୫ ଜଣରେ ଜଣେ ବେରୋଜଗାର

ନୂଆଦିଲ୍ଲୀ,୨୫।୭: ମହାମାରୀ କରୋନା ଭୂତାଣୁ କବଳରେ ଦେଶ ଏବେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛି। ମୋଟ ୧୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩୦,୬୬୦ ଲୋକଙ୍କ ଜୀବନ ଗଲାଣି। ଏହା ସତ୍ତ୍ୱେ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ସହ କୋଭିଡ୍‌ କଟକଣା ଜାରି ହେବା ପରେ ଏବେ ଦେଶରେ ଏକ-ପଞ୍ଚମାଂଶ ଲୋକ ବେକାର ହୋଇ ରହିଥିବା ଆଇଏନ୍‌ଏସ୍‌- ସି ଭୋଟର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ମୋଟ ୧,୭୨୩ ଲୋକଙ୍କ ମତାମତ ନିଆଯାଇଥିବା ବେଳେ ଏଭଳି ବିକଳ ସ୍ଥିତି ନଜରକୁ ଆସିଛି। ସର୍ଭେ ରିପୋର୍ଟ ଅନୁଯାୟୀ, ୨୧.୫୭% ଲୋକ କାମାନ୍ତର ହୋଇଛନ୍ତି କିମ୍ବା କାମକୁ ଯାଉ ନ ଥିବା ଜଣାପଡ଼ିଛି। ୨୫.୯୨% ଲୋକ କୋଭିଡ୍‌ କଟକଣା ମାନି ସମାନ ଦରମାରେ ସୁରକ୍ଷିତ ଭାବେ ସେମାନଙ୍କ କାର୍ଯ୍ୟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ୭.୦୯% ଲୋକ ସେମାନଙ୍କ ଦରମା ସହ ଘରେ ରହି କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି।
ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରିଥିଲେ। ଜୁନ୍‌ ୧ରୁ ଅନ୍‌ଲକ୍‌ ୧ ଆରମ୍ଭ ହୋଇଥିଲା। ଜୁନ୍‌ ୨୪ରୁ ଜୁଲାଇ ୨୨ ମଧ୍ୟରେ ଏହି ସର୍ଭେ କରାଯାଇଥିବା ବେଳେ ପରିବାରର ମୁଖ୍ୟ ଆୟକାରୀଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଲକ୍‌ଡାଉନ୍‌ କଟକଣା ଲାଗୁ ହେବା ପରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି। ରୋଜଗାରକ୍ଷମ ୮.୩୩% ଲୋକଙ୍କ ଦରମା କମାଯାଇଥିବା ବେଳେ ସେମାନେ କଟକଣା ମାନି କାମ କରିଆସୁଥିବା ଜଣାପଡ଼ିଛି। ସେହିଭଳି ୮% ଲୋକଙ୍କ ଦରମା କାଟ୍‌ଛାଣ୍ଟ କରାଯାଇଥିଲେ ମଧ୍ୟ ସେମାନେ ଘରେ ରହି କାର୍ଯ୍ୟ କରିଆସୁଛନ୍ତି। ଲକ୍‌ଡାଉନ୍‌ ଲାଗୁ ହେବା ପରେ ୬.୧୨% ଲୋକ କାମ ଛାଡ଼ି ସମ୍ପୂର୍ଣ୍ଣ ଭାବେ ବେକାର ହୋଇପଡ଼ିଛନ୍ତି। ୧.୨୦% ଲୋକ କାମ କରିଆସୁଥିବାବେଳେ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳୁନାହିଁ। ସି ଭୋଟର ଡେଲି ଟ୍ରାକିଂ ପୋଲ୍‌ରେ ବିଭିନ୍ନ ରାଜ୍ୟର ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଅନୁଯାୟୀ ଦେଶରେ ବେରୋଜଗାର ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେଉଁଠି କାମଧନ୍ଦା ହରାଇ ଲୋକମାନେ ଭାଗ୍ୟକୁ ଆଦରି ଘରେ ରହିଥିବା ବେଳେ ଆଉ କେଉଁଠି ସୁରକ୍ଷା କଟକଣା ମାନି ଦରମା କାଟ୍‌ଛାଣ୍ଟ ସତ୍ତ୍ୱେ ସେମାନେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଦେଶରେ ଲକ୍‌ଡାଉନ୍‌ ଲାଗୁହେବା ପରେ କରୋନା ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବା ଏଥିରୁ ସହଜେ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri