ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ଏକ ସମୟ ଥିଲା ଯେତେବେଳେ ଏହି ଯୋଡ଼ିଙ୍କୁ ନେଇ କୌଣସି ଚର୍ଚ୍ଚା ହେଉ ନ ଥିଲା। ରେଖାଙ୍କ ସହ ଅମିତାଭଙ୍କ ଲିଙ୍କ ଜୟା ଭାଦୁରୀଙ୍କ ବିବାହ ପରେ ହୋଇଥିଲା। ୧୯୭୩ରେ ଅମିତାଭ ଜୟାଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ରେଖା ଏବଂ ଅମିତାଭଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଏହା ଜାଣି ଜୟା ବହୁତ ବିବ୍ରତ ହୋଇଥିଲେ। ସେ ଚାହୁଁଥିଲେ ତାଙ୍କ ସୁଖୀ ପରିବାର ଭାଙ୍ଗି ନ ଜାଉ। ଅନ୍ୟପକ୍ଷରେ, ବିବାହିତ ପୁରୁଷଙ୍କ ସହ ପ୍ରେମକୁ ନେଇ ରେଖାଙ୍କୁ ଜୟା ଖରାପ ଭାବିବାକୁ ଲାଗିଲେ।

ଗୋଟିଏ ରାତିରେ ଏପରି କିଛି ଘଟିଲା, ରେଖା ଅମିତାଭଙ୍କ ଜୀବନରୁ ସବୁଦିନ ପାଇଁ ଦୂରେଇ ଗଲେ।

ଦିନେ ଅମିତାଭ ଶୁଟିଂ ପାଇଁ ମୁମ୍ବାଇ ଯାଇଥିଲେ। ସେହିଦିନ ଜୟା ରେଖାଙ୍କୁ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇବା ପୂର୍ବରୁ ରେଖା ଭାବୁଥିଲେ ଜୟା ତାଙ୍କୁ ଗାଳି କରିବେ ନାହିଁ ତ। ମାତ୍ର ସେପରି କିଛି ଘଟି ନ ଥିଲା। ଜୟା ତାଙ୍କୁ ରାତ୍ରି ଭୋଜନ ପାଇଁ ଘରକୁ ଡାକିଥିଲେ। ଏ ସବୁ ଘଟିବ ବୋଲି ରେଖା କେବେ ଆଶା ରଖି ନ ଥିଲେ।

ରେଖା ଯେତେବେଳେ ରାତ୍ରୀ ଭୋଜନ ପାଇଁ ଜୟାଙ୍କ ଘରେ ପହଞ୍ଚିଲେ, ଜୟା ତାଙ୍କୁ ସ୍ବାଗତ କରିଥିଲେ। ପରେ ଜୟା ରେଖାଙ୍କ ସହ ବହୁତ କଥା ହେଲେ। କିନ୍ତୁ ଅମିତାଭଙ୍କ ବିଷୟରେ କୌଣସି କଥା ହୋଇ ନଥିଲେ। ରାତ୍ରୀ ଭୋଜନ ପରେ, ରେଖା ଘରକୁ ଫେରୁଥିଲେ ଜୟା ତାଙ୍କୁ ଏକ ବିଶେଷ କଥା କହିଥିଲେ। ଏହା ଶୁଣିବା ପରେ ରେଖାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଜୟା ଡୋର ପାଖରେ ଛିଡା ହୋଇ କହିଥିଲେ, ଯାହା ବି ହୋଇଯାଉ ମୁଁ ମିତାଭଙ୍କୁ ଛାଡିବି ନାହିଁ’।

ଏ ନେଇ ପରଦିନ ଗଣମାଧ୍ୟମରେ ବ୍ୟାପକ ଖବର ପ୍ରକାଶ ପାଇଥିଲା। କିନ୍ତୁ ଜୟା କିମ୍ବା ରେଖା ମୁହଁ ଖୋଲି ନ ଥିଲେ। ପରେ ଅମିତାଭ କେବେବି ରେଖାଙ୍କ ସହ କୌଣସି କାର୍ଯ୍ୟ କରି ନ ଥିଲେ। ‘ସିଲସିଲା’ ଅମିତାଭ ଏବଂ ରେଖାଙ୍କ ଶେଷ ଫିଲ୍ମ ଥିଲା।

Share