ସଂରକ୍ଷିତ ସିଟ୍‌ରେ ଅନ୍‌ଲାଇନ ନାମଲେଖା

ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଇଟ୍‌ ଟୁ ଏଜୁକେଶନ (ଆର୍‌ଟିଇ) ଅନ୍‌ଲାଇନ୍‌ ପୋର୍ଟାଲ ବୁଧବାର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓସେପା କାର୍ଯ୍ୟାଳୟରେ ଏହି ପୋର୍ଟାଲକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସମସ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ପ୍ରବେଶସ୍ତରରୁ ରହିଥିବା ମୋଟ୍‌ ସିଟ୍‌ର ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ରେ ନାମ ଲେଖାଇବା ବାଧ୍ୟତାମୂଳକ। ବର୍ତ୍ତମାନ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଫ୍‌ଲାଇନ୍‌ ମୋଡ୍‌ରେ ଏହି ନାମଲେଖା ପ୍ରକ୍ରିୟା କରୁଥିଲା। କିନ୍ତୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଓଡ଼ିଶା ସରକାରଙ୍କ ୫ ‘ଟି’ ପଦକ୍ଷେପର ଏକ ଅଂଶ ଭାବେ ଏଥିରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏଭଳି ଏକ ଦକ୍ଷ ଅନ୍‌ଲାଇନ୍‌ ପ୍ରକ୍ରିୟାକୁ ଆପଣା ଯାଇଛି। ବର୍ତ୍ତମାନଠାରୁ ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ ଆଡ୍‌ମିଶନ ପ୍ରକ୍ରିୟା ଅନ୍‌ଲାଇନ୍‌ ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ (www.rteparadarshi.odisha.gov.in) ମାଧ୍ୟମରେ କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରଥମେ ଓଡ଼ିଶା ସରକାରଙ୍କଠାରୁ ସ୍ବୀକୃତି ପ୍ରମାଣପତ୍ର ପାଇଥିବା ସମସ୍ତ ବେସରକାରୀ ବିଦ୍ୟାଳୟ ଏହି ପୋର୍ଟାଲ୍‌ରେ ପଞ୍ଜୀକୃତ କରିବାକୁ ପଡ଼ିବ। ଏହାପରେ ଯୋଗ୍ୟ ଛାତ୍ରୀଛାତ୍ର ସମାନ ପୋର୍ଟାଲରେ ଥିବା ନିକଟ ବିଦ୍ୟାଳୟରେ ଆବେଦନ କରିବାର ସୁଯୋଗ ପାଇବେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ଅନ୍‌ଲାଇନ୍‌ ଆବେଦନ ପରେ ସମ୍ପୃକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହାର୍ଡ କପି ଡକ୍ୟୁମେଣ୍ଟ ଯାଞ୍ଚ/ଯୋଗ୍ୟତା ଯାଞ୍ଚ ଆରମ୍ଭ କରିବେ। ଯୋଗ୍ୟ ପିଲାଙ୍କୁ ରାଜ୍ୟସ୍ତରରେ ଅନ୍‌ଲାଇନ୍‌ କେନ୍ଦ୍ରୀଭୂତ ଲଟେରି ପାଇଁ ଅନୁମୋଦନ କରିବେ। ଲଟେରି ବିଜେତା ପିଲାମାନେ ବିଦ୍ୟାଳୟରେ ସିଧା ଆଡ୍‌ମିଶନ୍‌ ପାଇଁ ସୁଯୋଗ ପାଇବେ। ଅଷ୍ଟମ ଶ୍ରେଣୀ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଏହି ସଂରକ୍ଷିତ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଘରୋଇ ସ୍କୁଲ୍‌ଗୁଡ଼ିକ କୌଣସି ଶୁଳ୍କ ଲାଗୁ କରିବେ ନାହିଁ। ଏଥିପାଇଁ ମନ୍ତ୍ରୀ ହେଲ୍ପଲାଇନ୍‌ ନଂ. ୦୮୦-୪୫୬୮୩୩୫୫ ଶେୟାର କରିଛନ୍ତି। କୌଣସି ସାହାଯ୍ୟ ଆବଶ୍ୟକ କରୁଥିଲେ ଏହି ନମ୍ବରରେ ମିସ୍‌କଲ୍‌ ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିରଞ୍ଚତ୍ ନାରାୟଣ ମହାନ୍ତି ଏବଂ ଯୁଗ୍ମ ନିର୍ଦ୍ଦେଶକ ପ୍ରୀତି ପ୍ରତିମା ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri