ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଏହା ହେବ। ଏହି ଅବସରରେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଅତିକ୍ରମ କରିବ। ଚନ୍ଦ୍ର ଗ୍ରହଣ ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ରେ ପୂର୍ଣ୍ଣ ଗ୍ରାସ ହେବ। ଅପରାହ୍ନ ୫ଟା ୩୩ରେ ମୋକ୍ଷ ଘଟିବ। ଗ୍ରହଣ ଦୀର୍ଘ ୩ ଘଣ୍ଟା ୨୮ ମିନିଟ୍‌ ୨୩ ସେକେଣ୍ଡ ଧରି ଲାଗିବ ବୋଲି ନାସା କହିଛି। ଏହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଲାଲ୍‌ ରଙ୍ଗ ଧାରଣ କରିବ। ଚନ୍ଦ୍ରଙ୍କର ୯୭ ପ୍ରତିଶତ ଅଂଶ ଗ୍ରହଣ ସମୟରେ ଆଚ୍ଛଦିତ ହେବ। ଏହା ଭାରତରେ ମଧ୍ୟ ଦେଖିବାକୁ ମିଳିବ। ଏହାପୂର୍ବରୁ, ୨୬ ମେ’ରେ ଚନ୍ଦ୍ରଗ୍ରହଣ ହୋଇଥିଲା।

ଜ୍ୟୋର୍ତିବିଜ୍ଞାନୀମାନଙ୍କ ଅନୁଯାୟୀ, ୨୦୦୧ ରୁ ୨୦୨୧ ମଧ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। ନାସା ପକ୍ଷରୁ କୁହାଯାଇଛି ଏକବିଂଶ ଶତାବ୍ଦୀରେ ପୃଥିବୀରେ ୨୨୮ଟି ଚନ୍ଦ୍ରଗ୍ରହଣ ଦେଖାଯିବ। ଗୋଟିଏ ମାସରେ ୨ ଏବଂ ୩ଟି ଚନ୍ଦ୍ରଗ୍ରହଣ ଅବା ସୂର୍ଯ୍ୟପରାଗ ମଧ୍ୟ ଦେଖାଯିବ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତର ଆସାମ ଏବଂ ଅରୁଣାଚଳପ୍ରଦେଶରେ ଦୃଶ୍ୟମାନ ହେବ।

ଉତ୍ତର ଆମେରିକାର ଲୋକମାନେ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ଲାଭ କରିବେ। ସେହିପରି ମେକ୍ସିକୋ, ଅଷ୍ଟ୍ରେଲିଆ, ପୂର୍ବ ଏସିଆ ଏବଂ ଉତ୍ତର ୟୁରୋପରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହାପରେ ଚଳିତ ବର୍ଷ ଡିସେମ୍ବର ୪ରେ ବର୍ଷର ଶେଷ ସୂର୍ଯ୍ୟପରାଗ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri