ସୁନ୍ଦରଗଡ଼ରେ ବଢ଼ୁଛି ଅନ୍‌ଲାଇନ ଠକେଇ, ଛୋଟ ଛୋଟ ଭୁଲ ପାଇଁ…

ସୁନ୍ଦରଗଡ଼,୨୭।୭(ଜୟନାରାୟଣ ମେଣ୍ଡୁଳି): ବିଭିନ୍ନ ଗଣମାଧ୍ୟମ, ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ସୃଷ୍ଟି କରା ଯାଉଥିଲେ ମଧ୍ୟ ମୋବାଇଲ ବ୍ୟବହାରକାରୀଙ୍କ ଛୋଟ ଛୋଟ ଭୁଲ ପାଇଁ ଏବେ ଅନଲାଇନ ଟଙ୍କା ଠକେଇ ଘଟଣା ବଢ଼ିବାରେ ଲାଗିଛି। ସାଇବର ଠକଙ୍କ ଠକେଇର ଶିକାର ହେଉଥିବା ଲୋକେ ପୋଲିସର ଦ୍ବାରସ୍ଥ ହେଉଛନ୍ତି। ସୁନ୍ଦରଗଡ଼ ସହରରେ ସୋମବାର ଏଭଳି ୪ଟି ଅନଲାଇନ ଟଙ୍କା ଠକେଇ ଘଟଣା ଘଟିଥିବାର ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ମଧ୍ୟରେ ସୁନ୍ଦରଗଡ଼ ମୁଖ୍ୟ ଡାକଘର ସମ୍ମୁଖରେ ଇଟିଲି ବ୍ୟବସାୟ କରୁଥିବା ଜଗନ୍ନାଥ ସାହୁଙ୍କ ସହ ଘଟିଛି। ସେ ଅପରାହ୍ନରେ ଘରେ ବିଶ୍ରାମ ନେଉଥିଲାବେଳେ ତାଙ୍କୁ ଏକ ନମ୍ବରରୁ ଫୋନ ଆସିଥିଲା, ଯେଉଁଥିରେ ତାଙ୍କର ଗିଫ୍ଟ ଭାଉଚର ଲାଗିଥିବା ନେଇ କହିବା ସହ କିଛି ମୋବାଇଲରେ ଅପସନ ପ୍ରଦାନ କରିବାକୁ କହିଥିଲେ। ଏହା ଜଗନ୍ନାଥ କରିବା ପରେ ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧୪ ହଜାର ଟଙ୍କା କଟିବା ମେସେଜ ଆସିଥିଲା, ପରେ ଫୋନରେ ଶୀଘ୍ର ତୁମ ସମସ୍ତ ଟଙ୍କା ଫେରିପାଇବ କହି ଦ୍ୱିତୀୟ ଫୋନ ଆସିଥିଲା ଏବଂ ଆଉ କିଛି ବ୍ୟାଙ୍କ ସୂଚନା ଦିଅନ୍ତୁ କହିଥିଲେ। ପ୍ରଥମେ ଜଗନ୍ନାଥ ଏହା ବୁଝି ନ ପାରି ତାଙ୍କ ପୁଅ ଶିବମକୁ ଦେଇଥିଲେ। ସେ ଟଙ୍କା ଫେରିପାଇବା ଆଶାରେ ମୋବାଇଲ ଯୋଗେ ଆଉ କିଛି ସୂଚନା ପ୍ରଦାନ କରିବା ପରେ ପୁନର୍ବାର ୩୦ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା। ତଥାପି ସେ ଟଙ୍କା ଫେରି ପାଇବା ନେଇ ଆଶା ରଖିଥିଲେ। ସକାଳ ପର୍ଯ୍ୟନ୍ତ ଟଙ୍କା ନ ଫେରି ପାଇବାରୁ ଠକାମୀର ଶିକାର ହୋଇଥିବା ଜାଣି ଟାଉନ ଥାନାରେ ଏକ ଏତଲା ଦେଇଥିଲେ। ସେହିପରି ଏକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ୨୦ ହଜାର, ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ଓ ଶିକ୍ଷକଙ୍କ ଆକାଉଣ୍ଟରୁ ଅନୁରୂପଭାବେ ଅନଲାଇନ ଟଙ୍କା ଠକେଇ ହୋଇଥିବା ନେଇ ଟାଉନ ଥାନାରେ ରିପୋର୍ଟ ହୋଇଛି। ଏହାକୁ ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିବା ସହିତ ଏଭଳି ଅଜଣା ବ୍ୟକ୍ତିଙ୍କ ଫୋନ କଲ କିମ୍ବା ମେସେଜ ପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ପୋଲିସ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri