ବିଶ୍ୱରେ କରୋନାରୁ ସୁସ୍ଥ ହେଲେ ଏକ କୋଟି ଲୋକ

ନୂଆଦିଲ୍ଲୀ, ୨୭।୭: କରୋନା ଭାଇରସ୍‌ଜନିତ ସ୍ଥିତି ବିଶ୍ୱରେ ବର୍ତ୍ତମାନ ସାରା ବିଶ୍ୱରେ ଗମ୍ଭୀର ରୂପ ଧାରଣ କରିଛି। କେତୋଟି ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି। ଏହି ଦେଶଗୁଡ଼ିକ ମଧ୍ୟରେ ଆମେରିକାର, ବ୍ରାଜିଲ, ଭାରତ, ରୁଷିଆ, ଦକ୍ଷିଣ ଆଫ୍ରିକା ଭଳି ଦେଶ ରହିଛନ୍ତି। ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ହେଉଛି ବର୍ତ୍ତମାନ ସାରା ବିଶ୍ୱରେ ଏକ କୋଟି ଲୋକ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଓ୍ବାଲର୍‌ଡମିଟର (ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା) ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ୱରେ ଏକ କୋଟି ୬୪ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ କୋଟି ୯୨ ହଜାର ୪୪୬ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ସେହିଭଳି ୬ ଲକ୍ଷ ୫୩ ହଜାର ୨୯୪ ଜଣ ଲୋକଙ୍କ ଜୀବନ ନେଇଛି ଏହି ପ୍ରାଣଘାତୀ ଭାଇରସ୍‌। ଅପରପକ୍ଷରେ ଏବେ ମଧ୍ୟ ୫୭ ଲକ୍ଷ ୩୫ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।