ପାଣ୍ଡିଆନଙ୍କ ଶଳା ପରିଚୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ

ମାଲକାନଗିରି,୨୬ା୮: ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା ହୋଇଥିବା ବେଳେ ଏଠି ବେକାରି ସଂଖ୍ୟା ଅଧିକ ରହିଛି। ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଆଶା କରିଥିଲେ ମଧ୍ୟ ସୁଯୋଗ ନ ପାଇ ଦଲାଲଙ୍କ ଶିକାର ହୋଇ ପରେ ଅନୁତାପ କରୁଛନ୍ତି। ଜିଲାରେ ଜାଲ୍‌ ସାର୍ଟିଫିକେଟ, ଆଧାର କାର୍ଡ, ନକଲି ପୋଲିସ ଅଧିକାରୀ, ନକଲି ମାଓବାଦୀ ଆଦି ଅନେକ ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇଥିବା ନଜିର ରହିଛି। କିନ୍ତୁ ବର୍ତ୍ତମାନ ଜନ ପ୍ରତିନିଧି ଓ ରାଜନେତାମାନେ ବେକାର ଉଚ୍ଚଶିକ୍ଷିତ ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନଁାରେ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାଶ ହୋଇଛିି।

ମାଲକାନଗିରି ଜିଲାରେ ବିଜେଡିର କେତେକ ଜନ ପ୍ରତିନିଧି ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନଁାରେ ବହୁ ଲକ୍ଷ ଟଙ୍କା ହଡପକରି ନେଇଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ମାଥିଲି ଥାନା ଅନ୍ତର୍ଗତ ମିଲୁଗୁଡା ଗ୍ରାମର ରବିନାରାୟଣ ପୁହାଣ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି, ତାଙ୍କ ପୁଅଙ୍କୁ ଯୋଗାଣ ବିଭାଗରେ ଇନ୍ସପେକ୍ଟର ଚାକିରି କରାଇଦେବା ନଁାରେ ମାଥିଲି ଜିଲା ପରିଷଦ ଜୋନ୍‌-୩ ସଭ୍ୟା ସସ୍ମିତା ମାଝି ୨୦୨୩, ଏପ୍ରିଲ ୨୫ରେ ୧ ଲକ୍ଷ ଟଙ୍କା, ଏପ୍ରିଲ ୨୮ ରେ ୩୦ ହଜାର ଟଙ୍କା ନଗଦ ନେଇଥିଲେ। ପରେ ଭୁବନେଶ୍ୱରରେ ସୁଜାତା ପାଣ୍ଡିଆନଙ୍କ ଭାଇ କହୁଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୬ ଲକ୍ଷ ଟଙ୍କା ପଠାଇବାକୁ କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟ ନ ହେବାରୁ ରବିନାରାୟଣ ଏ ସମ୍ପର୍କରେ ସସ୍ମିତାଙ୍କୁ ପଚାରିବାରୁ କିଛି ନ ଶୁଣିବା ସହ ଥାନାରେ କହିଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ଫଳରେ ରବିନାରାୟଣ ୧୯ା୮ା୨୪ରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୬୬/୨୪ରେ ମାମଲା ରୁଜୁ କରିଛି। ଘଟଣାର ମାଷ୍ଟର ମାଇଣ୍ଡ ସସ୍ମିତା ମାଝି ଫେରାର ହୋଇଯାଇଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ରବିବାର ମାଥିଲି ପୋଲିସ ଗିରଫ କରିଛି।

ସେହିପରି ମାଥିଲି ସଦର ବ୍ଲକର ମାଧବୀ ହରେଶ କୁମାର ନାମ୍ନୀ ଜଣେ ମହିଳା ମଧ୍ୟ ବିଜେଡିର ବରିଷ୍ଠ ନେତା ଜୀବନ ସାହୁଙ୍କ କଥାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ନିମନ୍ତେ ବିଜ୍ଞାପନ ବାହାରିଥିବାରୁ ଚାକିରି ଲାଗି ୧୦ ଲକ୍ଷ ୧୦ ହଜାର ଟଙ୍କା ରମେଶଙ୍କ ଆକାଉଣ୍ଟକୁ ପଠାଇଥିଲେ। ପରେ ଉକ୍ତ ପଦବୀର ଫଳ ବାହାରିବା ସମୟରେ ତାଙ୍କ ନାମ ନ ଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଜୀବନ ସାହୁ ଓ ରମେଶଙ୍କୁ ଟଙ୍କା ମାଗିବାରୁ ସେମାନେ ଫେରସ୍ତ କରିପାରି ନ ଥିଲେ। ଫଳରେ ମାଧବୀ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୫୦/୨୦ା୭ା୨୪ ରେ ମାମଲା ରୁଜୁ କରିଛି।

ସେହିପରି ମାଥିଲି ସଦର ବ୍ଲକର କାର୍ତ୍ତିକ ରାୟ ମଧ୍ୟ ଗତବର୍ଷ ହୋଇଥିବା ଇ-ବାଇକ୍‌ ଯୋଜନାର ଡିଲରଶିପ୍‌ ବିଷୟରେ ଜାଣିବା ପରେ ଏହାର ସମସ୍ତ ନିୟମ ସସ୍ମିତା ଜାଣିଥିବେ ବୋଲି ତାଙ୍କ ସହ ଯୋଗାଯୋଗ କରିଥିଲେ ା ସସ୍ମିତା ଏହି ଯୋଜନା ନିମନ୍ତେ ୨୬ ଲକ୍ଷ ୨୦ ହଜାର ଟଙ୍କା ରମେଶଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ଫଳରେ ସେ ରମେଶଙ୍କ ଆକାଉଣ୍ଟରେ ୯ଟି କିସ୍ତିରେ ମୋଟ ୨୬ ଲକ୍ଷ ୨୦ ହଜାର ଟଙ୍କା ଜମା କରିଥିଲେ ା ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ, ଏହା ଏକ ମିଥ୍ୟା ଯୋଜନା। ଏ ସମ୍ପର୍କରେ କାର୍ତ୍ତିକ ମାଥିଲି ଥାନାରେ ଅଭିଯୋଗ କଲା ପରେ ନଂ. ୧୪୯/୨୦ା୭ା୨୪ରେ ମାମଲା ରୁଜୁ କରାଯାଇଛି।

ଏ ସମ୍ପର୍କରେ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କୁ ପଚାରିିବାରୁ ଏ ସମ୍ପର୍କରେ ୩ଟି ମାମଲା ମାଥିଲି ଥାନାରେ ରୁଜୁ କରାଯାଇଛି। ବର୍ତ୍ତମାନ ଏହାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ସସ୍ମିତା ମାଥିଲିରେ ଅନୁପସ୍ଥିତ ଅଛନ୍ତି। ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ମାଥିଲି ପୋଲିସ ଗିରଫ କରିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri