Posted inଜାତୀୟ

କାହାର ପତ୍ନୀଙ୍କ ଜନ୍ମଦିନ ଥିଲା ତ କିଏ ପିଲାଙ୍କୁ ଭେଟିବାକୁ ଗଣୁଥିଲେ ଦିନ…ଆଖି ଓଦା କରୁଛି ଡୋଡା ଶହୀଦଙ୍କ କାହାଣୀ…

ଜମ୍ମୁ,୧୭।୭: ଜମ୍ମୁ-କଶ୍ମୀରର ଡୋଡୋ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସହ ୫ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯବାନ ବିଜେନ୍ଦ୍ର ସିଂ। ସେ ନିଜ ଘରକୁ କରିଥିବା ଅନ୍ତିମ କଲ୍‌ରେ ପତ୍ନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ସେ ରାଜସ୍ଥାନର ଝୁଝୁନୁ ଜିଲାର ବାସିନ୍ଦା ଥିଲେ। କଲ୍‌ ରଖିବା ସମୟରେ ସେ ଶୀଘ୍ର ଘରକୁ ଫେରିବେ ବୋଲି କହିଥିଲେ। ଶହୀଦ କ୍ୟାପଟେନ ବ୍ରିଜେଶ ଥାପା ରବିବାର ସକାଳେ ସିଲିଗୁଡ଼ିରେ ଥିବା ମା’ଙ୍କ ସହ କଥା ହୋଇଥିଲେ। ସେ ଏକ ଅପରେଶନରେ ଯାଉଥିବା ମା’ଙ୍କୁ କହିଥିଲେ। ସେହିଭଳି ଶହୀଦ ହୋଇଥିବା ଅଜୟ ସିଂ ଜୁଲାଇ ୨୦ରେ ଘରକୁ ଆସିବେ ବୋଲି କହିଥିଲେ। ହେଲେ ପ୍ରତିଶ୍ରୁତି ଅଧାରେ ରହିଯାଇଛି।

ଶହୀଦ ଅଜୟଙ୍କ ଦାଦା ଓମ ପ୍ରକାଶ ରାଜସ୍ଥାନ ପୋଲିସରେ କାର୍ଯ୍ୟରତ। ସେ କହିଛନ୍ତି ଯେ, କାଲି ସେ ଘରକୁ ଫୋନ କରି କହିଥିଲେ ଯେ ସେ ଠିକ୍‌ ଅଛନ୍ତି ଏବଂ ସେନାର ଅପରେଶନ ଚାଲିଛି। ଏଠାରେ ଝଗଡ଼ା ହେଉଛି। ଟିଭି ଦେଖୁଛନ୍ତି ତେଣୁ ସବୁକିଛି ଜଣା ଥିବ। ହେଲେ ଆଜି ସକାଳୁ ବାପାଙ୍କୁ ସେନାରୁ ଫୋନ ଆସିଛି ଯେ ସେ ଶହୀଦ ହୋଇଛନ୍ତି।

ଶହୀଦ ଯବାନ ବିଜେନ୍ଦ୍ରଙ୍କ ପରିବାର କହିଛନ୍ତି ଯେ ସେ ନିଜ ପତ୍ନୀ ଏବଂ ଦୁଇ ପୁଅଙ୍କ ପାଖକୁ ଆସିବାକୁ ଉତ୍ସୁକ ଥିଲେ। ଶେଷ ସମୟ ଯାଏ ସେ ଚେଷ୍ଟା କରିଥିଲେ ହେଁ ଛୁଟି ମିଳି ନ ଥିଲା।

ବିଜେନ୍ଦ୍ରଙ୍କ ପରିବାରର କିଛି ଲୋକଙ୍କୁ ଏଯାଏ ତାଙ୍କର ଶହୀଦ ଖବର ଦିଆଯାଇନାହିଁ। ସ୍ତ୍ରୀ ଅଙ୍କିତାଙ୍କୁ ସେ ଆଇସିୟୁରେ ଥିବା କୁହାଯାଇଛି। ମା’ଙ୍କୁ ମଧ୍ୟ ଏଯାଏ ଖବର ଦିଆଯାଇନାହିଁ।

ଯବାନ ଅଜୟ ସିଂ ଶେଷଥର ପ୍ରାୟ ୩ ମାସ ପୂର୍ବରୁ ଘରକୁ ଆସିଥିଲେ। ତାଙ୍କର ଦୁଇ ବର୍ଷ ପୂର୍ବେ ବିବାହ ହୋଇଥିଲା। ହେଲେ କୌଣସି ସନ୍ତାନ ନାହିଁ। ତାଙ୍କ ସାନ ଭାଇ କରଣ ବୀର ଏମ୍‌ବିବିଏସ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri