ପିଆଜ ଉତ୍ପାଦନ ବଢୁଛି, ଘାଣ୍ଟି ହେଉଛନ୍ତି ଖାଉଟି

ଭୁବନେଶ୍ୱର,୧୫।୧୨(ଅନିଲ ଦାସ)- ରାଜ୍ୟରେ ପିଆଜ ଉତ୍ପାଦନ ବଢୁଛି। ହେଲେ ପ୍ରତ୍ୟେକ ବର୍ଷ ଦର ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଖାଉଟି। ଅନ୍ୟ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ମାସାଧିକ କାଳ ହେବ ରାଜ୍ୟରେ ପିଆଜ କିଲୋ ପିଛା ଦର ୬୦ ଟଙ୍କା ରହିଛି। ବିଡ଼ମ୍ବନା ଯେ ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପରିମାଣର ପିଆଜ ଉତ୍ପାଦନ ହେଉଥିଲେ ମଧ୍ୟ ଖାଉଟି ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ପିଆଜ ସଂରକ୍ଷଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ପିଆଜ ବଳକା ରାଜ୍ୟ ନିଅଣ୍ଟିଆ କଷଣରେ କଷି ହେଉଛି।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଜାତୀୟ ନମୁନା ସର୍ବେକ୍ଷଣ(ଏନ୍‌ଏସ୍‌ଏସ୍‌) ଏବଂ ୨୦୨୧ ପ୍ରସ୍ତାବିତ ଜନସଂଖ୍ୟା ଆଧାରରେ ଓଡ଼ିଶାରେ ବାର୍ଷିକ ପ୍ରାୟତଃ ୩.୫୫ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜର ଆବଶ୍ୟକତା ରହିଛି। ତେବେ ରାଜ୍ୟରେ ୨୦୨୨-୨୩ରେ ୩.୬୮ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜ ଉତ୍ପାଦନ ହୋଇଛି। ସାଇତି ରଖିବାକୁ ଶୀତଳଭଣ୍ଡାର ନ ଥିବାରୁ ଉତ୍ପାଦିତ ପିଆଜ ଅନ୍ୟ ରାଜ୍ୟକୁ ଚାଲିଯାଉଛି। ତିରୋଟ ସମୟରେ ରାଜ୍ୟର ଚାହିଦା ପୂରଣ ହୋଇପାରୁ ନାହିଁ। ଜାତୀୟ ସଂସ୍ଥା ସେଣ୍ଟର ଫର୍‌ କୋଲ୍‌ଡ ଚେନ୍‌ ଡେଭଲପ୍‌ମେଣ୍ଟ (ଏନ୍‌ସିସିଡି) ଏବଂ ନାବାର୍ଡ ଦ୍ୱାରା ୨୦୧୫ରେ କରାଯାଇଥିବା ସର୍ଭେ ଅନୁଯାୟୀ, ରାଜ୍ୟରେ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ରାଜ୍ୟରେ ୭୩୨୧ ପିଆଜ ସାଇତା ଗୃହ ରହିଛି। ଏଥିରେ କେବଳ ୧ଲକ୍ଷ ୮୩ ହଜାର ୨୫ ମେଟ୍ରିକ୍‌ ଟନ୍‌ ପିଆଜ ରଖାଯାଇ ପାରିବ । ଏହାଛଡ଼ା କଳାହାଣ୍ଡି, ବରଗଡ଼, ନୂଆପଡ଼ା, ଅନୁଗୋଳ ଓ ବୌଦ୍ଧ ଜିଲାରେ ୬ହଜାର ମେଟ୍ରିକ୍‌ ଟନ୍‌ ପିଆଜ ସାଇତା ଗୃହ ନିର୍ମାଣ ହେବାର ପ୍ରସ୍ତାବ ରହିଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଆଳୁ ଓ ପିଆଜ ଚାଷକୁ ପ୍ରୋତ୍ସାହନ ଦେବାକୁ ଆଳୁ, ପିଆଜ, ପନିପରିବା ଓ ମସଲା ଜାତୀୟ ଉନ୍ନୟନ ଯୋଜନାରେ ରାଜ୍ୟ ସରକାର ହେକ୍ଟର ପିଛା ୫୮ ହଜାର ଓ ପନିପରିବା ଚାଷ ପାଇଁ ହେକ୍ଟର ପିଛା ୨୦ ହଜାର ଟଙ୍କା ସବ୍‌ସିଡି ଦେବା ବ୍ୟବସ୍ଥା କରିଛନ୍ତି । ଅନ୍ୟପକ୍ଷରେ ବଳକା ପିଆଜ ସାଇତି ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବା ବେଳେ ଆଳୁ ଚାଷ ବୃଦ୍ଧି ପାଇଁ କରାଯାଇଥିବା ଆଳୁ ମିଶନ ଫେଲ୍‌ ମାରିଛି । ରାଜ୍ୟ ପାଇଁ ବର୍ଷକୁ ୧୩.୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ଦରକାର ଥିବାବେଳେ ୨୦୨୨-୨୩ରେ ମାତ୍ର ୩.୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇଛି। ଆଳୁ ଦର ଉପରେ ଲଗାମ ଲଗାଇବା ତଥା ରାଜ୍ୟକୁ ସ୍ବାବଲମ୍ବୀ ହେବାକୁ କୃଷି ବିଭାଗ ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲା। ଏହାର ୮ ବର୍ଷ ପରେ ମଧ୍ୟ ଆବଶ୍ୟକତାର ୫ ଭାଗରୁ ଭାଗେ ଉତ୍ପାଦନ କରିବାରେ ଚାଷୀମାନେ ସକ୍ଷମ ହୋଇପାରିନାହାନ୍ତି। ଯୋଜନା ବିଫଳ ହେଉଥିବାରୁ ଏ ବାବଦ ବ୍ୟୟବରାଦ ମଧ୍ୟ ହ୍ରାସପାଇ ଚାଲିଛି। ଆଳୁ ମିଶନ ପାଇଁ ୨୦୧୪-୧୫ ଆର୍ଥିକବର୍ଷରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମାତ୍ର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କେବଳ ଆଳୁ, ପିଆଜ ନୁହେଁ ଅନ୍ୟାନ୍ୟ ଅଣଧାନ ଫସଲ ମଧ୍ୟ ଗତ ୮ ବର୍ଷରେ କମିଛି କିମ୍ବା ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ସୋରିଷ, ସୋୟାବିନ, ବାଦାମ ଭଳି ତୈଳବୀଜ ଉତ୍ପାଦନ ହ୍ରାସ ପାଇଛି। ୨୦୧୩-୧୪ରେ ରାଜ୍ୟରେ ତୈଳବୀଜ ୬୯୮.୧୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ରେ ଏହା ୫୧୩.୯୯ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ଖସିଆସିଛି। ପ୍ରମୁଖ ଡାଲିଜାତୀୟ ଫସଲ ମୁଗ, କୋଳଥ, ଚଣା, ମସୁର ଉତ୍ପାଦନ ନାମକୁମାତ୍ର ବୃଦ୍ଧି ପାଇଛି। ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ କୋଳଥ ଉତ୍ପାଦନ ୨.୩୧ ପ୍ରତିଶତ ହୋଇଥିବା ବେଳେ ମୁଗ ୬.୦୬, ଚଣା ୯.୭୯, ହରଡ଼ ୧୪.୧୪ ପ୍ରତିଶତ ବୃଦ୍ଧି ହୋଇଥିବା କୃଷି ବିଭାଗ ତଥ୍ୟ କହୁଛି। ସେହିପରି ପନିପରିବା ପାଇଁ ମଧ୍ୟ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗତ ୮ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୪.୩୦ ପ୍ରତିଶତ ପନିପରିବା ଉତ୍ପାଦନ ବଢ଼ିଥିବା କୁହାଯାଇଛି। ଅଣଧାନ ଫସଲ ଉତ୍ପାଦନ ରାଜ୍ୟରେ ନିରୁତ୍ସାହଜନକ ଏହା ନିଃସନ୍ଦେହ।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉତ୍ପାଦନ ହ୍ରାସ ପାଇଁ ଜଳବାୟୁ ପରିବର୍ତ୍ତନ ଓ ଅନୁର୍ବର ମୃତ୍ତିକା ସମସ୍ୟା ସୃଷ୍ଟି କରିଛି। କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ, ମାଣ୍ଡିଆ, ଡାଲିଜାତୀୟ ଫସଲ କ୍ରୟ କରାଯାଉଛି। କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ କରି ମୂଲ୍ୟଯୁକ୍ତ କରି ବଜାର ସଂଯୋଗୀକରଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜଗତ୍‌ସିଂହପୁର ଜିଲା କନ୍ଦରପୁର ଚାଷୀ ଅଜୟ ମଲ୍ଲିକ କହିଛନ୍ତି ଯେ ସରକାର ମାଗଣା ଚାଉଳ ଯୋଗାଇବା ଦ୍ୱାରା ଚାଷ ପାଇଁ ମଜୁରିଆ ମିଳୁନାହାନ୍ତି। ଚାଷ ପାଇଁ ଖର୍ଚ୍ଚ ବଢିଯାଉଛି। ଜମିରେ ଖତ ପଡ଼ୁ ନ ଥିବାରୁ ମାଟିର ଉର୍ବରତା କମିଲାଣି। ସାର ପକାଇବା ଖର୍ଚ୍ଚ ବର୍ଷକୁ ବର୍ଷ ବଢିଚାଲିଛି। ଚାଷ କାମରେ ମଜୁରି ଉଠୁନି। ଜମି ପଡ଼ିଆ ପଡ଼ୁ ପଛକେ କିଛି ଫସଲ କରିବାକୁ ମନ ହେଉନି। ସରକାର ଅଣଧାନ ଚାଷ ପାଇଁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri