ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡା,୫।୯: ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ମାଗୁରପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଲେ ଚୁନୁ ରାଉତ। ତାଙ୍କୁ ପ୍ରଥମେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ରାୟପୁର ସ୍ଥାନାନ୍ତର କରାଯାଇଛି । ମଙ୍ଗଳବାର ସକାଳୁ ବିଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ହଠାତ ତିନୋଟି ଭାଲୁ ଆକ୍ରମଣ କରିଥିଲେ । ତାଙ୍କର ଗୋଟିଏ ଆଖି ତାଡି ନେଇଥିବା ବେଳେ ଦେହର ଅନେକ ସ୍ଥାନରେ ନଖ ଏବଂ ଦାନ୍ତରେ ଆଘାତ କରିଛି । ତେବେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ରାୟପୁରକୁ ନେଇଛନ୍ତି ।