Categories: ଜାତୀୟ

ଏସିଆର ସବୁଠୁ ବଡ ବସ୍ତିରେ ଲାଗିଲା କରୋନା ବ୍ରେକ୍‌

ମୁମ୍ବାଇ,୮।୭:ମୁମ୍ବାଇରେ ଅବସ୍ଥିତ ଏସିଆର ସବୁଠୁ ବଡ ବସ୍ତି ଧରାବୀ କରୋନା ସଂକମିତଙ୍କ ସଖ୍ୟା କମିଯାଇଛି। ମଙ୍ଗଳବାର ଏଠାରେ କେବଳ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୧ରେ ଧରାବୀରେ କରୋନା ଭାଇରସର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା। ଧରାବୀରେ ପାଖାପାଖି ୬.୫ ଲକ୍ଷ ଲୋକ ବାସ କରନ୍ତି। ୨.୫ କିମି ପର୍ଯ୍ୟନ୍ତ ଏହି ବସ୍ତି ବ୍ୟାପିଛି। ମୁମ୍ବାଇରେ ମଙ୍ଗଳବାର ଗୋଟିଏ ଦିନରେ ୩୧୩୪ କେରାନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଏହି ବସ୍ତି ଅଞ୍ଚଳରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଧରାବୀରେ ୨,୩୩୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୧,୭୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ମହାରାଷ୍ଟ୍ର ମୋଟ କରୋନା ଆକ୍ରାନ୍ତଙ୍କ ସଖ୍ୟା ବୃଦ୍ଧି ପାଇଁ ୨,୧୭,୧୨୧ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୯୨୫୦ ଜଣ କରୋନାରେ ମୃତ୍ୟୁବରଣ କଲେଣି।

Share