ବାଇକ୍‌ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍‌

ଛତ୍ରପୁର,୧୨ା୬(ଡି.ଏନ.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଆବାସିକ କଲୋନୀ ସମ୍ମୁଖ ରାସ୍ତାରେ ରବିବାର ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି ା ସେ ହେଲେ ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଚନ୍ଦ୍ରପଦା ଗାଁର ଶଙ୍କର ପ୍ରଧାନ ।

ଶଙ୍କର ବାଇକ୍‌ (ଓଆର୍‌୦୭ପି ୭୯୨୪) ଯୋଗେ କଲୋନୀ ଗେଟ୍‌ରୁ ବାହାରି ମୁଖ୍ୟରାସ୍ତାକୁ ଆସୁଥିଲେ। ସେତିକି ବେଳେ କାଳିଆବାଲିରୁ ଦ୍ରୁତଗତିରେ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍‌ (ଓଡି୦୭ ଜେ ୦୯୨୬) ବାଇକ୍‌କୁ ଧକ୍କା ମାଡି ଯାଇଥିଲା। ଦେଇଥିଲା ା ଫଳରେ ଶଙ୍କର ତଳେ ପଡି ଗୁରୁତର ହୋଇଥିଲେ। ତାଙ୍କୁ ଆଇଆର୍‌ଇ ଆମ୍ବୁଲାନ୍ସରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା ା ଟ୍ରକ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନାରୁ ବାପାଙ୍କ ମୃତ୍ୟୁ ଘଟିଥିବା ନେଇ ପୁଅ ଚିତ୍ତରଞ୍ଜନ ପ୍ରଧାନ ଚମାଖଣ୍ଡି ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି।