ହିଞ୍ଜିଳିକାଟୁ,୫ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ-ଆସିକା ଏନ୍ଏଚ୍- ୫୯ ଆସିକା ଥାନା ଅନ୍ତର୍ଗତ ଚେରମାରିଆ ଛକ ନିକଟରେ ରବିବାର ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ଆସିକା ଲାଲା ଶାସନର ହିମାଂଶୁ ଶେଖର ପାତ୍ର (୨୪) ଓ ଆହତ ଜଣଙ୍କ ସେହି ଗ୍ରାମର ରାଜେନ୍ଦ୍ର ଗୌଡ଼(୨୨) ବୋଲି ହିଞ୍ଜିଳିକାଟୁ ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।
ପ୍ରକାଶ ଯେ, ରବିବାର ରାତିରେ ଉଭୟ ବ୍ରହ୍ମପୁରଠାରୁ ଆସିକା ଯାଉଥିବା ବେଳେ ଚେରମାରିଆ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ହିମାଂଶୁଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ମେଡିକାଲ କର୍ତ୍ତୃପକ୍ଷ ଆସିକା ପୋଲିସକୁ ଯୋଗାଯୋଗ କରିଛନ୍ତି।


