ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଝୁମ୍ପୁରା,୨୬ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ବାଲିବନ୍ଧ ଫରେଷ୍ଟ ଲକ୍ଷ୍ମୀପଶି ବିଟ୍‌ ମହାଦେବପୁର ଜଙ୍ଗଲରେ ଶୁକୁବ୍ରାର ଏକ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ମହାଦେବପୁରର ବଙ୍ଗଲ ମୁଣ୍ଡା (୫୫)। ତାଙ୍କୁ ଚିକିତ୍ସା ନିମନ୍ତେ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ବଙ୍ଗଲ ୫ ଗ୍ରାମବାସୀଙ୍କ ସହ ଶୁଖିଲା ଜାଳ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରୁ ଜାଳ ସଂଗ୍ରହ ସମୟରେ ଏକ ଭାଲୁ ବଙ୍ଗଲଙ୍କୁ ଆକ୍ରମଣ କରିଥିଲା। ଅନ୍ୟମାନେ ବାଡ଼ି ସହାୟତାରେ ଭାଲୁକୁ ଘଉଡ଼ାଇଥିଲେ। ପରେ ବଙ୍ଗଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ବାଲିବନ୍ଧ ଫରେଷ୍ଟର ବୁଲୁ ନାହକ ପହଞ୍ଚତ୍ ଆହତଙ୍କ ସମସ୍ତ ଚିକିସତ୍ା ଖର୍ଚ୍ଚ ବନ ବିଭାଗ ବହନ କରିବ ବୋଲି ସୂଚନା ଦେଇଛନ୍ତି।