କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଜୀବନ, ବାପା-ପୁଅ….

ଆଳି,୯।୬(ବନମାଳୀ ସେନାପତି): କୂଅ ସଫା ବେଳେ ସ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ । ଗ୍ରାମର ସୁକାନ୍ତ ପରିଡାଙ୍କ କୂଅ ସଫା କରିବା ନିମନ୍ତେ ଆଜି ସକାଳେ ଦେମାଳ ଗ୍ରାମର ପରୀକ୍ଷିତ ସିଂହ, ମାନପୁର ଗ୍ରାମର ଚିତ୍ତରଞ୍ଜନ ସାମଲ, ପୁଅ ରମେଶ ସାମଲ ଯାଇଥିଲେ ।
ପରୀକ୍ଷିତ ସିଂହ କୂଅ ଭିତରକୁ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ପରୀକ୍ଷିତ କୂଅରୁ ନ ଉଠିବାରୁ ଚିତ୍ତରଞ୍ଜନ ସାମଲ କୂଅକୁ ପଶିବା ପରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଚିତ୍ତଙ୍କ ପୁଅ ରମେଶ ସାମଲ ବାପାଙ୍କୁ ବଞ୍ଚାଇବା ପାଇଁ ପଶିଥିଲେ ମଧ୍ୟ ସେ ଅଚେତ ହୋଇ ପଡ଼ିଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଦୁଇ ଜଣକୁ ଉଦ୍ଧାର କରି ଆଳି ମେଡିକାଲ ପଠାଇ ଥିଲେ ।

ଆଳି ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅ ମଧ୍ୟରୁ ଜଣକୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ । ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣକୁ କେନ୍ଦ୍ରାପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକ ହେଉଛନ୍ତି ପରୀକ୍ଷିତ ସିଂହ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ…ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖି ସକାଳେ ଶୋଇଲେ ଆଉ ଉଠିଲେନି ସଂଗ୍ରାମିକା..

ପୁରୀ,୯।୬( ଅଜିତ୍ କୁମାର ମହାନ୍ତି ): ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ ବିୟୋଗ ହୋଇଛି । ସଂଗ୍ରାମିକା ତାଙ୍କ…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା

ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର…

୩ ଇଞ୍ଜିନିୟର ସସ୍‌ପେଣ୍ଡ୍‌: ଜଳ ସମ୍ପଦ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ, ବରଗଡର…

ବରଗଡ/ଭୁବନେଶ୍ୱର,୯।୬(ପ୍ରେମାନନ୍ଦ ଖମାରୀ): ଜଳ ସମ୍ପଦ ବିଭାଗର ୩ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଛି। ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ…

ମାହିରା ଶର୍ମାଙ୍କୁ ଡେଟ କରୁଛନ୍ତି ଅଭିଷେକ ଶର୍ମା? ଏକ ‘ସିକ୍ରେଟ’ ଇନଷ୍ଟାଗ୍ରାମ ପୋଷ୍ଟ ପରେ ତୀବ୍ର ହୋଇଛି ଚର୍ଚ୍ଚା

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ…

ପ୍ରଥମ ବଲ୍‌ରେ ଚୌକା ମାରିଲେ ବୈଭବ ସୂର୍ଯ୍ୟବଂଶୀ: ବିଦେଶ ମାଟିରେ ୧୨ ବଲ୍‌ରେ କଲେ…

ନୂଆଦିଲ୍ଲୀ, ୯।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କାର ଚ୍ୟାଲେଞ୍ଜିଂ ପିଚ୍‌ରେ ମଧ୍ୟ ଚମକିଛନ୍ତି। ଦିନିକିଆ ତ୍ରିକୋଣୀୟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଭାରତ ଏଏବଂ ଆୟୋଜକ…

ମୋବାଇଲ ମରାମତି ଖର୍ଚ୍ଚ ମାଗିବାରୁ ମହିଳାଙ୍କୁ ହତ୍ୟା ଉଦ୍ୟମ, ଫେରାର୍‌ ଥିବା ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ, ୯।୬(ପ୍ରଦୋଷ ବିଶ୍ୱାଳ ): ମୋବାଇଲ ଚୋରି ଘଟଣାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ରାମଚନ୍ଦ୍ରପୁର ପୋଲିସ ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି।…

ବହୁ ପ୍ରତିଭାର ଅଧିକାରୀ ଥିଲେ ନନ୍ଦିନୀ ଦେବୀ

ଭଦ୍ରକ, ୯।୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହ ମାନବୀ ନନ୍ଦିନୀ ଶତପଥୀ । ଜମି ଜମା କ୍ଷେତ୍ରରେ…

ଫଳକକୁ ନେଇ ସାଂସଦ-ବିଧାୟକ ମୁହାଁମୁହିଁ: ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଉତ୍ତେଜନା

ଖଲ୍ଲିକୋଟ, ୯।୬(ପ୍ରଶାନ୍ତ କୁମାର ମିଶ୍ର) : ଖଲ୍ଲିକୋଟ ବ୍ଲକରେ ରବିବାର ଦୁଇଟି ଫଳକ ଯୋଗୁ ସାଂସଦଙ୍କ କର୍ମୀ ଓ ବିଧାୟକଙ୍କ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri