ପୁରୁଣା ଭୁବନେଶ୍ୱର,୧୨ା୧୧(ସୁବାସ ଚନ୍ଦ୍ର ପଧାନ ): ଦିପାବଳୀରେ ସବୁଠି ଉତ୍ସବ ମୁଖର ଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଜୈନିକ ବ୍ୟକ୍ତିଙ୍କ କାର୍ ଚକା ଚଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ନୂତନ କାର କିଣିଥିବା ଜୈନିକ ବ୍ୟକ୍ତି ଗାଡ଼ି ପୂଜା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ଆସିଥିଲେ। କାରକୁ ପଛକୁ ଆଣିଥିବା ବେଳେ ଗହଳି ପଛରେ ଥିବା ଜଣେ ବ୍ୟକ୍ତି ଗାଡି ଚକା ଚଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


