ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ

ଭୁବନେଶ୍ୱର,୧୮।୧(ଅନୁରାଧା ମହାରଣା): ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ କରିଛି। ସୂକ୍ଷ୍ମ କାରୂକାର୍ଯ୍ୟପୂର୍ଣ୍ଣ ହରୀର ଗହଣାର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ପୁରୁଣା ସୁନା ବଦଳାଇ ମଧ୍ୟ ଗ୍ରାହକ ହୀରା ଗହଣା କିଣିପାରିବେ। ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆକର୍ଷଣୀୟ ହୀରା କାନଫୁଲ, ବ୍ରେସଲେଟ୍‌, ନେକଓ୍ବେର, ହାତ ମୁଦି ଭଳି ବିଭିନ୍ନ ଗହଣା ପ୍ରସ୍ତୁତ କରାଯାଇଛି। ସେହିପରି ଜନ୍ମଦିନ ଭଳି ଅନ୍ୟାନ୍ୟ ଉସତ୍ବ ପାଇଁ ସ୍ବତନ୍ତ୍ର ଡିଜାଇନ୍‌ ରହିଛି। ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡରେ ସାମିଲ ହେବା ପାଇଁ ଗ୍ରାହକ ନିଟସ୍ଥ ଷ୍ଟୋରରୁ କିଣାକିଣି କରିବା ସହ ଅନଲାଇନ୍‌ ସପିଂ ମଧ୍ୟ କରିପାରିବେ। https://www.tanisq.co.in/festival-of-diamondରେ ଲଗଇନ୍‌ କରି ଗ୍ରାହକ ମନପସନ୍ଦର ହୀରା ଗହଣା କିଣିପାରିବେ ବୋଲି ତନିସ୍କ ପକ୍ଷରୁ ସୂଚନା ଦିଅଯାଇଛି।
ସୂଚନା ଥାଉ କି, ‘ରିଭା ବାୟ ତନିସ୍କ’ ଗ୍ରାହକ ଖୁବ୍‌ ପସନ୍ଦ କରୁଛନ୍ତି। ଉଜ୍ଜ୍ୱଳ କଲର ଷ୍ଟୋନ୍‌, ଚମକଦାର ସୁନା ଓ ଉଜ୍ଜ୍ୱଳ ହୀରାରେ ତନିସ୍କର ସିଗନେଚର ଡିଜାଇନ୍‌ ଉପଲବ୍ଧ ହେଉଛି। ‘ରିୟଲ ବ୍ରାଇଡସ୍‌’ କ୍ୟାମ୍ପେନ ଠାରୁ ଆରମ୍‌ କରି ‘ଫେସ୍‌ ଅଫ୍‌ ତନିସ୍କ’ ମାଧ୍ୟମରେ ତନିସ୍କ ଗ୍ରାହକଙ୍କ ନିକଟତର ହୋଇପାରିଛି। ସେହିପରି ତନିସ୍କ ସହ ଯୋଡ଼ି ହୋଇ ନୂଆବୋହୂମାନେ ‘ରିଭା ବ୍ରାଇଡ୍‌’ ସମ୍ମାନ ପାଇବା ସହ ର଼୍ୟାମ୍ପରେ ଚାଲିବାର ସୁଯୋଗ ମଧ୍ୟ ହାସଲ କରିଥା’ନ୍ତି । ଏ ଅବସରରେ କମ୍ପାନୀର ଅଧିକାରୀ କହିଛନ୍ତି ଯେ, ତନିସ୍କ ହୀରା କେବଳ ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରେନାହିଁ ବରଂ ବହୁମୂଲ୍ୟ ରତ୍ନଗୁଡ଼ିକର ଅବିସ୍ମରଣୀୟ ଆଲୋକ ପରି ଏହା ଏକ ଚିରସ୍ଥାୟୀ ଯାତ୍ରାର ପ୍ରତିଶ୍ରୁତି। ଆଗକୁ ଭାରତରେ ୩୫ ଲକ୍ଷରୁ ଅଧିକ ବିବାହ ହେବାକୁ ଯାଉଥିବାବେଳେ ତନିସ୍କର ବ୍ୟାପକ ରେଞ୍ଜ୍‌ ଷ୍ଟଡେଡ୍‌ ଗହଣା ପିସ୍‌ ଏଥିରେ ଉପଯୁକ୍ତ ବିକଳ୍ପ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?