦ .ଦେଖା ଦେଇଛି। ଏହି ଘଟଣାକୁ କିଛି ଲୋକ ପସନ୍ଦ କରି ନ ଥିଲା ବେଳେ ଏଥିପାଇଁ ସିଧା ସିଧା ମୋଦୀ ସରକାରଙ୍କୁ

ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ଆଗଧାଡିରେ ଅଲିମ୍ପିକ୍ସ ମେଡାଲ ବିଜେତାମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏ ନେଇ ରାହୁଲ ଗାନ୍ଧୀ ପଛ ଧାଡିରେ ବସିଥିଲେ । ନଚେତ୍ ପ୍ରୋଟୋକଲ ମୁତାବକ, ବିରୋଧୀ ଦଳର ନେତା ଆଗଧାଡିରେ ବସିବା ନିୟମ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ,

ଅଲିମ୍ପିକ ପଦକ ବିଜେତାମାନେ ରାହୁଲଙ୍କ ଆଗରେ ବସିଥିବାର ନଜର ଆସିଛନ୍ତି। ସେ ଯେଉଁ ଲାଇନରେ ବସିଥିଲେ, ହକି ଦଳର କିଛି ଖେଳାଳି ମଧ୍ୟ ତାଙ୍କ ସହ ବସିଥିଲେ। ରାହୁଲଙ୍କ ପଛରେ ଆଉ ଦୁଇଟି ଧାଡି ଅଛି, ଯେଉଁଥିରେ ଅନ୍ୟ କେତେକ ଅତିଥି ବସିଛନ୍ତି। ଏଠାରେ ଧ୍ୟାନ ଦେବା କଥା ହେଉଛି ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସ୍ବାଧୀନତା ଦିବସ ପାଳନ ପାଇଁ ଲାଲକିଲ୍ଲାରେ ଜଣେ ବିରୋଧୀଦଳ ନେତା ଉପସ୍ଥିତ ଥିଲେ। ତାଙ୍କୁ ପଛରେ ବସାଇବାକୁ ନେଇ ବିବାଦ ଉଠିଛି। ତେବେ ଏହି ସମଗ୍ର ପ୍ରସଙ୍ଗରେ ସରକାରଙ୍କ ତରଫରୁ ଏକ ବିବୃତ୍ତି ମଧ୍ୟ ଆସିଛି।
ରାହୁଲ ଗାନ୍ଧୀଙ୍କୁ ପଛରେ ବସିବାକୁ ଦିଆଯିବା ପରେ କଂଗ୍ରେସ ଅଭିଯୋଗ କରିଛି ଯେ, କାର୍ଯ୍ୟରେ ମଧ୍ୟ ରାଜନୀତି ଚାଲିଛି। କଂଗ୍ରେସ ରାଜ୍ୟ ସଭା ସାଂସଦ ବିବେକ ତଙ୍କା କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ କାହିଁକି ଏତେ ଖରାପ ଆଚରଣ କରୁଛି? ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଚତୁର୍ଥ ଧାଡିରେ ବସିଛନ୍ତି। ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀଙ୍କ ପରେ ଆସୁଛନ୍ତି, ଆପଣ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ଜାତୀୟ କାର୍ଯ୍ୟକୁ ରାଜନୀତିକରଣ କରିବାକୁ କିପରି ଅନୁମତି ଦେଲେ? ରାଜନାଥ ଜୀ ଆପଣଙ୍କଠାରୁ ଏମିତି ଆଶା ନ ଥିଲା।

ଏଥିସହିତ ରାହୁଲ ଗାନ୍ଧୀଙ୍କ ବସିବା ସ୍ଥିତିକୁ ନେଇ ରାଜନୀତିକୁ ନେଇ ସରକାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଏଥର ଅଲିମ୍ପିକ ପଦକ ବିଜେତାଙ୍କୁ ଆଗ ଧାଡି ଦିଆଯାଇଥିଲା। ଏହି କାରଣରୁ ରାହୁଲ ଗାନ୍ଧୀଙ୍କୁ ପଛ ଧାଡିରେ ବସିବାକୁ ପଡିଥିଲା। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ଏହାର ଆସନ ଯୋଜନା କରିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଅଟେ।
ପ୍ରୋଟୋକଲ ଅନୁଯାୟୀ, ଲୋକ ସଭାରେ ବିରୋଧୀ ଦଳର ନେତାଙ୍କୁ ସର୍ବଦା ଆଗଧାଡିରେ ଆସନ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri