Posted inଜାତୀୟ

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଲୋକ ସଭା, ରାଜ୍ୟ ସଭାର ନମ୍ବର ଗେମ୍‌ ବଢାଇଲା ମୋଦି ସରକାରଙ୍କ ଟେନସନ

ନୂଆଦିଲ୍ଲୀ,୧୩।୧୨: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲକୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଲୋକ ସଭା ତଥା ରାଜ୍ୟ ବିଧାନସଭା ନିର୍ବାଚନ ସହିତ ପର୍ଯ୍ୟାୟକ୍ରମେ ପୌରପାଳିକା ଓ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ କ୍ୟାବିନେଟ ବର୍ତ୍ତମାନ ନିଷ୍ପତ୍ତି ନେଇ ନାହିଁ। କିନ୍ତୁ ମନ୍ତ୍ରୀ ମଣ୍ଡଳ ବର୍ତ୍ତମାନ ସ୍ଥାନୀୟ ସଂସ୍ଥା ନିର୍ବାଚନ ପ୍ରସଙ୍ଗରୁ ଦୂରତା ରଖିବାକୁ ନିଷ୍ପତ୍ତି ନେଇଛି।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ମାର୍ଚ୍ଚ ୧୪, ୨୦୨୪ରେ ରିପୋର୍ଟ ଦାଖଲ କରିଥିଲା, ଯାହା ସେପ୍ଟେମ୍ବର ୨୦୨୪ରେ କ୍ୟାବିନେଟ ଦ୍ୱାରା ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ପ୍ରାୟ ତିନିମାସ ପରେ ବିଲର ଡ୍ରାଫ୍ଟକୁ କ୍ୟାବିନେଟ ଅନୁମୋଦନ କରିଛି ତେଣୁ ଏହାକୁ ସଂସଦର ସମାନ ଅଧିବେଶନରେ ମଧ୍ୟ ଉପସ୍ଥାପନ କରାଯିବ।

ମୋଦି ସରକାର ଏହାକୁ ତୃତୀୟ କାର୍ଯ୍ୟକାଳରେ ଆଇନ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଯଦି ଏହା ଆଇନରେ ପରିଣତ ହୁଏ ତେବେ ଏହା ୨୦୨୯କିମ୍ବା ୨୦୩୪ ବର୍ଷରୁ ସକ୍ରିୟ ହୋଇଯିବ। ଯଦିଓ ସରକାର ଏ ସମ୍ପର୍କରେ କିଛି କହି ନାହାଁନ୍ତି।

ଦେଶରେ ଏକକାଳୀନ ନିର୍ବାଚନ କରିବାକୁ ହେଲେ ଏହା ସହ ଜଡିତ ବିଲ ଅତି କମରେ ଅଧା ରାଜ୍ୟ ଅନୁମୋଦନ କରିବାକୁ ପଡିବ, ଯାହା ସହଜ ହେବ ନାହିଁ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୂର୍ବରୁ ଏକକାଳୀନ ନିର୍ବାଚନ କରିବାର ମତ ରଖିଥିବା ଦଳଗୁଡ଼ିକରେ ବର୍ତ୍ତମାନ ଲୋକ ସଭାରେ ୨୭୦ ଏମ୍‌ପି ଅଛନ୍ତି। ଯେଉଁମାନେ ସମର୍ଥନ କରନ୍ତି ନାହିଁ କିମ୍ବା ବିରୋଧ କରନ୍ତି ନାହିଁ, ସେହି ଏମ୍‌ପିଙ୍କ ସଂଖ୍ୟା ଯଦି ଯୋଡା ଯାଏ ତେବେ ଏହି ସଂଖ୍ୟା ୨୯୩ ରେ ପହଞ୍ଚିଛି, ଯେଉଁଥିରେ ଟିଡିପି ମଧ୍ୟ ଅନ୍ତର୍ଭୁକ୍ତ ।

ଯଦିଓ ସମସ୍ତେ ଗୃହରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରନ୍ତି, ତେବେ ଏହି ବିଲ ପାରିତ ହେବ। ଯେବେ ଭୋଟ ପାଇଁ କେବଳ ୪୩୯ ସଦସ୍ୟ ଉପସ୍ଥିତ ଥିବେ। ଯଦି ସମସ୍ତ ଏମ୍‌ପି ଏହି ବିଲ ପାଇଁ ଭୋଟ ଦେବାକୁ ଆସନ୍ତି, ତେବେ ଦୁଇ ତୃତୀୟାଂଶ ଅର୍ଥାତ୍‌ ୩୬୨ ସାଂସଦ ଏହାକୁ ଲୋକ ସଭାରେ ପାସ କରିବାକୁ ବାଧ୍ୟ ହେବେ। ଏଭଳି ପରିସ୍ଥିତିରେ ଲୋକ ସଭାରେ ଏହି ବିଲ ପାରିତ ହୋଇନପାରେ।

ରାଜ୍ୟ ସଭାର ନମ୍ବର ଖେଳ ମଧ୍ୟ କେନ୍ଦ୍ର ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବର୍ତ୍ତମାନ ରାଜ୍ୟ ସଭାରେ ୨୩୧ ଏମ୍‌ପି ଅଛନ୍ତି। ୧୧୩ ଏନଡିଏ, ୬ ଜଣ ମନୋନୀତ ଏବଂ ଦୁଇ ନିର୍ଦ୍ଦଳୀୟ ଏମ୍‌ପିଙ୍କ ସମେତ କେନ୍ଦ୍ର ସରକାରଙ୍କର ୧୨୧ ସଦସ୍ୟ ଅଛନ୍ତି। ଦୁଇ-ତୃତୀୟାଂଶ ସମର୍ଥନ ପାଇଁ, ୧୫୪ ସଦସ୍ୟ ଉପସ୍ଥିତ ରହିବା ଉଚିତ୍‌। କେନ୍ଦ୍ର ସରକାର ୩୩ ଭୋଟରୁ କମ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri