୫ ଜଣରେ ଜଣେ ବେରୋଜଗାର

ନୂଆଦିଲ୍ଲୀ,୨୫।୭: ମହାମାରୀ କରୋନା ଭୂତାଣୁ କବଳରେ ଦେଶ ଏବେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛି। ମୋଟ ୧୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩୦,୬୬୦ ଲୋକଙ୍କ ଜୀବନ ଗଲାଣି। ଏହା ସତ୍ତ୍ୱେ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ସହ କୋଭିଡ୍‌ କଟକଣା ଜାରି ହେବା ପରେ ଏବେ ଦେଶରେ ଏକ-ପଞ୍ଚମାଂଶ ଲୋକ ବେକାର ହୋଇ ରହିଥିବା ଆଇଏନ୍‌ଏସ୍‌- ସି ଭୋଟର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ମୋଟ ୧,୭୨୩ ଲୋକଙ୍କ ମତାମତ ନିଆଯାଇଥିବା ବେଳେ ଏଭଳି ବିକଳ ସ୍ଥିତି ନଜରକୁ ଆସିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ୨୧.୫୭% ଲୋକ କାମାନ୍ତର ହୋଇଛନ୍ତି କିମ୍ବା କାମକୁ ଯାଉ ନ ଥିବା ଜଣାପଡ଼ିଛି। ୨୫.୯୨% ଲୋକ କୋଭିଡ୍‌ କଟକଣା ମାନି ସମାନ ଦରମାରେ ସୁରକ୍ଷିତ ଭାବେ ସେମାନଙ୍କ କାର୍ଯ୍ୟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ୭.୦୯% ଲୋକ ସେମାନଙ୍କ ଦରମା ସହ ଘରେ ରହି କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି।
ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରିଥିଲେ। ଜୁନ୍‌ ୧ରୁ ଅନ୍‌ଲକ୍‌ ୧ ଆରମ୍ଭ ହୋଇଥିଲା। ଜୁନ୍‌ ୨୪ରୁ ଜୁଲାଇ ୨୨ ମଧ୍ୟରେ ଏହି ସର୍ଭେ କରାଯାଇଥିବା ବେଳେ ପରିବାରର ମୁଖ୍ୟ ଆୟକାରୀଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଲକ୍‌ଡାଉନ୍‌ କଟକଣା ଲାଗୁ ହେବା ପରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି। ରୋଜଗାରକ୍ଷମ ୮.୩୩% ଲୋକଙ୍କ ଦରମା କମାଯାଇଥିବା ବେଳେ ସେମାନେ କଟକଣା ମାନି କାମ କରିଆସୁଥିବା ଜଣାପଡ଼ିଛି। ସେହିଭଳି ୮% ଲୋକଙ୍କ ଦରମା କାଟ୍‌ଛାଣ୍ଟ କରାଯାଇଥିଲେ ମଧ୍ୟ ସେମାନେ ଘରେ ରହି କାର୍ଯ୍ୟ କରିଆସୁଛନ୍ତି। ଲକ୍‌ଡାଉନ୍‌ ଲାଗୁ ହେବା ପରେ ୬.୧୨% ଲୋକ କାମ ଛାଡ଼ି ସମ୍ପୂର୍ଣ୍ଣ ଭାବେ ବେକାର ହୋଇପଡ଼ିଛନ୍ତି। ୧.୨୦% ଲୋକ କାମ କରିଆସୁଥିବାବେଳେ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳୁନାହିଁ। ସି ଭୋଟର ଡେଲି ଟ୍ରାକିଂ ପୋଲ୍‌ରେ ବିଭିନ୍ନ ରାଜ୍ୟର ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଅନୁଯାୟୀ ଦେଶରେ ବେରୋଜଗାର ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେଉଁଠି କାମଧନ୍ଦା ହରାଇ ଲୋକମାନେ ଭାଗ୍ୟକୁ ଆଦରି ଘରେ ରହିଥିବା ବେଳେ ଆଉ କେଉଁଠି ସୁରକ୍ଷା କଟକଣା ମାନି ଦରମା କାଟ୍‌ଛାଣ୍ଟ ସତ୍ତ୍ୱେ ସେମାନେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଦେଶରେ ଲକ୍‌ଡାଉନ୍‌ ଲାଗୁହେବା ପରେ କରୋନା ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବା ଏଥିରୁ ସହଜେ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri