ବଢାଇଲା ଖାଉଟିଙ୍କ ଚିନ୍ତା: ପିଆଜ ହେଲାଣି ୬୫

ଭୁବନେଶ୍ୱର,୨୮ା୧୦(ଅନିଲ ଦାସ): ମାସକ ତଳେ ପିଆଜ କିଲୋ ୨୫ଟଙ୍କା ଥିବାବେଳେ ଏବେ ତାହା ଦୁଇଗୁଣା ହୋଇ ୫୦ଟଙ୍କାରେ ପହଞ୍ଚିଛି। କେତେକ ସ୍ଥାନରେ ବ୍ୟବସାୟୀ ପିଆଜ କିଲୋ ପିଛା ୬୦ରୁ ୬୫ ଟଙ୍କାରେ ବିକ୍ରି କରୁଛନ୍ତି। ମହାରାଷ୍ଟ୍ରର ନାସିକ୍‌ରେ ପିଆଜ ମହଙ୍ଗା ହୋଇଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଥିବା କୁହାଯାଇଛି।
କାର୍ତ୍ତିକ ମାସ ଆରମ୍ଭ ହେବାକୁ ଯାଉଥିବା ବେଳେ ପରିବା ଦର ଉପରମୁହାଁ ରହିଛି। ଏପରି ସ୍ଥଳେ ପିଆଜ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏଥିସହିତ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ପିଆଜ ଦର ବୃଦ୍ଧିର ଚାପ ପଡ଼ିଛି। ଗରିବ ଲୋକଙ୍କ ନିତିଦିନିଆ ଖାଦ୍ୟ ପିଆଜ ହୋଇଥିବାବେଳେ ଦରବୃଦ୍ଧି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ସରକାରୀସ୍ତରରେ ମଧ୍ୟ ପିଆଜ ଦର ନିୟନ୍ତ୍ରଣ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବଜାରରେ ଖୁଚୁରା ବ୍ୟବସାୟୀମାନେ ମନଇଚ୍ଛା ଦର ବଢ଼ାଇ ଚାଲିଛନ୍ତି। ଦିନ ମଜୁରିଆ ଚୈତନ୍ୟ ନାହାକ କହିଛନ୍ତି ଯେ ପଖାଳ ସାଙ୍ଗରେ ପିଆଜ ଟିକେ ହେଲେ କାମ ଚଳିଯାଉଛି। କର୍ମସ୍ଥଳରେ ମଧ୍ୟ ଖାଇବା ବେଳେ ପିଆଜ ଦରକାର ହେଉଛି। ଦର ବଢ଼ିବା ଯୋଗୁ ପିଆଜ କିଣି ଖାଇବା ଆମ ପାଇଁ ବଡ଼ କଷ୍ଟ ହୋଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ବଜାରକୁ ଦୈନିକ ୧୫ ଶହ ଟନ୍‌ ଓ ବାର୍ଷିକ ୫ରୁ ସାଢ଼େ ୫ ଲକ୍ଷ ଟନ୍‌ ପିଆଜ ଆବଶ୍ୟକ। ସାରା ଦେଶରେ ବର୍ଷା ଯୋଗୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି। ପ୍ରତି ବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ। ଏବର୍ଷ ବିଳମ୍ବରେ ଦର ବଢ଼ିଛି। ଆସନ୍ତା ୮ରୁ ୧୦ଦିନ ମଧ୍ୟରେ ତାହା ନିୟନ୍ତ୍ରଣକୁ ଆସିଯିବ ବୋଲି ଅନୁମାନ କରାଯାଉଛି। ମାତ୍ର ବେଳେବେଳେ ହେଉଥିବା ଅବାସ୍ତବ ଦର ବୃଦ୍ଧି ପଛରେ କର୍ପୋରେଟ ହାଉସ୍‌ଙ୍କ ହାତ ରହୁଥିବା ସେ ଅଭିଯୋଗ କରିଛନ୍ତି। ମାର୍କେଟରେ ଦର ସାମାନ୍ୟ ବଢ଼ିଲେ କର୍ପୋରେଟ ହାଉସ୍‌ ପକ୍ଷରୁ ବହୁ ପରିମାଣର ଜିନିଷ ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସେମାନଙ୍କ ପାଖରେ ଏକ ସଙ୍ଗେ ବିପୁଳ ପରିମାଣର ଜିନିଷ ମହଜୁଦ ରଖିବାକୁ ଅର୍ଥବଳ ସହ ପର୍ଯ୍ୟାପ୍ତ ଜାଗା ମଧ୍ୟ ମହଜୁଦ ରହୁଛି। ଏହାକୁ ସେମାନେ ଚଢ଼ା ଦରରେ ବିକ୍ରି କରୁଥିବାବେଳେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ଦରକାର। ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିକାନ୍ତ ମିଶ୍ର କହିଛନ୍ତି, ଅନ୍ୟ ରାଜ୍ୟରେ ପିଆଜ ଦର ବୃଦ୍ଧି ଯୋଗୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି। ପିଆଜ ହୋଲ୍‌ସେଲ ଦର କିଲୋ ପିଛା ୪୮ ଟଙ୍କା ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଦର ବୃଦ୍ଧିରେ ହ୍ରାସ ଘଟିବ। ବ୍ରହ୍ମପୁର ପିଆଜ ବ୍ୟବସାୟୀ ରାମକୃଷ୍ଣ ସାହୁ କହିଛନ୍ତି ଯେ ବ୍ରହ୍ମପୁର ସହରରେ ମାସେ ଭିତରେ ପିଆଜ ଦର ୨୦ରୁ ୬୦ ଟଙ୍କା ଛୁଇଁଛି। ମହାରାଷ୍ଟ୍ରର ନାଗପୁର ଓ ନାସିକ ଅଞ୍ଚଳରୁ ପିଆଜ ଆମଦାନୀ ହେଉଛି। ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ସୁଦ୍ଧା ଗୋଦାମରେ ପ୍ରାୟ ୩ ମାସ ନିମନ୍ତେ ପିଆଜ ମହଜୁଦ ରହୁଥିଲା। ଏହି ସମୟରେ ନୂତନ ଉପତ୍ାଦନ ହେଉଥିଲା। ପୂର୍ବରୁ ବ୍ରହ୍ମପୁର ବଜାରକୁ ୭ରୁ ୮ଟ୍ରକ୍‌ ଅର୍ଥାତ ଦୈନିକ ୨୦୦ଟନ୍‌ରୁ ଅଧିକା ପିଆଜ ଆମଦାନୀ ହେଉଥିଲା। କିନ୍ତୁ କିଛିଦିନ ହେବ ମାତ୍ର ୩ରୁ ୪ ଟ୍ରକ୍‌ ଅର୍ଥାତ୍‌ ୧୦୦ରୁ ୧୨୦ ଟନ୍‌ ପିଆଜ ଆମଦାନୀ ହେଉଛି। ପିଆଜ ଚାହିଦା ବୃଦ୍ଧି ପାଇବା ଓ ଆମଦାନୀ କମିଯାଉଥିବାରୁ ଦର ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। କଟକ ଛତ୍ରବଜାର ହୋଲ୍‌ସେଲ୍‌ ବ୍ୟବସାୟୀ ଦେବେନ୍ଦ କୁମାର ସାହୁ କହିଛନ୍ତି, ଆନ୍ଧ୍ର ଓ ତାମିଲନାଡୁରୁ କଟକକୁ ସର୍ବାଧିକ ପିଆଜ ଆସୁଛି। ସେଠାରେ ଉତ୍ପାଦନ କମ୍‌ ସାଙ୍ଗକୁ ଲୋକଙ୍କ ଚାହିଦା ଅଧିକ ରହୁଥିବାରୁ ପିଆଜ ଦର ବଢ଼ୁଛି। ଏଭଳି ସମସ୍ୟା ଆଉ ପ୍ରାୟ ଏକ ମାସ ରହିବ। ନୂଆ ପିଆଜ ଆମଦାନି ହେଲେ ଦର ଖସିବ। ପ୍ରତିଦିନ ଛତ୍ରବଜାରକୁ ପ୍ରାୟ ୧୦୦ରୁ ୧୨୦ ଟନ୍‌ ପିଆଜ ଆସିଥାଏ। ହେଲେ ଏବେ ଆମଦାନି କମ୍‌ ହେଉଥିବାରୁ ଦୈନିକ ୭୦ରୁ ୮୦ ଟନ୍‌ ପିଆଜ ଆସୁଛି। ତେଣୁ ପିଆଜ ଦର ବୃଦ୍ଧି ଘଟୁଛି। ଦରକୁ ନେଇ କିଛି ଆକଳନ କରାଯାଇପାରୁନାହିଁ। ପ୍ରତିଦିନର ଆମଦାନୀକୁ ନେଇ ବଜାର ଦର ପ୍ରଭାବିତ ହେଉଛି ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri