Posted inଜାତୀୟ

୧୫୦ ଜଳଭଣ୍ଡାରରେ ମାତ୍ର ୨୩% ଜଳ

ନୂଆଦିଲ୍ଲୀ,୧ା୬(ପି.ଟି.): ବର୍ତ୍ତମାନ ଭାରତର ପ୍ରମୁଖ ୧୫୦ଟି ଜଳଭଣ୍ଡାରର ଜଳ ମୋଟ ଧାରଣ କ୍ଷମତାର ୨୩%କୁ ଖସିଆସିଛି। ଅର୍ଥାତ୍‌ ଗତବର୍ଷ ଗ୍ରୀଷ୍ମଋତୁରେ ଏହି ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ଯେତିକି ଥିଲା, ଚଳିତ ଗ୍ରୀଷ୍ମରେ ସେଥିରେ ୭୭% ହ୍ରାସ ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ଓ୍ବାଟର କମିଶନ (ସିଡବ୍ଲ୍ୟୁସି) ତଥ୍ୟରୁ ଶୁକ୍ରବାର ଏହି ବିଷୟ ଜଣାପଡ଼ିଛି। ଗୁରୁବାର କେରଳ ଓ ଉତ୍ତର-ପୂର୍ବାଞ୍ଚଳକୁ ମୌସୁମୀ ଛୁଇଁଛି। ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁଜନିତ ବର୍ଷା ସାରା ଦେଶକୁ ଭିଜାଇବା ପାଇଁ ଆଉ କିଛି ଦିନ ଲାଗିବ। କିନ୍ତୁ ଏଥିରେ ବିଳମ୍ବ ହେଲେ ଦେଶରେ ଜଳସଙ୍କଟ ଆହୁରି ବୃଦ୍ଧି ପାଇବ ଏବଂ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିବ ବୋଲି ଆଶଙ୍କା କରାଯାଉଛି।
ସିଡବ୍ଲ୍ୟୁସି ପକ୍ଷରୁ ଶୁକ୍ରବାର ସଦ୍ୟ ବୁଲେଟିନ୍‌ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଦେଶର ୧୫୦ ବଡ଼ ଜଳଭଣ୍ଡାରରେ ଗତବର୍ଷ ସ୍ବାଭାବିକ ଭାବେ ୯୪% ପାଣି ଥିଲା। ଗତ ସପ୍ତାହରେ ଏହି ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ପୂର୍ବାପେକ୍ଷା ୨୪ ପ୍ରତିଶତ ତଳକୁ ଖସିଆସିଥିଲା। ବର୍ତ୍ତମାନ ଏହା ଆହୁରି ହ୍ରାସ ପାଇ ୪୧.୭୦୫ ବିଲିୟନ୍‌ କ୍ୟୁବିକ୍‌ ମେଟ୍ରିକ୍‌ ଟନ୍‌ (ବିସିଏମ୍‌) ରହିଛି, ଯାହାକି ମୋଟ ଧାରଣ କ୍ଷମତାର ୨୩%। ଗତବର୍ଷ ଏହି ସମୟରେ ଜଳଭଣ୍ଡାରଗୁଡ଼ିକରେ ୫୩.୮୩୨ ବିସିଏମ୍‌ ଜଳ ରହିଥିବା ରେକର୍ଡ କରାଯାଇଥିଲା। ସ୍ବାଭାବିକ ଜଳସ୍ତର ୪୪.୫୧୧ ବିସିଏମ୍‌। ଏହି ଦୃଷ୍ଟିରୁ ବିଚାର କଲେ ଗତବର୍ଷ ତୁଳନାରେ ୭୭ ପ୍ରତିଶତ ପାଣି କମିଯାଇଛି ବୋଲି କମିଶନ କହିଛନ୍ତି।
ସିଡବ୍ଳ୍ୟୁସି ଅନୁଧ୍ୟାନ କରିଥିବା ପ୍ରମୁଖ ୧୫୦ ଜଳଭଣ୍ଡାରରେ ମୋଟ ୧୭୮.୭୮୪ ବିସିଏମ୍‌ ଧାରଣ କ୍ଷମତା ରହିଛି, ଯାହାକି ଦେଶରେ ସୃଷ୍ଟି କରାଯାଇଥିବା ଷ୍ଟୋରେଜ୍‌ କାପାସିଟିର ୬୯.୩୫%। ଏଥିରୁ ୧୦ଟି ଜଳଭଣ୍ଡାର ହିମାଚଳ ପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନ ଭଳି ଉତ୍ତର ଭାଗରେ ରହିଛି। ଏହି ୧୦ ଜଳଭଣ୍ଡାରରେ ମାତ୍ର ୧୯.୬୬୩ ବିସିଏମ୍‌ ଜଳ ରହିଛି।

ଗତ ସପ୍ତାହରେ ସିଡବ୍ଳ୍ୟୁସିଙ୍କ ପକ୍ଷରୁ ଜାରି କରାଯାଇଥିବା ମେ’ ୧୬-୩୧ ବୁଲେଟିନ୍‌ରେ ଏହି ଜଳଭଣ୍ଡାରଗୁଡ଼ିକରେ ୫.୮୬୪ ବିସିଏମ୍‌ (ମୋଟ ଧାରଣ କ୍ଷମତାର ୩୦%)କୁ ଜଳସ୍ତର ଖସିଆସିଥିବା କୁହାଯାଇଥିଲା। ସେହିପରି ପୂର୍ବାଞ୍ଚଳରେ ଓଡ଼ିଶା, ଆସାମ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ ଓ ବିହାରରେ ୨୩ ଜଳଭଣ୍ଡାର ରହିଛି। ବର୍ତ୍ତମାନ ଏହି ଜଳଭଣ୍ଡାରଗୁଡ଼ିକର ମୋଟ ଧାରଣ କ୍ଷମତା ୨୦.୪୩୦ ବିସିଏମ୍‌ ହୋଇଥିବାବେଳେ ବର୍ତ୍ତମାନ ମାତ୍ର ୫.୬୪୫ ବିସିଏମ୍‌ (୨୮%) ରହିଛି। ପଶ୍ଚିମାଞ୍ଚଳର ଗୁଜରାଟ ଓ ମହାରାଷ୍ଟ୍ରରେ ଥିବା ୪୯% ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୩୭.୧୩୦ ହୋଇଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର ୨୫%କୁ ହ୍ରାସ ପାଇଛି।
କେନ୍ଦ୍ରୀୟ ଅଞ୍ଚଳ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଥିବା ୨୬ ଜଳଭଣ୍ଡାରର ମୋଟ ଜଳଧାରଣ କ୍ଷମତା ୪୮.୨୨୭ ବିସିଏମ୍‌। ବର୍ତ୍ତମାନ ଏହି ଜଳଭଣ୍ଡାରଗୁଡ଼ିକରେ ୨୯.୧% ଜଳ ରହିଛି। ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ନାଟକ ଓ ତାମିଲନାଡୁରେ ୪୨ଟି ଜଳଭଣ୍ଡାର ରହିଛି। ଏହି ଜଳଭଣ୍ଡାରଗୁଡ଼ିକର ଧାରଣ କ୍ଷମତା ୫୩.୩୩୪ ବିସିଏମ୍‌ ହୋଇଥିବାବେଳେ ବର୍ତ୍ତମାନ ମାତ୍ର ୭.୩୧୭ ବିସିଏମ୍‌ (୧୫%) ଜଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri