କେଶରୀ ଇଷ୍ଟେଟ୍‌ ସଂସ୍ଥା ଏମ୍‌ଡିଙ୍କ ଘରୁ ଦେଢ଼ କେଜି ସୁନା ଜବତ ସୂଚନା

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ କେଶରୀ ଇଷ୍ଟେଟ୍‌ ସଂସ୍ଥା ସାଢ଼େ ୫କୋଟି ଟଙ୍କା ଠକେଇ ମାମଲାର ବେଆଇନ ଅର୍ଥ କାରବାର ଦିଗକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତ ଜୋରଦାର ଚଳାଇଛି। ଶୁକ୍ରବାର ଇଡି ପକ୍ଷରୁ ସଂସ୍ଥାର ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବାବେଳେ ଶନିବାର ଅକ୍ଷୟଙ୍କ ଭାଇ ତଥା ସଂସ୍ଥାର ଏମ୍‌ଡି ଅଜୟ ଚୌଧୁରୀଙ୍କ ଘରୁ ଦେଢ଼ କେଜି ସୁନା ଜବତ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି, ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ଉପରେ ହେବ ବୋଲି ଜଣାପଡ଼ିଛି। ଏହାସହ ପୁରୀସ୍ଥିତ ମେ ଫେୟାର ହୋଟେଲରେ ହୋଇଥିବା ଝିଅ ବାହାଘର ସମୟରେ ଜମାକାରୀଙ୍କ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଇଡି ଜାଣିବାକୁ ପାଇଛି। ତେଣୁ ଏହାର କାଗଜପତ୍ର ସବୁ ଜବତ କରି ଅଧିକ ଖୋଳତାଡ଼ ଚଳାଇଛି। ଶୁକ୍ରବାର ଫରେଷ୍ଟ ପାର୍କ ପ୍ଲଟ ନଂ.୨୬୧, ସୂର୍ଯ୍ୟନଗର ଏ୬ସ୍ଥିତ ବାସଭବନ, କେଶରୀ ଟକିଜ୍‌ ନିକଟସ୍ଥ ସଂସ୍ଥାର ଅଫିସ ଓ ଗଞ୍ଜାମ ଜିଲା ବ୍ରହ୍ମପୁରର ଗୋଟିଏ ସ୍ଥାନରେ ଇଡି ପକ୍ଷରୁ ଯାଞ୍ଚ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଟଙ୍କା ଓ ସୁନା ଆଦି ଜବତ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏହି ସଂସ୍ଥା ୨୦୦୮ରେ ପୋଖରୀପୁଟ ନିକଟରେ ୩୦ଟି ଡୁପ୍ଲେକ୍ସ ପ୍ରୋଜେକ୍ଚ ଆରମ୍ଭ କରିଥିଲା। ଏଥିପାଇଁ ଲୋକଙ୍କଠାରୁ ୩୦ଲକ୍ଷ ଲେଖାଏ ନେଇଥିଲା। ଏଠାରେ ଘର ନିର୍ମାଣ ବିଳମ୍ବ ହେବାରୁ ଲୋକମାନେ ଟଙ୍କା ଫେରିପାଇବା ପାଇଁ ଦାବି କରିଥିଲେ। ପରେ ସଂସ୍ଥା ୨୦୧୩ରେ ଯଦୁପୁର ମୌଜାରେ ଅନ୍ୟ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ସେଠାରେ ୪୪ଟି ଡୁପ୍ଲେକ୍ସ ପାଇଁ ଉକ୍ତ ଲୋକଙ୍କ ଠାରୁ ଆଉ କିଛି ଟଙ୍କା ନିଆଯାଇଥିଲା। ଏଭଳିଭାବରେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରୁ ଉକ୍ତ ସଂସ୍ଥା ସାଢ଼େ ୫କୋଟି ଟଙ୍କା ନେଇ ଠକେଇ କରିଥିଲା। ଏନେଇ ଜମାକାରୀମାନେ ୨୦୨୦ରେ ଅଭିଯୋଗ କରିବା ପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ମାମଲା (ନଂ.୬/୨୦୨୦) ରୁଜୁ କରି ତଦନ୍ତ କରିବା ସହ ସେହିବର୍ଷ ସେପ୍ଟେମ୍ବର ୮ରେ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ଅକ୍ଷୟଙ୍କ ବଡ଼ଭାଇ ତଥା ଏମ୍‌ଡି ଅଜୟ ଚୌଧୁରୀଙ୍କ ସମେତ ଆଉ କିଛି ଲୋକଙ୍କୁ ମଧ୍ୟ ଇଓଡବ୍ଲ୍ୟୁ ଅଭିଯୁକ୍ତ ଦର୍ଶାଇଥିଲା। ପରେ ଏହି ମାମଲାର ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଏକ ମାମଲା ରୁଜୁ କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri