Posted inଜାତୀୟ

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌, ୪ ଜୈଶ୍‌ ଆତଙ୍କବାଦୀ ଗିରଫ…

ଶ୍ରୀନଗର,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଧରଣର ଆତଙ୍କବାଦୀ ଷଡଯନ୍ତ୍ର ପର୍ଦ୍ଦାଫାଶ୍‌ ହୋଇଛି। କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ୪ ଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସ୍ବାଧୀନତା ଦିବସରେ ମୋଟରସାଇକେଲରେ ଆଇଇଡ଼ି ଲଗାଇ ବିସ୍ଫୋରଣ କରିବାକୁ ସେମାନେ ଯୋଜନା କରିଥିବା ପଚରାଉଚରା ସମୟରେ ସ୍ବୀକାର କରିଛନ୍ତି।
ଆତଙ୍କବାଦୀମାନେ ଡ୍ରୋନରୁ ପକାଯାଇଥିବା ବିସ୍ଫୋରକ ସାମଗ୍ରୀ ଏବଂ ବନ୍ଧୁକ ସଂଗ୍ରହ କରି ବଡ଼ ଧରଣର ଆକ୍ରମଣ ଷଡଯନ୍ତ୍ର କରିଥିଲେ। ପୋଲିସ ପ୍ରଥମେ ମୁନ୍ତଜିର ମଞ୍ଜୁରକୁ ଗିରଫ କରିଥିଲା। ସେ ପୁଲୱାମାର ବାସିନ୍ଦା ଏବଂ ଜୈଶ୍‌-ଇ-ମହମ୍ମଦ ସଂଗଠନର ସଦସ୍ୟ। ତାଙ୍କଠାରୁ ଏକ ପିସ୍ତଲ, ଏକ ମାଗାଜିନ୍‌, ୮ ରାଉଣ୍ଡ ଗୁଳି, ଦୁଇଟି ଚାଇନା ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି। ସେ ଟ୍ରକରେ ଅସ୍ତ୍ରଶସ୍ତ୍ର ବୋହି ନେବା କାର୍ଯ୍ୟ କରୁଥିବା ପଚରାଉଚରା ସମୟରେ କହିଛନ୍ତି। ଗିରଫ ହୋଇଥିବା ଅନ୍ୟଜଣେ ଆତଙ୍କବାଦୀ ଉତ୍ତରପ୍ରଦେଶ ଶାମଲିସ୍ଥିତ କଣ୍ଡାଲାର ବାସିନ୍ଦା। ତାଙ୍କର ନାମ ଇଜାହାର ଖାଁ ଓରଫ୍‌ ସୋନୁ ଖାଁ। ପାକିସ୍ତାନର ଜୈଶ କମାଣ୍ଡର ମୁନାଜିର ଖାଁ ଅମୃତସରରେ ଡ୍ରୋନ ଦ୍ୱାରା ପକାଯାଇଥିବା ଅସ୍ତ୍ର ସଂଗ୍ରହ କରିବାକୁ ସୋନୁଙ୍କୁ କହିଥିଲେ। ଏହା ସହିତ ତାଙ୍କୁ ପାନିପଥ ତେଲ ରିଫାଇନାରୀର ରେକି କରିବାକୁ ମଧ୍ୟ କୁହାଯାଇଥିଲା। ସୋନୁ ରିଫାଇନାରୀର ଭିଡିଓ ମଧ୍ୟ ପାକିସ୍ତାନକୁ ପଠାଇଥିବା ପଚରାଉଚରା ସମୟରେ ସ୍ବୀକାର କରିଛନ୍ତି। ସୋନୁଙ୍କୁ ଅଯୋଧ୍ୟାରେ ରାମ ଜନ୍ମଭୂମିର ରେକି କରିବାକୁ ନିର୍ଦ୍ଦେଶ ଜୈଶ୍‌ କମାଣ୍ଡର ଦେଇଥିଲେ। ତୃତୀୟ ଆତଙ୍କବାଦୀ ତୌଫିକ ଅହମ୍ମଦ ଶାହା ଶୋପିଆନ୍‌ର ବାସିନ୍ଦା। ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡର ସହିଦ ଏବଂ ଅବରାର ତୌଫିକ୍‌ଙ୍କୁ ଜମ୍ମୁରେ ପହଞ୍ଚିବାକୁ କହିଥିଲେ। ଆଇଡ଼ି ବିସ୍ଫୋରଣ କରିବା ଲାଗି ତାଙ୍କୁ ବାଇକ କିଣିବା ଦାୟିତ୍ୱ ଦିଆଯାଇଥିଲା। ଚତୁର୍ଥ ଆତଙ୍କବାଦୀ ଜହାଙ୍ଗୀର ଅହମ୍ମଦ ଭଟ୍ଟ ପୁଲଓ୍ବାମାର ବାସିନ୍ଦା। ସେ ଫଳ ବ୍ୟବସାୟ କରନ୍ତି। ଜୈଶ୍‌ ସଂଗଠନ ସହିତ ସେ ଯୋଗାଯୋଗରେ ରହିଥିବା ପୋଲିସ କହିଛି। ଯେ ଯୁବବର୍ଗଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri