Posted inଜାତୀୟ

ଗୁଜରାଟରେ ପ୍ରତି ୪ ସେକେଣ୍ଡରେ ଗୋଟିଏ ମଦ ବୋତଲ ଜବତ

ଅହମଦାବାଦ,୫।୩: ମଦମୁକ୍ତ ଘୋଷିତ ହୋଇଥିବା ଗୁଜରାଟରେ ୨୦୨୪ରେ ପ୍ରତି ୪ ସେକେଣ୍ଡରେ ଗୋଟିଏ ଭାରତ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବୋତଲ ଜବତ ହୋଇଥିଲା। ସେହିବର୍ଷ ରାଜ୍ୟରେ ମୋଟ ୮୨ ଲକ୍ଷ ମଦ ବୋତଲ ଜବତ ହୋଇଛି, ଯାହାର ମୂଲ୍ୟ ୧୪୪ କୋଟି ଟଙ୍କା ବୋଲି ପୋଲିସ ତଥ୍ୟରୁ ଜଣାପଡ଼ିଛି। କେବଳ ଅହମଦାବାଦ ସହର, ଅହମଦାବାଦ ଗ୍ରାମାଞ୍ଚଳ, ଓ୍ବେଷ୍ଟର୍ନ ରେଲ୍‌ଓ୍ବେର ଅହମଦାବାଦ ଜଙ୍କ୍‌ଶନରୁ ୪,୩୮,୦୪୭ ବୋତଲ ମଦ ଜବତ ହୋଇଛି। ସେଥିରୁ ଅହମଦାବାଦ ସହରରେ କେବଳ ୩.୦୬ ଲକ୍ଷ ବୋତଲ ଆଇଏମ୍‌ଏଲଫ୍‌ଏଲ୍‌କୁ ନେଇ ୨,୧୩୯ ମାମଲା ରୁଜୁ ହୋଇଛି। ସେହିପରି ୧.୫୮ ଲକ୍ଷ ଲିଟର ଦେଶୀମଦ ଜବତ ଘଟଣାରେ ୭,୭୯୬ଟି ମାମଲା ହୋଇଛି। ତେବେ ପୋଲିସ ରିପୋର୍ଟ ବାସ୍ତବ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ବୋଲି କୁହାଯାଉଛି। ବଡୋଦରା ଗ୍ରାମାଞ୍ଚଳରେ ଚଢ଼ାଉ ବେଳେ କର୍ତ୍ତୃପକ୍ଷ ୯.୮ କୋଟି ଟଙ୍କା ମୂଲ୍ୟର ଅଇଏମ୍‌ଏଫ୍‌ଏଲ୍‌ ବୋତଲ ଜବତ କରିଥିଲେ। ସେଗୁଡ଼ିକ ଟ୍ରକ୍‌ ଏବଂ ଗୋଦାମର ଗୁପ୍ତ କୋଠରିରେ ଲୁଚାଯାଇଥିଲା। ସେହିପରି ସୁରଟ ଗ୍ରାମାଞ୍ଚଳରୁ ୮.୯ କୋଟି ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ ହୋଇଥିଲା। ଆନ୍ତଃରାଜ୍ୟ ପରିବହନ ର଼୍ୟାକେଟ୍‌ ଏହି ମଦ ବୋତଲଗୁଡ଼ିକ ଘରକରଣା ସାମଗ୍ରୀ ମଧ୍ୟରେ ଲୁଚାଇଥିଲେ। ନଭସାରିରେ ୬.୨୩ ଲକ୍ଷ ମଦ ବୋତଲ ଜବତ ହୋଇଥିବାବେଳେ ଗୋଧ୍ରାରୁ ୮.୮ କୋଟି ଟଙ୍କା ମୂଲ୍ୟର ବିଦେଶୀ ମଦ ଧରାପଡ଼ିଥିଲା। ସେହିପରି ଭାବନଗରରୁ ୮.୭ କୋଟି ଟଙ୍କା ମୂଲ୍ୟର ବିଦେଶୀ ଓ ଦେଶୀମଦ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri