Posted inଜାତୀୟ

ଗୁଜରାଟରେ ପ୍ରତି ୪ ସେକେଣ୍ଡରେ ଗୋଟିଏ ମଦ ବୋତଲ ଜବତ

ଅହମଦାବାଦ,୫।୩: ମଦମୁକ୍ତ ଘୋଷିତ ହୋଇଥିବା ଗୁଜରାଟରେ ୨୦୨୪ରେ ପ୍ରତି ୪ ସେକେଣ୍ଡରେ ଗୋଟିଏ ଭାରତ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବୋତଲ ଜବତ ହୋଇଥିଲା। ସେହିବର୍ଷ ରାଜ୍ୟରେ ମୋଟ ୮୨ ଲକ୍ଷ ମଦ ବୋତଲ ଜବତ ହୋଇଛି, ଯାହାର ମୂଲ୍ୟ ୧୪୪ କୋଟି ଟଙ୍କା ବୋଲି ପୋଲିସ ତଥ୍ୟରୁ ଜଣାପଡ଼ିଛି। କେବଳ ଅହମଦାବାଦ ସହର, ଅହମଦାବାଦ ଗ୍ରାମାଞ୍ଚଳ, ଓ୍ବେଷ୍ଟର୍ନ ରେଲ୍‌ଓ୍ବେର ଅହମଦାବାଦ ଜଙ୍କ୍‌ଶନରୁ ୪,୩୮,୦୪୭ ବୋତଲ ମଦ ଜବତ ହୋଇଛି। ସେଥିରୁ ଅହମଦାବାଦ ସହରରେ କେବଳ ୩.୦୬ ଲକ୍ଷ ବୋତଲ ଆଇଏମ୍‌ଏଲଫ୍‌ଏଲ୍‌କୁ ନେଇ ୨,୧୩୯ ମାମଲା ରୁଜୁ ହୋଇଛି। ସେହିପରି ୧.୫୮ ଲକ୍ଷ ଲିଟର ଦେଶୀମଦ ଜବତ ଘଟଣାରେ ୭,୭୯୬ଟି ମାମଲା ହୋଇଛି। ତେବେ ପୋଲିସ ରିପୋର୍ଟ ବାସ୍ତବ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ବୋଲି କୁହାଯାଉଛି। ବଡୋଦରା ଗ୍ରାମାଞ୍ଚଳରେ ଚଢ଼ାଉ ବେଳେ କର୍ତ୍ତୃପକ୍ଷ ୯.୮ କୋଟି ଟଙ୍କା ମୂଲ୍ୟର ଅଇଏମ୍‌ଏଫ୍‌ଏଲ୍‌ ବୋତଲ ଜବତ କରିଥିଲେ। ସେଗୁଡ଼ିକ ଟ୍ରକ୍‌ ଏବଂ ଗୋଦାମର ଗୁପ୍ତ କୋଠରିରେ ଲୁଚାଯାଇଥିଲା। ସେହିପରି ସୁରଟ ଗ୍ରାମାଞ୍ଚଳରୁ ୮.୯ କୋଟି ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ ହୋଇଥିଲା। ଆନ୍ତଃରାଜ୍ୟ ପରିବହନ ର଼୍ୟାକେଟ୍‌ ଏହି ମଦ ବୋତଲଗୁଡ଼ିକ ଘରକରଣା ସାମଗ୍ରୀ ମଧ୍ୟରେ ଲୁଚାଇଥିଲେ। ନଭସାରିରେ ୬.୨୩ ଲକ୍ଷ ମଦ ବୋତଲ ଜବତ ହୋଇଥିବାବେଳେ ଗୋଧ୍ରାରୁ ୮.୮ କୋଟି ଟଙ୍କା ମୂଲ୍ୟର ବିଦେଶୀ ମଦ ଧରାପଡ଼ିଥିଲା। ସେହିପରି ଭାବନଗରରୁ ୮.୭ କୋଟି ଟଙ୍କା ମୂଲ୍ୟର ବିଦେଶୀ ଓ ଦେଶୀମଦ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri