ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ସୋରଡା,୬।୯(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡା ଅଧୀନ ଗାଜଲବାଡି ପଞ୍ଚାୟତରେ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ମୀନଯା ଗ୍ରାମର ଶଙ୍କର ମଲିକ ୪୨ । ଶଙ୍କର ସକାଳେ ବିଲରୁ ଗ୍ରାମକୁ ଯାଉଥିବା ବେଳେ ନିକଟ ଜଙ୍ଗଲରୁ ଗୋଟିଏ ବାରହା ହଠାତ ଆସି ଆକ୍ରମଣ କରିଥିଲା। ଗ୍ରାମବାସୀ ଓ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ଶଙ୍କରଙ୍କୁ ସୋରଡା ମେଡିକାଲ ଭର୍ତ୍ତି କରାଯାଇଛି।