ଏକ ଟ୍ରିଲିଅନ୍‌ ଟଙ୍କା ରାଜସ୍ବର ହେବ ପୁନରୁଦ୍ଧାର

ମୁମ୍ବାଇ ,୪ା୭: ୱିଣ୍ଡଫଲ୍‌ ଟ୍ୟାକ୍ସ ବଳରେ ଭାରତ ମଧ୍ୟରେ ଉତ୍ପାଦିତ ତୈଳ ଏବଂ ବିଦେଶକୁ ରପ୍ତାନି ହୋଇଥିବା ଇନ୍ଧନ ଉପରେ ଲାଗୁ ଟିକସ ସମୁଦାୟ ରାଜସ୍ବର ଚତୁର୍ଥାଂଶରୁ ଅଧିକ ହେବ ବୋଲି ଜଣାପଡିଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍‌ ଶୁଳ୍କ ହ୍ରାସ କଲାପରେ ସରକାର ଯେଉଁ ରାଜସ୍ବ ହ୍ରାସ କରିଥିଲେ, ସେସବୁ ଏହି ଟିକସ ବଳରେ ଫେରିପାଇବେ ବୋଲି ଶିଳ୍ପ ସୂତ୍ରରୁ ପ୍ରକାଶ ପାଇଛି।
ପେଟ୍ରୋଲ ଏବଂ ଜେଟ ଇନ୍ଧନ (ଏଟିଏଫ) ରପ୍ତାନି ଉପରେ ସରକାର ଲିଟର ପିଛା ୬ ଟଙ୍କା ଏବଂ ଡିଜେଲ ରପ୍ତାନିରେ ୧୩ ଟଙ୍କା ହ୍ରାସ କରିଛନ୍ତି। ଏହା ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ମଧ୍ୟ ହୋଇଛି। ସେହିଭଳି ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ୍‌ ପିଛା ୨୩,୨୫୦ଟଙ୍କା ଟିକସ ଆଦାୟ କରାଯାଇଥିଲା। କେବଳ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି), ଅଏଲ ଇଣ୍ଡିଆ ଲିମିଟେଡ୍‌ ଏବଂ ବେଦାନ୍ତ ଲିମିଟେଡ୍‌ ପରି ଅଶୋଧିତ ତୈଳ ଉତ୍ପାଦନକାରୀଙ୍କ ଉପରେ ଟିକସ ୨୦୨୧-୨୨ ଆର୍ଥିକ (ଏପ୍ରିଲ୍‌ ୨୦୨୧ ରୁ ମାର୍ଚ୍ଚ ୨୦୨୨) ମଧ୍ୟରେ ୨୯.୭ ନିୟୁତ ଟନ୍‌ ତୈଳ ଉତ୍ପାଦନକୁ ବିଚାର କରି ବାର୍ଷିକ ୬୯,୦୦୦ କୋଟି ଟଙ୍କା ଲାଗୁ କରାଯାଇଛି। ସେହିପରି ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ୯ ମାସ ପାଇଁ ଯଦି ଏହା (୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟିକସ ବ୍ୟବସ୍ଥା) ଲାଗୁ ହୁଏ ତେବେ ସରକାର ପ୍ରାୟ ୫୨,୦୦୦କୋଟି ଟଙ୍କା ପାଇବେ ବୋଲି ଜଣାପଡିଛି।
ଯେ ଏପ୍ରିଲ ଓ ମେ ମାସରେ ଭାରତ ୨.୫ ମିଲିୟନ ଟନ୍‌ ପେଟ୍ରୋଲ, ୫.୭ ମିଲିୟନ ଟନ୍‌ ଡିଜେଲ ଏବଂ ୭୯୭,୦୦୦ ଟନ୍‌ ଏଟିଏଫ୍‌ ରପ୍ତାନି କରିଛି। ଯଦି ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଟିକସ ବ୍ୟବସ୍ଥା ଜାରି ରୁହେ ଅତି କମରେ ୨୦,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହେବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଏହି ଦୁଇଟି ଟ୍ୟାକ୍ସ ମିଳିତ ଭାବେ ୭୨,୦୦୦ କୋଟି ଟଙ୍କା କିମ୍ବା ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍‌ ଶୁଳ୍କ ହ୍ରାସ କରି ସରକାର ହରାଇଥିବା ରାଜସ୍ବର ୮୫% ରୁ ଅଧିକ ଅର୍ଥ ସଂଗ୍ରହ ହେବ ବୋଲି କୁହାଯାଉଛି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ୧୦ମାସ ପାଇଁ ରାଜସ୍ବ ପ୍ରାୟ ୮୪,୦୦୦ କୋଟି ଟଙ୍କା ଥିଲା ଏବଂ ଓ୍ବିଣ୍ଡ ଟ୍ୟାକ୍ସ ଉକ୍ତ ଅଭାବର ୮୫%କୁ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri