ମାଲବାହୀ ଟ୍ରେନ୍‌ ଧକ୍କାରେ ଜଣେ ମୃତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକରୁ ୫୦ମିଟର ଦୂରରେ ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ରାଇସନ ଦେହୁରୀ(୫୧)।
ସୂଚନାଅନୁସାରେ, ରାଇସନ ବୁଧବାର ରାତିରେ କାଦଗଡକୁ ଚାଲି ଆସିଥିଲେ। ସେ ରେଳଧାରଣା ଉପରେ ଶୋଇ ପଡିଥିବାବେଳେ ଗୋହାଲଡିହି ପଟୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ତାଙ୍କୁ ଧକ୍କାଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମାନସିକ ଆଘାତ ପାଇ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଖବରପାଇ ରେଳବିଭାଗ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଗୁରୁବାର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।