ପୋଖରୀରେ ବୁଡି ଦେଢ଼ବର୍ଷର ଶିଶୁ ମୃତ

ଭବାନୀପାଟଣା,୧୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ପୁଅ ଜଣକ ସ୍ଥାନୀୟ ଏନଏସି ସଫେଇ କର୍ମଚାରୀ ରିତେନ୍ଦ୍ର ସୁନାନିଙ୍କ ବୋଲି ସୂଚନା ମିଳିଛି। ରିତେନ୍ଦ୍ରଙ୍କ ଘର ବନ୍ଧ ହୁଡ଼ା ନିକଟରେ। ତାଙ୍କ ଛୋଟ ପୁଅ ବାହାରେ ଖେଳୁ ଖେଳୁ ପୋଖରୀ ମଧ୍ୟକୁ ଚାଲିଯାଇ ବୁଡିଯାଇ ଥିବା ସନ୍ଦେହ କରାଯାଉଛି। ଘର ଲୋକ ଖୋଜାଖୋଜି ସମୟରେ ମୃତଦେହ ପୋଖରୀରେ ଭାସୁଥିବା ଦେଖିବା ପରେ ଶିଶୁକୁ ଉଦ୍ଧାର କରାଯାଇଛି।