ବଢୁଛି ଅନ୍‌ଲାଇନ ଜୁଆଖେଳ

ରାଉରକେଲା ଅଫିସ,୨୬।୪:ସ୍ମାର୍ଟସିଟି ରାଉରକେଲାରେ ଅନ୍‌ଲାଇନ ଜୁଆଖେଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ସଭିଏଁ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲ ମାଧ୍ୟମରେ ଏହି ଜୁଆଖେଳ ଖେଳୁଛନ୍ତି। ଏଥିରେ ସାଇବର କ୍ରାଇମ ଜଗତର ବଡ଼ ବଡ଼ ମାଷ୍ଟର ମାଇଣ୍ଡ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ବିଭିନ୍ନ ଅନ୍‌ଲାଇନ ଆପ୍ଲିକେଶନ ମାଧ୍ୟମରେ ୧ଟଙ୍କାରେ ୩ ଗୁଣା ଟଙ୍କା ଜିତିବା ପାଇଁ ପ୍ରଥମେ ପ୍ରଲୋଭିତ କରାଯାଉଛି। ଘରେ ବସି ଟଙ୍କା କମାଇବା ଲୋଭରେ ଲୋକେ ଦୈନିକ କୋଟି କୋଟି ଟଙ୍କା ଅନ୍‌ଲାଇନ ମାଧ୍ୟମରେ ଜୁଆ ଖେଳୁଛନ୍ତି। ଯେଉଁ ଲୋକ ଏହି ଅନ୍‌ଲାଇନ ଆପ୍ଲିକେଶନରେ ଟଙ୍କା ଲଗାଇବାକୁ ଇଚ୍ଛୁକ ହେଉଛନ୍ତି ପ୍ରଥମେ ସେ ଏହି ଆପ୍ଲିକେଶନ ଇନ୍‌ଷ୍ଟଲ କରୁଛନ୍ତି। ପରେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଆପ୍ଲିକେଶନ ପ୍ରୋଫାଇଲକୁ ଯାଇ ଟଙ୍କା ଜମା କରୁଛନ୍ତି। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ହ୍ବାଟ୍ସଆପ୍‌କୁ ଆସିଥିବା ମେସେଜରେ ବିଗ୍‌ ଏବଂ ସ୍ମଲ୍‌ ପ୍ଲାଟଫର୍ମରେ ପ୍ରଥମେ ୧ଟଙ୍କାରୁ ଖେଳ ଆରମ୍ଭ କରିବାକୁ କୁହାଯାଉଛି। ୧ଟଙ୍କା ହାରିଗଲା ପରେ ୩ଟଙ୍କା, ୩ଟଙ୍କା ହାରିବା ପରେ ୯ଟଙ୍କା, ୯ଟଙ୍କା ପରେ ୨୭ ଟଙ୍କା ଏଭଳି ଭାବେ ଷ୍ଟେପ୍‌ ବାଏ ଷ୍ଟେପ୍‌ ତିନିଗୁଣା ଟଙ୍କା ଲଗାଇବାକୁ କୁହାଯାଉଛି। କିଛି ଲୋକ ୩ଗୁଣା ଟଙ୍କା ମଧ୍ୟ ଜିତୁଛନ୍ତି। ଆଉ କିଛି ଲୋକ ଅଧିକ ଟଙ୍କା ଜିତିବା ଆଶାରେ ହଜାର ହଜାର ଟଙ୍କା ହାରୁଛନ୍ତି। ସବୁ କାରବାର ଅନ୍‌ଲାଇନରେ ଚାଲିଛି। ଏଭଳି ଅନ୍‌ଲାଇନ ଜୁଆଖେଳ କାହାରିକୁ ମଧ୍ୟ ଖବର ହେଉନି। ଏପରିକି ପୋଲିସ ମଧ୍ୟ ଏହା ଜାଣିପାରୁନି।
ଅର୍ଥକୁ ନେଇ କୌଣସି ପ୍ରକାର ଖେଳରେ କୌଣସି ଲୋକଙ୍କ ଆର୍ଥିକହାନି ହେଲେ ନିୟମ ଅନୁସାରେ ଜୁଆ ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ନାଁରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରାବଧାନ ରହିଛି। ମାତ୍ର ରାଉରକେଲାରେ ଦିନକୁ ଦିନ ଅନ୍‌ଲାଇନ ଆପ୍ଲିକେଶନ ମାଧ୍ୟମରେ ଜୁଆ ଖେଳିବା ପାଇଁ ପ୍ରଲୋଭିତ କରାଇ ଲୋକଙ୍କ ଆର୍ଥିକହାନି ଘଟାଉଥିଲେ ମଧ୍ୟ ଏଭଳି ଖେଳର ମାଷ୍ଟର ମାଇଣ୍ଡମାନଙ୍କ ବିରୋଧରେ ଏଯାଏ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ଏହି ଜୁଆଖେଳକୁ ରୋକିବା ପାଇଁ ହେଲେ ସହରରେ ଜନସଚେତନତା ଆବଶ୍ୟକ। ଏଭଳି ଖେଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଓଡ଼ିଶାରେ ଜୁଆଖେଳ ଉପରେ ରହିଥିବା ଆଇନ ବିଷୟରେ ଅବଗତ କରାଇବା ନିହାତି ଆବଶ୍ୟକ ବୋଲି ସହରର ଶିକ୍ଷିତ ବର୍ଗ ମତପ୍ରକାଶ କରିଛନ୍ତି।
ଏ ନେଇ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର କହିଛନ୍ତି, ଲୋକଙ୍କୁ ଅନ୍‌ଲାଇନ ଜୁଆଖେଳ ପ୍ରତି ପ୍ରୋତ୍ସାହିତ କରିବା ଆଇନତଃ ଅପରାଧ। ରାଉରକେଲା ହେଉଛି ୬ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହର। ସହରରେ ସାଇବର କ୍ରାଇମ ରୋକିବା ପାଇଁ ମାତ୍ର ୪/୫ଜଣ ଅଧିକାରୀ ରହିବା ଏହାର ଏକ ମୂଳକାରଣ। ଏଭଳି ଖେଳକୁ ରୋକିବା ପାଇଁ ତୃଣମୂଳ ସ୍ତରରେ ସରକାର ଓ ପ୍ରଶାସନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଏହାକୁ ରୋକା ନ ଗଲେ ସହରରେ ଆପରାଧିକ ଗତିବିଧି ବଢିବା ସହ ଚୋରି, ଲୁଟ୍‌ ଭଳି ଅପରାଧକୁ ରୋକିବା ପ୍ରଶାସନ ପାଇଁ କଷ୍ଟକର ହୋଇପଡିବ ବୋଲି ସେ କହିଥିଲେ। ସେହିପରି ବରିଷ୍ଠ ବୁଦ୍ଧିଜୀବୀ ପ୍ରସନ୍ନ କୁମାର ତ୍ରିପାଠୀ କୁହନ୍ତି, ସହରରେ ଅନ୍‌ଲାଇନ ଜୁଆଖେଳ ପ୍ରଶାସନର ବିଫଳତାକୁ ଦର୍ଶାଉଛି। ଏଭଳି ଆପରାଧିକ ଗତିବିଧିକୁ ରୋକା ନ ଗଲେ ଆଗକୁ ଅନେକ ଲୋକ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହୋଇ ଅପରାଧ ଘଟାଇ ପାରନ୍ତି। ଏହାର ମୂଳୋପତ୍ାଟନ ପାଇଁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ତ୍ରିପାଠୀ କହିଛନ୍ତି। ଏ ସମ୍ପର୍କରେ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ତାଙ୍କ ମତାମତ ମିଳିପାରିନାହିଁ।

ବିପ୍ଳବ ରଞ୍ଜନ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri