ବିନା ଦୋଷରେ ଦେଢ଼ ମାସ ଜେଲ

ଉଦଳା,୨୯।୪(ସନ୍ତୋଷ କୁମାର ବାଛିନୀ): ମୟୂରଭଞ୍ଜ ଜିଲା ଖୁଣ୍ଟା ପୋଲିସ ନାମରେ ସାଂଘାତିକ ଅଭିଯୋଗ। ଚଢ଼ାଉ କରିବା ବେଳେ ବିନା ଦୋଷରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଫଳରେ ଯୁବକ ଜଣକ ଦେଢ଼ ମାସ ଜେଲ୍‌ରେ ବିତାଇଥିବା ଉଦଳା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭାଗୃହରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଅଭିଯୋଗ କରିବା ସହ ଏସ୍‌ପିଙ୍କୁ ନ୍ୟାୟ ମାଗିଛନ୍ତି।

ଅଭିଯୋଗକାରୀ ଯୁବକ ହେଲେ ଜଣକ ଖୁଣ୍ଟା ଥାନା ଅଧୀନ ସାଇଁକୁଳା ଗ୍ରାମର ଅଶ୍ୱିନୀ ଦେ। ସେ ଦର୍ଶାଇଛନ୍ତି ଯେ, ୨୦୨୩ ଜୁଲାଇ ୧୮ରେ ଖୁଣ୍ଟା ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେ ଘରେ ନ ଥିଲେ। ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସ ଘର ତଲାସି କରି ୭୯ ହଜାର ଟଙ୍କା ଜବତ କରି ନେଇଥିଲା ଏବଂ ତାଙ୍କୁ ଥାନାକୁ ଯିବାକୁ କହିଥିଲା। ପରଦିନ ସେ ଥାନାକୁ ଯାଇଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଜବତ ଟଙ୍କା ସହ ନିଜ ଆଡୁ ଏକ ଦେଶୀ ବନ୍ଧୁକ ଆଣି ପୋଲିସ ରଖି ଫଟୋ ଉଠାଇବା ସହ ଅଶ୍ୱିନୀଙ୍କ ଘରୁ ଟଙ୍କା ସହ ଦେଶୀ ବନ୍ଧୁକ ଜବତ ହୋଇଥିବା ଦର୍ଶାଇଥିଲା। ଏହି ବନ୍ଧୁକରେ ସେ ଶିକାର କରୁଥିବା ପୋଲିସ ନିଜ ତଦନ୍ତରେ ଦେଖାଇଥିଲା। କୋର୍ଟଚାଲାଣ ପରେ ବିନା ଦୋଷରେ ଜେଲରେ ଦେଢ଼ ମାସ ବିତାଇ ଫେରିବା ପରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହି ସେ ବାରମ୍ବାର ଏସ୍‌ଡିପିଓଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିନାହିଁ।

ଅନ୍ୟପଟେ ପୋଲିସ ତାଙ୍କ ଘର ତଲାସି ସମୟରେ ସାକ୍ଷୀ ପକାଇଥିବା ବ୍ୟକ୍ତି ମଧ୍ୟ ଅଶ୍ୱିନୀଙ୍କ ଘରୁ ବନ୍ଧୁକ ଜବତ ହୋଇ ନ ଥିବା ଏବଂ କିଛି ସାକ୍ଷୀ ଘଟଣା ବାବଦରେ କିଛି ନ ଜାଣି ମଧ୍ୟ ସାକ୍ଷୀ ପଡ଼ିଥିବା ସେ କହିଛନ୍ତି।

ଏପରିକି ଏସ୍‌ଡିପିଓ ମଧ୍ୟ ଅଶ୍ୱିନୀଙ୍କ ସ୍ତ୍ରୀଙ୍କ ଅଭିଯୋଗର ତଦନ୍ତ କରି ତାଙ୍କ ଘରୁ ବନ୍ଧୁକ ଜବତ ହୋଇ ନ ଥିବା ସାକ୍ଷୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିବା ସେ ଦର୍ଶାଇଛନ୍ତି। ହେଲେ ଏବେ ସୁଦ୍ଧା ନ୍ୟାୟ ମିଳି ନ ଥିବାରୁ ଶେଷରେ ଅଶ୍ୱିନୀ ଓ ତାଙ୍କ ସ୍ତ୍ରୀ ଅଭିଯୋଗ ଶୁଣାଣି ଶିବିରରେ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri