ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୧୦।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦ୍ୱିତୀୟ ଲହରରେ ଲଗାମ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୭୬୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୨୦୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୫ ହଜାର ୨୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୨୦ ପ୍ରତିଶତ ଛୁଇଁଛି। ସେହିପରି ଦୈନିକ ପଜିଟିଭ୍‌ ହାର ୧.୪୮ ପ୍ରତିଶତ ରହିଛି। ଅପରପକ୍ଷରେ ୪ ଲକ୍ଷ ୫୫ ହଜାର ୩୩ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୧୪୫ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୬ କୋଟିରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୨ କୋଟି ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଲାୟମଙ୍କ ସାନ ବୋହୂ ଧରିଲେ ପଦ୍ମ …

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ନେତା ନିଜ ଦଳର ବାଡ଼ ଡ଼େଇଁ ଅନ୍ୟ ଶିବିରରେ...

ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ…

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ଅଧିବେଶନର ପ୍ରଥମ ସପ୍ତାହରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ...

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବଢ଼ିଲା: ପ୍ରସ୍ତାବ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୨ା୭(ପି.ଟି.): ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ପ୍ରସ୍ତାବ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଉକ୍ତ...

ବ୍ୟାପମ୍‌ ଦୁର୍ନୀତି: ୩୧ ଜଣଙ୍କୁ ଜେଲ

ନୂଆଦିଲ୍ଲୀ,୨୬ା୧୧: ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ୍‌ ନିଯୁକ୍ତି ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୩୧ ଜଣଙ୍କୁ ଜେଲଦଣ୍ଡାଦେଶ ଦେଇଛନ୍ତି। ଗ୍ବାଲିୟରର ପ୍ରଦୀପ ତ୍ୟାଗୀଙ୍କୁୁ ୧୦ ବର୍ଷ...

ଲକ୍‌ଡାଉନ୍‌-୫: ପ୍ରତିଦିନ ୮ ହଜାରରୁ ଅଧିକ ରହୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୩।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍‌ଡାଉନ୍‌-୫ ଜୁନ୍‌ ୧ଠାରୁ ଜାରି ହୋଇଛି। ଏଥିରେ ବହୁ କ୍ଷେତ୍ରରେ ସର୍ତ୍ତ ଭିତ୍ତିକ କୋହଳ...

ପୃଥିବୀର କଷ୍ଟସାଧ୍ୟ ପରୀକ୍ଷା ମାଷ୍ଟର ସମେଲିଅର ଡିପ୍ଲୋମା

ସଫଳ ବୃତ୍ତିଗତ ଜୀବନରେ ପାଦଦେବା ଆଗରୁ ମଣିଷ ସମ୍ମୁଖୀନ ହୋଇଥାଏ ଅନେକ ପରୀକ୍ଷାର। ସେଥିରୁ କେତୋଟିରେ ସହଜରେ ସଫଳତା ମିଳିଥାଏ ତ ଆଉ କେତେକରେ ବିଫଳତା।...

କିରଣ ବେଦୀଙ୍କୁ ରାକ୍ଷସ ବୋଲି କହିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୧।୧୧: ଯେବେଠାରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଭି. ନାରାୟଣସ୍ବାମୀ ଶାସନ ଭାର ଗ୍ରହଣ କଲେଣି ସେବେଠାରୁ ପୁଡୁଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କ ସହ ତାଙ୍କର...

ମିଛ ସୂଚନା ପୋଷ୍ଟ କରି ଅଡୁଆରେ ନାରୀନେତ୍ରୀ

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁରରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ମିଛ ସୂଚନା ଦେଇ ଏବେ ଜଣେ ମହିଳା ନେତ୍ରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ହେଲେ ଭାରତୀ...

Advertisement
Archives

Model This Week