Posted inଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ: ଇଂଲଣ୍ଡ ଦଳରୁ ରୁଟ୍‌, ଆର୍ଚର ବାଦ୍‌

ଅହମଦାବାଦ,୨୨।୩(ପି.ଟି.): ମଙ୍ଗଳବାରଠାରୁ ପୁଣେରେ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷିତ ହୋଇଛି। ଏହି ୧୪ ଜଣିଆ ଦଳରେ ତାରକା ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ଓ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ବାଦ୍‌ ଦିଆଯାଇଛି।
ଟେଷ୍ଟ ସିରିଜରେ ଖେଳିବା ପରେ ରୁଟ୍‌ ବିଶ୍ରାମ ପାଇଁ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିଲେ। ଫଳରେ ସେ ଚୟନ ପାଇଁ ଉପଲବ୍ଧ ହୋଇପାରିନାହାନ୍ତି। ସେହିପରି ଇଞ୍ଜୁରି କାରଣରୁ ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ବାଦ୍‌ ଦିଆଯାଇଛି। ଆର୍ଚରଙ୍କ ଏଲ୍‌ବୋ ଇଞ୍ଜୁରି ସାଂଘାତିକ ହୋଇଛି ଓ ଏହି ଦିନିକିଆ ସିରିଜ ସମେତ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ମଧ୍ୟ ସେ ଓହରିଯାଇଛନ୍ତି ବୋଲି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। ସେ ଏଥିପାଇଁ ଇଂଲଣ୍ଡ ଫେରିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ ସୂଚନା ଦିଆଯାଇଛି। ୩ଟି ଯାକ ଦିନିକିଆ ୨୩, ୨୬ ଓ ୨୮ ତାରିଖରେ ଖେଳାଯିବ। ଡାହାଣ ଏଲ୍‌ବୋ ଇଞ୍ଜୁରି କାରଣରୁ ସେ ଚୟନ ପାଇଁ ଅନ୍‌ଫିଟ୍‌ ବୋଲି ଇସିବି କହିଛି। ଟି୨୦ ସିରିଜ ଖେଳିଥିବା ଜ୍ୟାକ ବଲ, କ୍ରିସ୍‌ ଜୋର୍ଡାନ ଓ ଡାଓ୍ବିଡ୍‌ ମଲାନ ମଧ୍ୟ ଅତିରିକ୍ତ ଖେଳାଳି ଭାବେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ଟି୨୦ ସିରିଜରେ ଭାରତ ୩-୨ରେ ବିଜୟୀ ହୋଇଛି।
ଇଂଲଣ୍ଡ ଦିନିକିଆ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲୀ, ଜୋନାଥନ ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଜୋଶ ବଟଲର, ସାମ୍‌ କୁରାନ, ଟମ କୁରାନ, ଲିଆମ ଲିଭିଂଷ୍ଟୋନ, ମ୍ୟାଟ୍‌ ପାର୍କିନସନ, ଆଦିଲ ରସିଦ, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ରିସି ଟୋପ୍ଲେ ଓ ମାର୍କ ଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri