Categories: ଫୁରସତ

ଏକ କେଜି ଆମ୍ବର ମୂଲ୍ୟ ୩ ଲକ୍ଷରୁ ଊର୍ଦ୍ଧ୍ୱ

ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ବର୍ତ୍ତମାନ ଏହା ସବୁ ଋତୁରେ ସହଜରେ ବଜାରରେ ମିଳିଯାଉଛି। ଆଜି ଆପଣଙ୍କୁ ଆମେ ଏପରି ଏକ ଆମ୍ବ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ସବୁଠୁ ମହଙ୍ଗା। ଏହି ଆମ୍ବ ‘ତାଇୟୋ ନୋ ତମାଗୋ’ ଏବଂ ଏଗ୍‌ ଅଫ୍‌ ଦ ସନ୍‌ ଭାବେ ପରିଚିତ। ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଏ। ଏହି ଆମ୍ବ ଜାପାନର ମିୟାଜାକି ପ୍ରଦେଶରେ ଚାଷ କରାଯାଏ। ଏହା ସାରା ଦେଶରେ ବିକ୍ରି ହୁଏ। ଏହି ଆମ୍ବର କେଜି ପ୍ରତି ମୂଲ୍ୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଟେ।

Share