୨୫ଟଙ୍କାରେ ବିକ୍ରି ହେଉଛି ପିଆଜ

ନୂଆଦିଲ୍ଲୀ,୫।୧୧: ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତାମାନଙ୍କୁ ରକ୍ଷାକରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଘରୋଇ ଉପଭୋକ୍ତାମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ୨୦୨୩ ଅକ୍ଟୋବର ୨୯ରୁ ପ୍ରତି ମେଟ୍ରିକ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍‌ଇପି) ଲାଗୁ କରିବା, ବଫର କ୍ରୟ ପୂର୍ବରୁ ୫.୦୬ ଲକ୍ଷ ଟନ୍‌ ହୋଇଥିବା ବେଳେ ଅତିରିକ୍ତ ୨ଲକ୍ଷ ଟନ୍‌ ବୃଦ୍ଧି କରିବା ଏବଂ ଅଗଷ୍ଟ ୨ୟ ସପ୍ତାହରୁ ଖୁଚୁରା ବିକ୍ରି, ଇ-ନାମ ନିଲାମ ଏବଂ ହୋଲ୍‌ସେଲ୍‌ ବଜାରରେ ବ୍ୟାପକ ବିକ୍ରି ମାଧ୍ୟମରେ ପିଆଜର ନିରନ୍ତର ନିଷ୍କାସନ ଆରମ୍ଭ ହୋଇଛି। ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ୍‌,ନାଫେଡ୍‌,କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ଦ୍ୱାରା ପରିଚାଳିତ ଖୁଚୁରା ଦୋକାନ ଏବଂ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ମୂଲ୍ୟରେ ବିକ୍ରି ଆରମ୍ଭ କରିଛି। ୨୦୨୩ ନଭେମ୍ବର ୨ ସୁଦ୍ଧା ନାଫେଡ୍‌ ୨୧ଟି ରାଜ୍ୟର ୫୫ଟି ସହରରେ ୩୨୯ ରିଟେଲ୍‌ ପଏଣ୍ଟ ସ୍ଥାପନ କରିଛି,ଯେଉଁଥିରେ ଷ୍ଟେଶନ ଆଉଟଲେଟ୍‌ ଓ ମୋବାଇଲ୍‌ ଭ୍ୟାନ୍‌ ରହିଛି । ସେହିପରି ଏନ୍‌ସିସିଏଫ୍‌ ପକ୍ଷରୁ ୨୦ଟି ରାଜ୍ୟର ୫୪ ସହରରେ ୪୫୭ ରିଟେଲ ପଏଣ୍ଟ ସ୍ଥାପନ କରାଯାଇଛି । କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ୩ ନଭେମ୍ବର, ୨୦୨୩ ରୁ ଦିଲ୍ଲୀ-ଏନ୍‌ସିଆର୍‌ରେ ଏହାର ଖୁଚୁରା ଦୋକାନ ମାଧ୍ୟମରେ ପିଆଜର ଖୁଚୁରା ଯୋଗାଣ ଆରମ୍ଭ କରିଛି ଏବଂ ସଫଲ ମଦର ଡେଏରୀ ପକ୍ଷରୁ ବିକ୍ରି ଚଳିତ ସପ୍ତାହ ଶେଷରୁ ଆରମ୍ଭ ହେବ। ତେଲଙ୍ଗାନା ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତ ରାଜ୍ୟରେ ଉପଭୋକ୍ତାମାନଙ୍କୁ ପିଆଜର ଖୁଚୁରା ବିକ୍ରୟ ହାଇଦ୍ରାବାଦ କୃଷି ସମବାୟ ସଂଘ (ଏଚ୍‌ଏସିଏ) ଦ୍ୱାରା ହାତକୁ ନିଆଯାଉଛି।

Share