Categories: ବାଣିଜ୍ୟ

୧୧ ଶହ କୋଟି ବେଟିଂ ମାମଲାରେ ଜଣେ ଗିରଫ

ହାଇଦ୍ରାବାଦ: ଚାଇନା ବେଟିଂ ଆପ୍‌ ଦ୍ୱାରା ୧,୧୦୦ କୋଟି ଟଙ୍କାର ବେଟିଂ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗୁଜରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଗୁଜରାଟ ଭାବନଗରର ୨୬ ବର୍ଷୀୟ ନାଇଜର କୋଠାରୀ। ସେ ଏକ ଟେକ୍ନୋଲୋଜୀ କମ୍ପାନୀରେ କାମ କରୁଥିଲେ। କୋଠାରୀ ୧୪ କୋଟି ଟଙ୍କାର ନେଣଦେଣ କରିଥିବା ଜଣାପଡିଛି। ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ) ଅଧିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକଚେନ୍‌ ଭିତ୍ତିକ କ୍ରିପ୍ଟୋ କରେନ୍ସି ୟୁଏସ୍‌ଡିଟି ଦ୍ୱାରା ଚାଇନା କମ୍ପାନୀରୁ ବିଦେଶକୁ ଅର୍ଥ ରାଶି ପ୍ରେରଣ କରାଯାଉଥିଲା। ଡିସେମ୍ବର ୨୨ ଯାଏ ଇଡି କୋଠାରୀଙ୍କୁ ରିମାଣ୍ଡରେ ନେବା ଲାଗି ପିଏମ୍‌ଏଲ୍‌ଏ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହି ମାମଲାରେ ହାଓଲା କାରବାର ମଧ୍ୟ ହୋଇଥିବା ଇଡି ପ୍ରକାଶ କରିଛି।

Share