ସ୍ମାର୍ଟସିଟିରେ ବଢୁଛି ଅନ୍‌ଲାଇନ୍‌ ଜୁଆଖେଳ, ୧ଟଙ୍କା ଲଗାଇଲେ ତିନିଗୁଣ ଟଙ୍କା ଜିତିବାର ପ୍ରଲୋଭନ

ରାଉରକେଲା,୧୮।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସ୍ମାର୍ଟସିଟି ସହରରେ ଅନ୍‌ଲାଇନ ଆପ୍ଲିକେଶନ ମାଧ୍ୟମରେ ଜୁଆଖେଳ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲରେ ଏହି ଜୁଆ ଖେଳୁଛନ୍ତି। ବିଭିନ୍ନ ଅନ୍‌ଲାଇନ ଆପ୍ଲିକେଶନରେ ୧ଟଙ୍କା ଲଗାଇଲେ ତିନିଗୁଣ ଟଙ୍କା ଜିତିବା ପାଇଁ ପ୍ରଲୋଭିତ କରାଯାଉଛି। ଫଳରେ ଲୋକେ ଘରେ ବସି ଟଙ୍କା କମାଇବା ଲୋଭରେ ଦୈନିକ କୋଟି କୋଟି ଟଙ୍କା ଜୁଆ ଖେଳୁଛନ୍ତି। ଅନ୍ୟପକ୍ଷେ ସାଇବର କ୍ରାଇମ ବିଭାଗରେ ଭିତ୍ତିଭୂମି ଅଭାବ ଯୋଗୁ ଏଭଳି ଅନ୍‌ଲାଇନ ଜୁଆଖେଳ ବଢିଚାଲିଛି ବୋଲି ମତପ୍ରକାଶ ପାଇଛି।

ଏହି ଅନ୍‌ଲାଇନ ଆପ୍ଲିକେଶନରେ ଟଙ୍କା ଲଗାଇବାକୁ ଇଛୁକ ପ୍ରଥମେ ଏହି ଏହାକୁ ଇନଷ୍ଟଲ କରିବାକୁ କୁହାଯାଉଛି। ପରେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆପ୍ଲିକେଶନ ପ୍ରୋଫାଇଲକୁ ନେଇ ଜମା କରିବା ପରେ ଇନଷ୍ଟଲ କରିଥିବା ବ୍ୟକ୍ତିଙ୍କ ହ୍ବାଟ୍ସଅପକୁ ମ୍ୟାସେଜ ଆସୁଛି। ମେସେଜରେ ବିଗ୍‌ ଏବଂ ସ୍ମଲ୍‌ ପ୍ଲାଟଫର୍ମରେ ୧ଟଙ୍କାରୁ ଖେଳ ଆରମ୍ଭ କରିବାକୁ କୁହାଯାଉଛି। ୧ଟଙ୍କା ହାରିଲା ପରେ ତିନି ଟଙ୍କା, ତିନି ଟଙ୍କା ହାରିବା ପରେ ୯ଟଙ୍କା, ୯ଟଙ୍କା ପରେ ୨୭ ଟଙ୍କା ଏଭଲି ଭାବେ କ୍ରମ ଅନୁସାରେ ଟଙ୍କା ଲଗାଇବାକୁ କୁହାଯାଉଛି। କିଛି ଲୋକ ତିନିଗୁଣା ଟଙ୍କା ବି ଜିତୁଛନ୍ତି। କିଛି ଲୋକ ଅଧିକ ଟଙ୍କା ଜିତିବା ଆଶାରେ ହଜାର ହଜାର ଟଙ୍କା ହାରୁଛନ୍ତି। ସବୁ କାରବାର ଅନ୍‌ଲାଇନରେ ଚାଲିଛି। କାହାକୁ ଏଭଲି ଅନ୍‌ଲାଇନ୍‌ ଜୁଆଖେଳ ଉପରେ ଖବର ହେଉନି। ଏପରିକି ପୋଲିସ ମଧ୍ୟ ଏହାର ଟେର ପାଉନି। ରାଉରକେଲାରେ ଦିନକୁ ଦିନ ଅନଲାଇନ ଜୁଆଖେଳ ବୃଦ୍ଧି ପାଉଥିଲେ ମଧ୍ୟ ଏହି ଖେଳର ମାଷ୍ଟରମାଇଣ୍ଡଙ୍କ ସୁରାଗ ମିଳିପାରୁନି। ଅନ୍ୟପକ୍ଷେ ଏହାକୁ ରୋକିବା ପାଇଁ ସହରରେ ସାଇବର ସଚେତନତା ଅଭିଯାନ ଆବଶ୍ୟକ। ଏଭଳି ଖେଳରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସହରର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

ଏ ନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର କୁହନ୍ତି, ଏଭଳି ଅନ୍‌ଲାଇନ ଜୁଆଖେଳକୁ ରୋକିବା ପାଇଁ ହେଲେ ଲୋକମାନେ ପୋଲିସକୁ ସହଯୋଗ କରିବା ଆବଶ୍ୟକ। ଏଭଳି ଖେଳଗୁଡିକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରମାଣ ମିଳିଲେ ଏହାର ମାଷ୍ଟର ମାଇଣ୍ଡକୁ ସହଜରେ ଧରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରନ୍ତା ବୋଲି ମହାପାତ୍ର କହିଥିଲେ। ସେହିପରି ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର କହିଛନ୍ତି, ଏଭଳି ଅପରାଧ ରୋକିବା ପାଇଁ ପ୍ରଥମେ ରାଉରକେଲା ସାଇବର ବିଭାଗର ଭିତ୍ତିଭୂମି ମଜଭୁତ ହେବା ଆବଶ୍ୟକ। ସାଇବର କ୍ରାଇମ ବୈଷୟିକ ସମସ୍ତ ବ୍ୟବସ୍ଥା ସହ ଉଚ୍ଚକୋଟୀର ତାଲିମ ବ୍ୟବସ୍ଥା ଗ୍ରହଣ କରିବାକୁ ବାରମ୍ବାର ଦାବି ସତ୍ତ୍ୱେ ରାଉରକେଲା ସାଇବର ବିଭାଗର ଭିତ୍ତିଭୂମି ସଜଡା ହେଉନି। ଏହି ବିଭାଗରେ ମାତ୍ର ୪/୫ଜଣ ଅଧିକାରୀଙ୍କ ଉପରେ ସାଇବର ଅପରାଧ ନିୟନ୍ତ୍ରଣ ଦାୟିତ୍ୱ ରହିଛି। ଫଳରେ ସହରରେ ଏଭଳି ଅନ୍‌ଲାଇନ ଜୁଆଖେଳ ଚାଲିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବିତ, ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri