ସୁନ୍ଦରଗଡ଼ରେ ବଢ଼ୁଛି ଅନ୍‌ଲାଇନ ଠକେଇ, ଛୋଟ ଛୋଟ ଭୁଲ ପାଇଁ…

ସୁନ୍ଦରଗଡ଼,୨୭।୭(ଜୟନାରାୟଣ ମେଣ୍ଡୁଳି): ବିଭିନ୍ନ ଗଣମାଧ୍ୟମ, ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ସୃଷ୍ଟି କରା ଯାଉଥିଲେ ମଧ୍ୟ ମୋବାଇଲ ବ୍ୟବହାରକାରୀଙ୍କ ଛୋଟ ଛୋଟ ଭୁଲ ପାଇଁ ଏବେ ଅନଲାଇନ ଟଙ୍କା ଠକେଇ ଘଟଣା ବଢ଼ିବାରେ ଲାଗିଛି। ସାଇବର ଠକଙ୍କ ଠକେଇର ଶିକାର ହେଉଥିବା ଲୋକେ ପୋଲିସର ଦ୍ବାରସ୍ଥ ହେଉଛନ୍ତି। ସୁନ୍ଦରଗଡ଼ ସହରରେ ସୋମବାର ଏଭଳି ୪ଟି ଅନଲାଇନ ଟଙ୍କା ଠକେଇ ଘଟଣା ଘଟିଥିବାର ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ମଧ୍ୟରେ ସୁନ୍ଦରଗଡ଼ ମୁଖ୍ୟ ଡାକଘର ସମ୍ମୁଖରେ ଇଟିଲି ବ୍ୟବସାୟ କରୁଥିବା ଜଗନ୍ନାଥ ସାହୁଙ୍କ ସହ ଘଟିଛି। ସେ ଅପରାହ୍ନରେ ଘରେ ବିଶ୍ରାମ ନେଉଥିଲାବେଳେ ତାଙ୍କୁ ଏକ ନମ୍ବରରୁ ଫୋନ ଆସିଥିଲା, ଯେଉଁଥିରେ ତାଙ୍କର ଗିଫ୍ଟ ଭାଉଚର ଲାଗିଥିବା ନେଇ କହିବା ସହ କିଛି ମୋବାଇଲରେ ଅପସନ ପ୍ରଦାନ କରିବାକୁ କହିଥିଲେ। ଏହା ଜଗନ୍ନାଥ କରିବା ପରେ ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧୪ ହଜାର ଟଙ୍କା କଟିବା ମେସେଜ ଆସିଥିଲା, ପରେ ଫୋନରେ ଶୀଘ୍ର ତୁମ ସମସ୍ତ ଟଙ୍କା ଫେରିପାଇବ କହି ଦ୍ୱିତୀୟ ଫୋନ ଆସିଥିଲା ଏବଂ ଆଉ କିଛି ବ୍ୟାଙ୍କ ସୂଚନା ଦିଅନ୍ତୁ କହିଥିଲେ। ପ୍ରଥମେ ଜଗନ୍ନାଥ ଏହା ବୁଝି ନ ପାରି ତାଙ୍କ ପୁଅ ଶିବମକୁ ଦେଇଥିଲେ। ସେ ଟଙ୍କା ଫେରିପାଇବା ଆଶାରେ ମୋବାଇଲ ଯୋଗେ ଆଉ କିଛି ସୂଚନା ପ୍ରଦାନ କରିବା ପରେ ପୁନର୍ବାର ୩୦ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା। ତଥାପି ସେ ଟଙ୍କା ଫେରି ପାଇବା ନେଇ ଆଶା ରଖିଥିଲେ। ସକାଳ ପର୍ଯ୍ୟନ୍ତ ଟଙ୍କା ନ ଫେରି ପାଇବାରୁ ଠକାମୀର ଶିକାର ହୋଇଥିବା ଜାଣି ଟାଉନ ଥାନାରେ ଏକ ଏତଲା ଦେଇଥିଲେ। ସେହିପରି ଏକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ୨୦ ହଜାର, ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ଓ ଶିକ୍ଷକଙ୍କ ଆକାଉଣ୍ଟରୁ ଅନୁରୂପଭାବେ ଅନଲାଇନ ଟଙ୍କା ଠକେଇ ହୋଇଥିବା ନେଇ ଟାଉନ ଥାନାରେ ରିପୋର୍ଟ ହୋଇଛି। ଏହାକୁ ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିବା ସହିତ ଏଭଳି ଅଜଣା ବ୍ୟକ୍ତିଙ୍କ ଫୋନ କଲ କିମ୍ବା ମେସେଜ ପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ପୋଲିସ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri