ବିଡିଓ, ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଜଣେ ଗିରଫ

ଟେନ୍‌ସା,୨୯ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ଏବଂ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବିଡିଓ ପଲ୍ଲବୀ ରାଣୀ ରାଜ ନିଜ ସରକାରୀ ବାସଗୃହରେ ଥିଲେ। ହଠାତ ଅଭିଯୁକ୍ତ ଅର୍ଥାତ୍‌ ତାଙ୍କ ବାପା ଓ ଭାଇ ଘର ଭିତରକୁ ପଶି ଆସି ତାଙ୍କୁ ମାଡ଼ ମାରିଥିଲେ। ପାଟି ତୁଣ୍ଡ ଶୁଣି ବ୍ଲକ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ଆସିଲା ବେଳକୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ବୋଲି କୋଇଡ଼ା ଥାନାରେ ଅଭିଯୋଗ ହୋଇଛି। ଏତଲା ଆଧାରରେ ବିଡିଓ ଥିବା ଝିଅଙ୍କୁ ମାଡ଼ ମାରିବା ଅଭିଯୋଗରେ ବାପା ରମେଶ ଚନ୍ଦ୍ର ରାଜଙ୍କୁ କୋଇଡା ପୋଲିସ ଗିରଫ କରିଥିବା ବେଳେ ଭାଇ ସଂଗ୍ରାମ ରାଜ ଫେରାର ଅଛନ୍ତି। କୋଇଡ଼ା ବିଡିଓଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ତାଙ୍କ କ୍ବାର୍ଟର୍ସ ଯାଇ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ କୋଇଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏ ନେଇ କୋଇଡ଼ା ଥାନାରେ କେସ୍‌ ନଂ ୩୪/୨୩ରେ ଏକ ମାମଲା ରୁଜୁ ହୋଇଛି ବୋଲି କୋଇଡ଼ା ଥାନା ଅଧିକାରୀ ଲୋକେଶ୍ୱର ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri