Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌ ରୁ ତେଲ ସରିଲେ ଆପଣ ଗଡେଇ ଗଡେଇ ତ ନେଇପାରିବେ ହେଲେ କାର୍‌ରୁ ତେଲ ସରିଲେ କଥା ସରିଲା। ଏହି ସମୟରେ ରାସ୍ତାରେ ସାହାଯ୍ୟ କରିବାକୁ ବହୁତ କମ ଲୋକ ଆଗକୁ ଆସନ୍ତି। କହିରଖୁଛୁ କି, ବର୍ତ୍ତମାନ ଆପଣଙ୍କୁ ଏଥିପାଇଁ ଟେନଶନ ନେବାକୁ ପଡିବନି। ମୋବାଇଲରେ କେବଳ ଗୋଟିଏ ଟିପରେ ଖାଇବା ଓ ପୋଷାକ ପରି ପେଟ୍ରୋଲ ବି ଅର୍ଡର କରିପାରିବେ। ଆପଣ ଯେକେଉଁଠି ବି ଆପଣଙ୍କ ପାଖରେ ପେଟ୍ରୋଲ ପହଞ୍ଚିବ। ତେବେ ଜାଣନ୍ତୁ କେମିତି କରିବେ ଅର୍ଡର।

ଯଦି ଆପଣ ମଧ୍ୟ ଅନଲାଇନରେ ପେଟ୍ରୋଲ-ଡିଜେଲ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ । ଏଥିପାଇଁ କେବଳ ସ୍ମାର୍ଟଫୋନରେ ପ୍ଲେ ଷ୍ଟୋର ଖୋଲନ୍ତୁ । ପ୍ଲେ ଷ୍ଟୋରର ସର୍ଚ୍ଚ ବାର୍‌ ରେ fuel@call ଟାଇପ୍‌ କରି ସର୍ଚ୍ଚ କରନ୍ତୁ। ଏଥିରେ ଆପଣଙ୍କୁ ଇଣ୍ଡିଆନ ଅଏଲର ଆପ ଦେଖାଯିବ। ଏହି ଆପକୁ ଫୋନରେ ଇନଷ୍ଟଲ କରନ୍ତୁ। ଯେତେବେଳେ ଏହି ଆପ ଖୋଲିବ, ଆପଣଙ୍କୁ ଏଠାରେ ଲଗଇନ କରିବାକୁ ପଡିବ।

ଯଦି ଆପଣଙ୍କର ପୂର୍ବରୁ ଏହି ଆପ ଅଛି, ସାଇନ ଅପ କରନ୍ତୁ। ଏସବୁ କରିବା ପରେ ପ୍ରଥମେ ସ୍କ୍ରିନରେ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ । ରାଜ୍ୟ ଚୟନ କରିବା ପରେ ରେଜିଷ୍ଟର କରନ୍ତୁ। ଏହା ପରେ, ଆପ୍‌ ଆପଣଙ୍କୁ କରେଣ୍ଟ ଲୋକେଶନ ଡିକ୍ଟେକ କରିଦେବ। ଏହାପରେ ଆପଣ ପେଟ୍ରୋଲ-ଡିଜେଲ ଅର୍ଡର କରିଲେ ସେହି ସ୍ଥାନକୁ ଅର୍ଡର ଫଟାଫଟ ପହଞ୍ଚିଯିବ। ତେବେ ବର୍ତ୍ତମାନ ଏହି ସୁବିଧା କେବଳ ବଡ ଇଞ୍ଜିନ ଥିବା ଯାନଗୁଡିକ ପାଇଁ ଉପଲବ୍ଧ। ଜେସିବି, କ୍ରେନ କିମ୍ବା ବଡ ଟ୍ରକ ଥିବା ଲୋକମାନେ ଏହି ସୁବିଧା ପାଉଛନ୍ତି। ଯଦି ଆପଣ ଆପ୍‌ ଇନଷ୍ଟଲ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଇଣ୍ଡିଆନ ଅଏଲ ଅନଲାଇନ ଓ୍ବେବସାଇଟକୁ ଯାଇ ଇନ୍ଧନ ଅର୍ଡର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri