ଜଣେ ମୃତ,୨ଗୁରୁତର

ଖୋର୍ଦ୍ଧା ଅଫିସ,୨୯।୪: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଗୁରୁବାର ମର୍ମ୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗଡ଼ଖୋର୍ଦ୍ଧା ଛକ ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ସଜାଡିବା ଲାଗି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଗାଡ଼ିର ପଛପଟୁ ଧକ୍କା ଦେଇ ପିକ୍‌ଅପ ଭ୍ୟାନ ଓଲଟି ପଡିବାରୁ ଭ୍ୟାନ ଭିତରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ ମେହେରାମପୁର ଭୂଷଣ୍ଡପୁରର ଅରସାଦ ଅଲ୍ଲି ଖାନ(୪୧)। ଆହତଦ୍ୱୟ ହେଲେ ତବ୍ରିଜ ଖାନ(୩୩) ଓ ଏକବାଲ ଖାନ୍‌ ଓରଫ ବୁଲୁ(୩୪)। ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ କଟରରେ ଆହତଙ୍କୁ ଉଦ୍ଧାର କରିଥିବା ବେଳେ ଦେଢ଼ ଘଣ୍ଟା ପରେ ମୃତକଙ୍କୁ ବାହାର କରିଥିଲେ। କ୍ରେନରେ ଉଭୟ ଗାଡିକୁ ପୃଥକ କରାଯାଇଥିଲା। ଟାଉନ ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକରେ ଏକ ଅଣ୍ଡରପାସ ନିର୍ମାଣ ଚାଲିଛି। ପଞ୍ଚ ପାଇକ ମୂର୍ତ୍ତି ସମ୍ମୁଖ ରାଜପଥରେ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିସିଟିଭି ଖଞ୍ଜା ଯାଇଛି। ସିସିଟିଭି ଚେକିଂ ଲାଗି ରାସ୍ତା ପାର୍ଶ୍ୱରେ ଗାଡି(ଓଡି୦୨-ବିଟି-୫୭୩୬)କୁ ପାର୍କିଂ କରି ସିସିଟିଭି ଯାଞ୍ଚ ଲାଗି ସରଞ୍ଜାମ ପ୍ରସ୍ତୁତ କରୁଥିଲେ। ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱର ପଟୁ ମାଛ ଅନଲୋଡ କରି ବାଲୁଗଁା ଅଭିମୁଖେ ଏକ ପିକଅପ ଭ୍ୟାନ(ଓଡି-୩୩-ଏଜି-୦୮୮୫) ଆସୁଥିଲା। ସେଥିରେ ୩ଜଣ ବସିଥିଲେ। ଭ୍ୟାନ ଦ୍ରୁତଗତିରେ ଆସି ରାଜପଥରେ ଛିଡ଼ା ହୋଇଥିବା ଗାଡିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଆଗରେ ଛିଡ଼ା ହୋଇଥିବା ଗାଡି ସିମେଣ୍ଟ ଡିଭାଇଡରେ ପିଟି ହୋଇ ଯାଇଥିବା ବେଳେ ପଛରେ ଥିବା ପିକଅପ ଭ୍ୟାନ ଓଲଟି ପଡିଥିଲା। ଉଭୟ ଗାଡି ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ଉଭୟ ଗାଡି ଲାଖିଯାଇଥିଲା। ଫଳରେ ଭ୍ୟାନରେ ରହିଥିବା ୩ଜଣ ଚାପି ହୋଇଯାଇଥିଲେ। ଖବରପାଇ ଶିଳ୍ପାଞ୍ଚଳ ଫାଣ୍ଡି ଓ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟା ପରେ ଦୁଇ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଚିକିତ୍ସା ଲାଗି ଖୋର୍ଦ୍ଧା ମେଡିକାଲକୁ ପଠାଯାଇଥିଲେ। ଭ୍ୟାନ ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିବା ଅରସାଦଙ୍କୁ ପ୍ରାୟ ଦେଢ ଘଣ୍ଟାର ପରିଶ୍ରମ ପରେ ବାହାର କରିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଗାଡି ଦୁଇଟିକୁ କ୍ରେନ ସାହାର୍ଯ୍ୟରେ ପୃଥକ କରି ଥାନାକୁ ନେଇଥିଲା। ଅନ୍ୟପଟେ ଦୁର୍ଘଟଣା ଯୋଗୁ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏକ କିମି ପର୍ଯ୍ୟନ୍ତ ଯାନବାହନ ଅଟକି ରହିଥିଲା। ଖବରପାଇ ଆଞ୍ଚଳିକ ପରିବହନ ଅତିରିକ୍ତ ପରିବହନ ଅଧିକାରୀ ଅରବିନ୍ଦ ନାୟକ ଟିମ୍‌ ସହ ପହଞ୍ଚିଥିଲେ। ଆରଟିଓ କର୍ମଚାରୀ ଏବଂ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri